୪ ନଭେମ୍ବର, ରବିବାର

Published By : Prameya-News7 Bureau | November 04, 2018 IST

ମେଷ – ପ୍ରଭାବଶାଳୀ ହୋଇପାରନ୍ତି । ଉଦାର ସ୍ୱଭାବର ହେବେ । ଦାନ-ଧର୍ମକୁ ଅଗ୍ରାଧିକାର ଦେବେ । ବିଶିଷ୍ଟ ବ୍ୟକ୍ତିଙ୍କର ପରିଚୟ ସୃଷ୍ଟି କରିବେ । ବୃଷ – ଉଚ୍ଚ ସମ୍ମାନରେ ସମ୍ମାନିତ ହେବେ । ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବର ହୋଇପାରନ୍ତି । ହାସ୍ୟ ମୁଖରେ କାର୍ଯ୍ୟ ସମ୍ପାଦନ କରିପାରନ୍ତି । ମିଥୁନ - ପାରିବାରିକ ଜଞ୍ଜାଳ ବୃଦ୍ଧି ପାଇବ । ଆଶାବାଦୀ ହୋଇପାରନ୍ତି । ଭାଗ୍ୟଶାଳୀ ହେବେ । ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହେବେ । କର୍କଟ- ପ୍ରତିଯୋଗିତା ବିଜୟୀ ହେବେ । ଆବଶ୍ୟକ ଥିବା ଦ୍ରବ୍ୟର ସୂଚନା ମିଳୁଛି । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ସିଂହ – ବାଧା ବିଘ୍ନକୁ ଏଡାଇ କାର୍ଯ୍ୟରେ ଅଗ୍ରଗତି ଘଟାଇ ପାରନ୍ତି । ବ୍ୟୟଭାର ବୃଦ୍ଧିର ସୂଚନା ମିଳୁଛି । ଚଞ୍ଚଳ ସ୍ୱଭାବର ହେବେ । ଧାର୍ମିକ ହେବେ । କନ୍ୟା – ନିଜର ତ୍ରୁଟି ବୁଝିପାରି ସଂଶୋଧନ କରିବେ । ମୂଲ୍ୟବାନ ଦ୍ରବ୍ୟ ଲାଭ ହେବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ୱଭାବର ହୋଇପାରନ୍ତି । ତୁଳା – କାର୍ଯ୍ୟରେ ସଫଳତା ଲାଭ କରିବେ । କୁଳଦୀପକ ହୋଇପାରନ୍ତି । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ୱବାବର ହୋଇପାରନ୍ତି । ବିଛା – ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି । ଭାଗ୍ୟବାନ ହେବେ । ଦିନଟି ଭୋଗ ବିଳାସମୟ ହେବ । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିପାରନ୍ତି । ଧନୁ – ଅର୍ଥ ଚିନ୍ତା ରହିବ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହୋଇପାରନ୍ତି । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ମକର – କଥାବାର୍ତ୍ତାରେ ସଂଯମତା ନ ରଖିଲେ ଗୃହଲୋକଙ୍କ ବିରାଗ ଭାଜନ ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ସମାଜସେବା ପ୍ରତି ଆଗ୍ରହୀ ହେବେ । କୁମ୍ଭ - ଭ୍ରାତୃଭାବ ଅତୁଟ ରହିବ । ସୁସ୍ଥ ଓ ନିରାମୟ ରହିବେ । ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ । ଚାକିରି କ୍ଷେତ୍ରରେ ଚତ୍ମକାରିକ ଲାଭ ପ୍ରାପ୍ତ ହେବ । ମୀନ - କର୍ମକ୍ଷେତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ । ବ୍ୟବସାୟ ଅଧିକ ଲାଭଜନକ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.