ଜୁଲାଇ ୮ ତାରିଖ, ବୁଧବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | July 08, 2020 IST

ମେଷ – କଳ-ବଳ କୌଶଳ ପ୍ରୟୋଗ କରି କାର୍ଯ୍ୟ ହାତକୁ ଆଣି ପାରନ୍ତି । ଦୟାଳୁ ସ୍ୱଭାବର ହେବେ । ଆକସ୍ମିକ ଯାତ୍ରା କରିବାର ସୁବିଧା ମିଳିବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୬ ।

ବୃଷ – ଧନ ସ୍ଥାନ ପାପଯୁକ୍ତ ଯୋଗୁ ଅର୍ଥ ସମ୍ପର୍କୀୟ ସାମନ୍ୟ ସମସ୍ୟା ଆସିବାର ଆଶଙ୍କା ଦେଖା ଦେବ । ବନ୍ଧୁ ପରାମର୍ଶରେ କୌଣସି ନୂତନ ଯୋଜନା କରିବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ l

ମିଥୁନ – ଆପଣଙ୍କ ରାଶିରେ ବୁଧ ପାପଗ୍ରହ ରାହୁ ଯୁକ୍ତ ହୋଇଥିବାରୁ ବିଚାରଧାରାର ବିଭିନ୍ନତା ମାନସିକ ଅସ୍ଥିରତାର କାରଣ ହେବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୪ ।

କର୍କଟ – ଆଜି ଏକାଦଶସ୍ଥ ଶୁକ୍ରଙ୍କ ଯୋଗୁ ଅନ୍ୟମାନଙ୍କ ସାହାର୍ଯ୍ୟ ଲାଭ କରି କାର୍ଯ୍ୟ ହାସଲ କରିପାରିବେ । ଦୀର୍ଘ ଦିନରୁ ଅଟକି ଥିବା କାର୍ଯ୍ୟ ଆରମ୍ଭ ହେବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୧ ।

ସିଂହ – ରାହୁ ଯୁକ୍ତ ବୁଧ ହେତୁ ଟଙ୍କା ପଇସା ଯୋଗାଡ କରିବା ସକାଶେ ବିଭିନ୍ନ ପ୍ରକାରର ଫନ୍ଦି ଫିକର କରିବାକୁ ପଡିପାରେ । ବହୁତ ଦିନରୁ ଖୋଜୁଥିବା ଜିନିଷ ସନ୍ଧ୍ୟା ଡେରିରେ ମିଳିବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୯ ।

କନ୍ୟା – ନିଜ ଭାବରୁ ଧନାଧିପ ଅଷ୍ଟମସ୍ଥ ହେତୁ ଅର୍ଥାଭାବ କାରଣରୁ ମାନସିକ ସ୍ଥିତି ସେତେଟା ଭଲ ରହି ନ ପାରେ । ଆଲୋଚନା କ୍ଷେତ୍ରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।

ତୁଳା – ଦୁଃସ୍ଥାନସ୍ଥ ଶୁକ୍ର ପ୍ରଭାବରେ ମନରେ ସୁଖ, ସୌହାର୍ଦ୍ଦ୍ୟ ନ ଥିଲେ ମଧ୍ୟ କେତେକ କାମ ବାଧ୍ୟତା ମୁଳକ ଭାବରେ କରିବାକୁ ପଡିପାରେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୨ ।

ବିଛା – ମଙ୍ଗଳଗ୍ରହ ଦାତ୍ମିକ ରାଶିରେ ଥିବାରୁ ଆଜି କୌଣସି ସ୍ଥାନରେ ସ୍ଥିର ଭାବରେ ରହିପାରିବେ ନାହିଁ । ପାରିବାରିକ ପ୍ରତିରୋଧ ଅଧିକାଂଶ ସମୟ କାମକୁ ବିଶୃଙ୍ଖଳିତ କରିପାରେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୭ ।

ଧନୁ – ଆଜି ସ୍ୱାସ୍ଥ୍ୟ ସମସ୍ୟା ବହୁଳାଂଶରେ ସୁଧୁରି ଯିବାର ସମ୍ଭାବନା ରହିଛି । ଅଭାବ ଲାଗି ରହିଥିଲେ ମଧ୍ୟ ଅଳଙ୍କାର, ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୫ ।

ମକର – ଆଜିର କାମଗୁଡିକ ସୁବିଧାରେ ସମ୍ପନ୍ନ ହୋଇଯିବାରେ କୌଣସି ଅସୁବିଧା ରହିବ ନାହିଁ । କିନ୍ତୁ ପାଖ ପଡୋଶୀମାନଙ୍କ ସହ ବ୍ୟବହାରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପଡିବେ । ଶୁଭ ରଙ୍ଗ ଧଳା। ଶୁଭ ଅଙ୍କ ୭ ।

କୁମ୍ଭ – ସମସ୍ୟା ପ୍ରତିହତ କରି କର୍ମକ୍ଷେତ୍ରରେ ନିଜର ସ୍ଥିତିକୁ ସୁଦୃଢ କରିବାରେ ସମର୍ଥ ହେବେ । ଯେତେ ପ୍ରକାରର ସମସ୍ୟା ଆସିଲେ ମଧ୍ୟ ଆପଣଙ୍କର କୌଣସି ଅସୁବିଧା ହେବ ନାହିଁ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।

ମୀନ – ପରିବାରରେ ସନ୍ତାନମାନଙ୍କ ବିଶୃଙ୍ଖଳିତ ଆଚରଣ, କିଛିଟା ଅଭାବ ଓ ଅସୁବିଧା ମନକୁ ଭାରାକ୍ରାନ୍ତ କରିପାରେ । ସତର୍କରେ ନ ଚଳିଲେ ବିବାଦ ଭିତରକୁ ଟାଣି ହୋଇଯିବାର ସୂଚନା ରହିଛି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୬ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.