ମେଷ – କାର୍ଯ୍ୟରେ ସ୍ୱଚ୍ଛତା ପାଇଁ ସମ୍ମାନିତ ହୋଇପାରନ୍ତି । ଧନାଗମ ହେବ । ସ୍ୱ ଅର୍ଜିତ ଧନ ଭୋଗ କରିବେ । କ୍ଷେତ୍ରପତି ହୋଇପାରନ୍ତି । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୩ ।
ବୃଷ – ନାନା ବିଭବରେ ମଣ୍ଡିତ ହେବେ । ବିଷୟା-ବାସନା ପ୍ରତି ଅନୁରକ୍ତି ରହିବ । ଧାର୍ମିକ ପ୍ରବୃତ୍ତିର ହେବେ । ଶ୍ରେଷ୍ଠ ପଦ-ପଦବୀ ପାଇପାରନ୍ତି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୬ ।
ମିଥୁନ – ଇଚ୍ଛାଧୀନ କାର୍ଯ୍ୟ କରିପାରନ୍ତି । ବନ୍ଧୁମାନେ କରଛଡା ଦେଇପାରନ୍ତି । ରାଜତୁଲ୍ୟ ଜୀବନଯାପନ କରି ସନ୍ତୁଷ୍ଟ ହେବେ । ବିବାଦୀୟ ବିତର୍କରେ ଭାଗ ନିଅନ୍ତୁ ନାହିଁ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୨ ।
କର୍କଟ – ପ୍ରିୟବନ୍ଧୁଙ୍କ ସାନ୍ନିଧ୍ୟ ପାଇବା ସହିତ ସମ୍ମାନିତ ହୋଇପାରନ୍ତି । ସତ୍ୟବାଦୀ ହେବେ । ଆପଣଙ୍କ ବକ୍ତବ୍ୟ ଜନମନରଞ୍ଜନ କରିପାରେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୯ ।
ସିଂହ – ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି । କୃଷି ଉପରେ ପ୍ରାଧାନ୍ୟ ଦେଇପାରନ୍ତି । ଶ୍ରେଷ୍ଠ ସୁଖର ଅଧିକାରୀ ହେବେ । କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୫ ।
କନ୍ୟା – କର୍ମକ୍ଷେତ୍ରରେ ବାଜିମାରି ନେଇପାରନ୍ତି । ଆୟ ଆଶାନୁରୂପ ହେବ । ମହତପଣିଆ ବଜାୟ ରଖିବେ । ବନ୍ଧୁ, ସନ୍ତାନ ଓ ପ୍ରଣୟିନୀଙ୍କୁ ସନ୍ତୁଷ୍ଟ କରିବାକୁ ଉଦ୍ୟମ ଜାରି ରଖିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।
ତୁଳା – ମହତ କାର୍ଯ୍ୟ କରିବା ପାଇଁ ସମୟକୁ ଅପେକ୍ଷା କରିବାକୁ ପଡିବ । ରିଷ୍ଟ ଖଣ୍ଟନ ପାଇଁ ସେବା-ପୂଜାରେ ମଗ୍ନ ହୋଇପାରନ୍ତି । ସନ୍ମାର୍ଗୀ ହୋଇପାରନ୍ତି । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୭ ।
ବିଛା – ସୁଖକର ଘଟଣାମାନ ଘଟିବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ରୁଚିକର ଭୋଜନ ମିଳିବ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୯ ।
ଧନୁ – ସ୍ୱ ଜ୍ଞାନ, ଗରିମା ବଳରେ ଯେଉଁ କାର୍ଯ୍ୟରେ ହାତ ଦେବେ ସେଥିରେ ସଫଳତା ମିଳିବ । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୧ ।
ମକର – ପଢାପଢିରେ ମନୋନିବେଶ କରିପାରନ୍ତି । ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସୁସମ୍ବାଦ ପାଇ ଖୁସି ହେବେ । ଦାମ୍ପତ୍ୟ ଜୀବନ ସୁଖ ପ୍ରଦ ହେବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।
କୁମ୍ଭ – କାର୍ଯ୍ୟ ଧୀରେ, ସୁସ୍ଥେ ଆଗକୁ ବଢିବ । ଶ୍ରମର ମୂଲ ମିଳିବ । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ବିନୀତ ସ୍ୱଭାବର ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୧ ।
ମୀନ – ନିଜ ବୁଦ୍ଧି ବଳରେ ଯେଉଁ କାର୍ଯ୍ୟ କରିବେ, ସେଥିରେ ଅପୂର୍ବ ସଫଳତା ପାଇବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୮ ।