ଫେବୃଆରୀ ୧୮ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | February 18, 2020 IST

ମେଷ – ନିଃସଙ୍ଗତା ବୋଧ ଅଧିକ ରହିବ । ପିତ୍ତର ଆଧିକ୍ୟ ହେତୁ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ଆସିପାରେ । ଆର୍ଥିକ ମାନଦଣ୍ଡ ଦୁବର୍ଳ ରହିବ । ବ୍ୟୟ ଭରଣାରେ ସେତେ ଅସୁବିଧା ହେବ ନାହିଁ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୭ ।

ବୃଷ – ସାମାଜିକ କ୍ଷେତ୍ରରେ ବିପୁଳ ଲୋକ ସମର୍ଥନ ପାଇବେ । ଅର୍ଥରେ ସଠିକ୍‌ ଉପଯୋଗ କରିପାରିବେ । ସନ୍ତାନ ସୁଖ, କର୍ମପେରଣା, ଉଦ୍ୟମ ସଫଳ ଓ ଦୂର ଯାତ୍ରା ଶୁଭକାରକ ହେବ । ଶୁଭ ରଙ୍ଗ ପିଚ୍‌ । ଶୁଭ ଅଙ୍କ ୧ ।

ମିଥୁନ – ବନ୍ଧୁ ସହ ଯୋଗରୁ ଉପକୃତ ହେବେ । କର୍ମକ୍ଷେତ୍ରରେ ସ୍ଥିର ବିଚାରର ଆବଶ୍ୟକତା ଅଛି । ଦେହ ସୁସ୍ଥ ରହିବ । ଉତ୍ସବାନୁଷ୍ଠାନରେ ସକ୍ରିୟ ଅଂଶଗ୍ରହଣ କରିବେ । ଯାନବାହନରେ ଶୁଭ । ଶୁଭ ରଙ୍ଗ ବ୍ରାଉନ୍‌ । ଶୁଭ ଅଙ୍କ ୫ ।

କର୍କଟ – ଉଦରପୀଡା କିମ୍ବା ଶ୍ଳେଷ୍ମାଜନିତ ଅସୁସ୍ଥତା ଆସିପାରେ । କର୍ମପ୍ରେରଣା ଲାଭ କରିବେ । ଉଦ୍ୟମ ସଫଳ ହେବ । ପରିବାରରେ ସ୍ନେହ ସଦ୍ଦିଚ୍ଛା ମିଳିବ । ସରକାରୀସ୍ତରରୁ ପାଇବାକୁ ଥିବା ସୁବିଧା ହାତକୁ ଆସିବ । ଶୁଭ ରଙ୍ଗ ଲାଲ୍‌ । ଶୁଭ ଅଙ୍କ ୯ ।

ସିଂହ – ମାନସିକ ଅସ୍ଥିରତା ବଢିବ । ନିଷ୍ପତ୍ତିମୂଳକ ପଦକ୍ଷେପ ନେବା ବିଳମ୍ବିତ ହେବ । ସନ୍ତାନ ସନ୍ତତିଙ୍କ ପାଇଁ ଉଦବିଘ୍ନ ରହିବେ । ଯାନବାହନରେ ବ୍ୟୟ । ଦୂର ଯାତ୍ରା ଶୁଭଙ୍କର ହେବ ନାହିଁ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।

କନ୍ୟା – ବନ୍ଧୁ ସଂପର୍କ ପ୍ରସାରିତ ହେବ । ଦୂର ଯାତ୍ରାରେ ସଫଳ ହେବେ । ଆୟ ପ୍ରଶସ୍ତ ରହିବ । ସଞ୍ଚୟ ରାଶି ବଢିପାରେ । ଗୃହରେ ଶୁଭ ମଙ୍ଗଳ ଅନୁଷ୍ଠାନ ସଂପନ୍ନ ହେବ । ଆଇନ ଅଦାଲତର ରାୟ ସପକ୍ଷରେ ଯିବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୭ ।

ତୁଳା – ସ୍ୱଜନ ବିରୋଧୀ ହେବେ । ଧର୍ମୀୟ ଚିନ୍ତା ଓ ଚେତନା ଯଥା ପୂର୍ବ ରହିବ । ବ୍ୟକ୍ତିତ୍ୱ ବଢିବ । ପରୋପକାର କରି ଆତ୍ମସନ୍ତୋଷ ପାଇବେ । ବହୁ ଦିନ ଧରି ଅଟକି ରହିଥିବା କାର୍ଯ୍ୟ ସଂପନ୍ନ ହେବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ ।

ବିଛା – କର୍ମକ୍ଷେତ୍ରରେ ଅନୁକୂଳ ସ୍ଥିତି ମିଳିବ । ଶ୍ରୀ ଚନ୍ଦ୍ର ଭୋଗ ହେତୁ ଉତ୍ତମ ଭୋଜନ, ସ୍ୱାଧୀନ କାର୍ଯ୍ୟରେ ପ୍ରବୃତ୍ତି, ଚିନ୍ତା ଓ ଆବେଗ ବୃଦ୍ଧି, ଆତ୍ମ ସନ୍ତୋଷ ଓ ପାରିବାରିକ ସ୍ନେହ ସହ ଯୋଗ ପ୍ରାପ୍ତି ହେବ । ଶୁଭ ରଙ୍ଗ ଗ୍ରୀନ୍‌ । ଶୁଭ ଅଙ୍କ ୨ ।

ଧନୁ – ପରିବାର କିମ୍ବା ସାମାଜିକ କ୍ଷେତ୍ରରେ ଉଚ୍ଚ ଭାବ ବଜାୟ ରଖିପାରିବେ । ପ୍ରତିଯୋଗିତା ଦୌଡରେ ଆଗରେ ରହିବେ । ଆୟ ଠାରୁ ବ୍ୟୟ ଅଧିକ ହେବ । ଧର୍ମୀୟ ଚିନ୍ତାଧାରା ବୃଦ୍ଧି ପାଇବ । ଶୁଭ ରଙ୍ଗ ବ୍ରାଉନ୍‌ । ଶୁଭ ଅଙ୍କ ୬ ।

ମକର – ଅନ୍ଧକାର ମଧ୍ୟରେ ମଧ୍ୟ ଆଲୋକର ସମ୍ଭାବନା ପାଇବେ । ଚିନ୍ତା ଓ କଳ୍ପନା ଶକ୍ତି ବଢିବ । କର୍ମକ୍ଷେତ୍ରରେ ପଦବୀ କିମ୍ବା ପଦୋନ୍ନତି ମିଳିବ । ଦୂର ଯାତ୍ରା ଶୁଭଙ୍କର ହେବ । ପାଦପୀଡା ସାମୟିକ ଭାବରେ ଭୋଗ ହେବ । ଶୁଭ ରଙ୍ଗ ଲାଲ୍‌ । ଶୁଭ ଅଙ୍କ ୮ ।

କୁମ୍ଭ – ଶାରିରୀକ ଓ ମାନସିକ ସ୍ୱାସ୍ଥ୍ୟ ଉତ୍ତମ ରହିବ । ସଠିକ ପଦକ୍ଷେପ କର୍ମକ୍ଷେତ୍ରରେ ନେଇ ପ୍ରଶଂସିତ ହେବେ । ପ୍ରତ୍ୟେକ କ୍ଷେତ୍ରରେ ଆତ୍ମସମ୍ମାନ ବଜାୟ ରଖିପାରିବେ । ପାରିବାରିକ ଶାନ୍ତି ସନ୍ତୋଷ ମିଳିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।

ମୀନ – ସତକର୍ମ ସଂପାଦନରେ ଯଶ ପାଇବେ । ଦେହ ଭଲ ରହିବ । ପୁରାତନ ରୋଗ ପୀଡା କମ୍‌ ହେବ । ପରୋପକାର କରିବେ । ଆଧ୍ୟାତ୍ମିକ ଚିନ୍ତନରେ ଅଭିବୃଦ୍ଧି, ରାଜନୈତିକ କ୍ଷେତ୍ରରେ ଶ୍ରେଷ୍ଠତା ପ୍ରତିପାଦନ କରିବେ । ଶୁଭ ରଙ୍ଗ ଗ୍ରୀନ୍‌ । ଶୁଭ ଅଙ୍କ ୭ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.