ଫେବୃଆରୀ ୨୮ ତାରିଖ, ଶୁକ୍ରବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ
28/02/2020 at 6:47 AM

ମେଷ – ମୂଲ୍ୟବାନ୍ ଦ୍ରବ୍ୟ ଲାଭର ସୁଯୋଗ ଅଛି । ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି । ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍ କର୍ମରେ ନିଜକୁ ନିୟୋଜିତ କରିବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ପତ୍ନୀଙ୍କୁ ସନ୍ତୁଷ୍ଟ କରିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୭ ।
ବୃଷ – ମନସ୍କାମନା ପୂରଣ ହେବ । ଶ୍ରମ ସାର୍ଥକ ହେବ । ଶୁଭ ଖବର ପାଇ ଉତ୍ଫୁଲ୍ଲିତ ହେବେ । କର୍ମରେ ସଫଳତା ମିଳିବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୫ ।
ମିଥୁନ – କାର୍ଯ୍ୟରେ ସଫଳତା ଲାଭ କରିବେ । କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍ ବ୍ୟବହାର କରିପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ । ଭକ୍ତି-ଗାଥା ଶୁଣି କୃତକୃତ୍ୟ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୨ ।
କର୍କଟ – ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହେବେ । ଅଭାବ-ଅନଟନ ଦେଇ ଗତି କରିପାରନ୍ତି । ଖର୍ଚ୍ଚ ପରିମାଣ ବୃଦ୍ଧି ପାଇପାରେ । ଜଳଯାତ୍ରା, ଯାନବାହନରେ ସତର୍କ ରହିବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୭ ।
ସିଂହ – ସୌଜନ୍ୟତା ରକ୍ଷା କରି ବନ୍ଧୁ ସମାବେଶରେ ଯୋଗଦାନ କରିପାରନ୍ତି । ସୁଖକର ଘଟଣାମାନ ଘଟିବ । କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ । ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ସାବ୍ୟସ୍ତ ହୋଇଛି । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୩ ।
କନ୍ୟା – ଜଟିଳ କାର୍ଯ୍ୟକୁ ସରଳ କରିବାରେ ସକ୍ଷମ ହେବେ । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ଶୁଭ ଖବର ପାଇ ଖୁସି ହୋଇପାରନ୍ତି । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅଛି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୧ ।
ତୁଳା – କାର୍ଯ୍ୟରେ ସଫଳତା ଲାଭ କରିବେ । ନାନା ଶାସ୍ତ୍ର ଅଧ୍ୟୟନ କରିବାର ମନୋନିବେଶ କରିପାରନ୍ତି । ପ୍ରଚୁର ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଦିନଟି ମଧ୍ୟମ ଧରଣର ହେଲେ ବି ଶୁଭପ୍ରଦ ହେବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୬ ।
ବିଛା – କାର୍ଯ୍ୟ ତୃପ୍ତି ଦାୟକ ହେବ । କେତେକ କ୍ଷେତ୍ରରେ ଯଦିଓ ଭୁଲବୁଝାମଣା ଘଟିବ, ତଥାପି ଶ୍ରମର ମୂଲ୍ୟାଙ୍କନ ହେବ । ରାଜପୂଜିତ ଓ ପରାକ୍ରମଶାଳୀ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୨ ।
ଧନୁ – ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡିବ । କେତେକ କ୍ଷେତ୍ରରେ ସଂପର୍କ ତୁଟାଇ ଦେଇପାରନ୍ତି । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି । । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୮ ।
ମକର – ଅର୍ଥ ପ୍ରାପ୍ତି ପାଇଁ ଅସ୍ଥିର ହୋଇପାରନ୍ତି । ପ୍ରବଳ ମାତ୍ରାରେ ଆଶାବାଦୀ ହେବେ । ଆକସ୍ମିକ ସମସ୍ୟା ଦେଖା ଦେଇ ପାରେ । ମାନସିକ ସ୍ତରରେ ଅଶାନ୍ତି ଉପୁଜିବା ସହ କିଞ୍ଚିତ ଧନ ପ୍ରାପ୍ତିର ସୂଚନା ମିଳୁଛି । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୯ ।
କୁମ୍ଭ – କର୍ମକ୍ଷେତ୍ରରେ ଅଧିକ କ୍ରିୟାଶୀଳ ହୋଇପାରନ୍ତି । ଧନବାନ୍ ହେବେ । ଗୁଣଜ୍ଞ ହୋଇପାରନ୍ତି । ସ୍ୱ ଅର୍ଜିତ ଧନ ଭୋଗ କରିବେ । ବିତ୍ତବାନ୍ ହେବା ଆଶା କରାଯାଏ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୫ ।
ମୀନ – ସଂଯମୀ ନ ହେଲେ ଅପଯଶ ମିଣ୍ଡାଇ ପାରନ୍ତି । ଅଯଥା ବିତର୍କରେ ନିଜର ଜ୍ଞାନ ହାନି ହୋଇପାରେ । ଖର୍ଚ୍ଚ ପରିମାଣ ବୃଦ୍ଧି ହେବ । ଅଧିକ ପରିଶ୍ରମ କରିପାରନ୍ତି । ନାନାବିଭବରେ ମଣ୍ଡିତ ହେବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୩ ।