୨୯ ଅକ୍ଟୋବର, ସୋମବାର
Published By : Prameya-News7 Bureau | October 29, 2018 IST

ମେଷ – ଭାଗ୍ୟଶାଳୀ ହୋଇପାରନ୍ତି । ବ୍ୟକ୍ତିତ୍ୱର ବିକାଶ ଘଟାଇ ଅନ୍ୟମାନଙ୍କୁ ପ୍ରଭାବିତ କରିବେ । ପରଦେଶବାସୀ ,ମଧୁରଭାଷୀ ହେବେ । ଧନାଗମ ହେବ ।
ବୃଷ – ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ରୋଜଗାର ଆଶାନୁରୂପ ହେବ । ମୋକଦ୍ଦମାରେ ବିଜୟୀ ହୋଇ ଅର୍ଥ ପ୍ରାପ୍ତ ହେବ ।
ମିଥୁନ - ଚଞ୍ଚଳ ସ୍ୱଭାବର ହେବେ । ଥଣ୍ଡା-କଫଜନିତ ଅସୁସ୍ଥତା ଅନୁଭବ କରିପାରନ୍ତି । ମଧୁରଭାଷୀ ହେବେ । ନୀତିନିଷ୍ଟ ହୋଇପାରନ୍ତି ।
କର୍କଟ- କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି । ଆୟ ବୃଦ୍ଧିର ସୂଚନା ମିଳୁଛି । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିବେ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି ।
ସିଂହ – ଧାର୍ମିକ ଭାବନାରେ ଉଦ୍ ବୁଦ୍ଧ ହୋଇପାରନ୍ତି । କର୍ତ୍ତବ୍ୟନିଷ୍ଠ ହେବେ । ପରିବାରର ମୁଖ୍ୟ ଭୂମିକା ଗ୍ରହଣ କରିବେ । ମନ ପ୍ରସନ୍ନ ରହିବ ।
କନ୍ୟା – ଗଣ୍ଡଗୋଳିଆ ପରିସ୍ଥିତିରୁ ଫାଇଦା ଉଠାଇ ପାରନ୍ତି । ମନରେ ସେବା ଭାବ ଜାଗରିତ ହୋଇପାରେ । ଭାଗ୍ୟଶାଳୀ ହେବେ ।
ତୁଳା – ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଈର୍ଷା ପରିତ୍ୟାଗ କଲେ ପ୍ରଶଂସାର ପାତ୍ର ହେବେ । ସ୍ୱାଭିମାନୀ ହୋଇପାରନ୍ତି । ସହ ଯୋଗୀ ବ୍ୟବସାୟ ଲାଭଜନକ ହେବ ।
ବିଛା – ଯେତେ ବାଧା, ବିଘ୍ନ ପଡିଲେ ବି କାର୍ଯ୍ୟରେ ଆଗେଇବେ । ବନ୍ଧୁ ମିଳନ ଘଟିବାର ସୁଯୋଗ ଅଛି । ବ୍ୟବସାୟ ଲାଭଜନକ ହେବ ।
ଧନୁ – ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ବଳିଷ୍ଠ ଓ ଶତ୍ରୁହନ୍ତା ହେବାର ସୂଚନା ମିଳୁଛି ।
ମକର – ମୋହବତ୍ ରେ ପଡି ଅପଦସ୍ତ ହେବାର ସୂଚନା ମିଳୁଛି । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଧନଲାଭ ହେବାର ସୂଚନା ମିଳୁଛି ।
କୁମ୍ଭ - ଉଦାର ଭାବ ପ୍ରଦର୍ଶନ କରିବେ । ଦାନଶୀଳ ହେବେ । ବ୍ୟକ୍ତି ବିଶେଷ ଭାବେ ନିଜର ପରିଚୟ ସୃଷ୍ଟି କରିବେ । ସୁସ୍ଥ ଓ ନିରାମୟ ରହିବେ ।
ମୀନ - କାର୍ଯ୍ୟରେ ସଫଳତା ଲାଭ କରିବେ । ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବର ହେବେ । ମଧୁରଭାଷୀ ହୋଇପାରନ୍ତି । ଥଣ୍ଡା କଫରେ ଆକ୍ରାନ୍ତ ହେବାର ସୂଚନା ମିଳୁଛି ।