ଫେବୃଆରୀ ୨୩ ତାରିଖ, ରବିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | February 23, 2020 IST

ମେଷ – କାର୍ଯ୍ୟ ଧୀରେ ସୁସ୍ଥେ ଚାଲିବା ଜନସେବାରେ ନିୟୋଜିତ ହୋଇପାରନ୍ତି । ଅଧିକ କ୍ଷମତା ହାତକୁ ଆସିବ । ତା’ର ସଦ୍‌-ବ୍ୟବହାର କରି ଜନ ସମାଜର ପ୍ରଶଂସାର ପାତ୍ର ହେବେ । ଭକ୍ତିଗାଥା ଶୁଣି ପାରନ୍ତି । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୧ ।
ବୃଷ – ଅସୁବିଧାରେ ପଡି ଦୁଃଖ, କଷ୍ଟ ଭୋଗିପାରନ୍ତି । ବ୍ୟବସାୟରୁ ପ୍ରଚୁର ଲାଭ ମିଳିପାରେ । ରାଜନୀତି କ୍ଷେତ୍ରରେ ବିଚକ୍ଷଣ ହେବେ । ବିଭିନ୍ନ ସ୍ତରରୁ ଧନାଗମର ସୂଚନା ମିଳୁଛି । ବିଖ୍ୟାତ କାର୍ଯ୍ୟ କରି ଜନପ୍ରିୟ ହେବେ । ଶୁଭ ରଙ୍ଗ ଗାଢ ନୀଳ । ଶୁଭ ଅଙ୍କ ୪ ।
ମିଥୁନ - କର୍ମକ୍ଷେତ୍ରରେ ବିଜୟ ଲାଭ କରିବେ । ବନ୍ଧୁ ମିଳନ ଘଟିବାର ସମ୍ଭାବନା ଅଛି । ସୁଖକର ଘଟଣାମାନ ଘଟିପାରେ । କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୯ ।
କର୍କଟ – କର୍ମକ୍ଷେତ୍ରରେ ଅଗ୍ରଗାମୀ ହେବେ । ବିଭିନ୍ନ ସ୍ତରରୁ ସହ-ଯୋଗ ମିଳିବ । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ଶୁଭ ଖବର ପାଇ ଖୁସି ହେବେ । ଦିନସାରା କାର୍ଯ୍ୟ ବ୍ୟସ୍ତ ହୋଇପାରନ୍ତି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୬ ।
ସିଂହ – ଯାହା କରିବାକୁ ଇଚ୍ଛା, ତାହା ଶୀଘ୍ର କରନ୍ତୁ । ବିଦ୍ୟାଭାଷୀ ହୋଇପାରନ୍ତି । ଅର୍ଥପ୍ରାପ୍ତିର ଅପୂର୍ବ ସୁଯୋଗ ସୃଷ୍ଟି ହୋଇଛି । ହଠାତ୍ କିଛି ଧନ ପ୍ରାପ୍ତିର ସୂଚନା ମିଳୁଛି । ସୁଖୀ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୨ ।
କନ୍ୟା – ବାଦ-ବିବାଦର ସମ୍ମୁଖୀନ ହୋଇପାରନ୍ତି । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ପରିଶ୍ରମର ମୂଲ୍ୟ ମିଳିବ । ଶତ୍ରୁ ବୃଦ୍ଧିର ଆଶଙ୍କା ଅଛି । କୃଷିକ୍ଷେତ୍ରରେ ଉତ୍ପାଦନ ବୃଦ୍ଧି ହୋଇପାରେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୭ ।
ତୁଳା – ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡିବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଦେବ ଦର୍ଶନ କରି ମାନସିକ ଶାନ୍ତି ଫେରି ପାଇବେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୫ ।
ବିଛା – ଅର୍ଥ ପାଇଁ ବିବାଦ ଉପୁଜି ପାରେ । ମନ ବିଷାଦିତ ହେବେ । ସ୍ୱଇଚ୍ଛାରେ କିଛି ନ କରି ପରାମର୍ଶ ନେଇ କାର୍ଯ୍ୟ କରିବାକୁ ହେବ । ବିଭିନ୍ନ ଦିଗରୁ ଧନାଗମ ହୋଇପାରେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୧ ।
ଧନୁ – ଜନ ମାନସରେ ଶ୍ରଦ୍ଧା-ସ୍ନେହ ଆପଣଙ୍କ ଉପରେ ରହିବ । ଆୟ ଉତ୍ତମ ଧରଣର ହେବ । ସରକାରୀ କିମ୍ବା ବନ୍ଧୁ ସହାୟତା ପାଇ ଲାଭବାନ୍ ହେବେ । ମିଷ୍ଟାନ୍ ଭୋଜନ ମିଳିବ । ଚିନ୍ତାଧାରା ଉନ୍ନତମାନର ହେବ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୭ ।
ମକର – ଶୁଭ କାର୍ଯ୍ୟ ହାତକୁ ନେଇ ଖର୍ଚ୍ଚାନ୍ତ ହେବେ । ବିବାଦୀୟ ବିତର୍କରେ ଭାଗ ନନେଇ ନିରବ ଦର୍ଶକ ହେବା ଆପଣଙ୍କ ପକ୍ଷେ ଭଲ ହେବ । ମଧୁରଭାଷା ପ୍ରୟୋଗ କରି ପରକୁ ଆପଣାର କରିବା ସହିତ ଭ୍ରାତୃଭାବ ଅତୁଟ ରଖିବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୩ ।
କୁମ୍ଭ - ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି । ସତ୍‌-କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡିବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୯ ।
ମୀନ - କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ । କର୍ତ୍ତବ୍ୟ ପରାୟଣ ହୋଇପାରନ୍ତି । ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି । କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ବିବାଦରେ ବିଜୟ ଲାଭ କରିବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୪ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.