scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଫେବୃଆରୀ ୧୦ ତାରିଖ, ସୋମବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

10/02/2020 at 6:52 AM

ମେଷ–ସ୍ୱାଧୀନ ଚିନ୍ତାଧାରା ନେଇ କାର୍ଯ୍ୟ କରିବେ । ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବର ହେବେ । ଥଣ୍ଡା-କଫ ଜନିତ ପୀଡା ଅନୁଭବ କରିବେ । ପ୍ରେମୀ ଓ ସାହସୀ ହେବେ । ସାନଭାଇମାନଙ୍କଠାରୁ ଆଦର ସମ୍ମାନ ମିଳିବ । ଶୁଭ ରଙ୍ଗ ପିଙ୍କ୍‌ ।ଶୁଭଅଙ୍କ ୬ ।

ବୃଷ– ଆଶାବାଦୀ ହୋଇପାରନ୍ତି ।ଭାଗ୍ୟଶାଳୀ ହେବେ । ପରଦେଶବାସୀ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟା ପ୍ରେମୀ ଏବଂ ସ୍ତ୍ରୀ ବିଳାସୀ ହେବେ । ମିତ୍ର ସୁଖ ଲାଭ କରିପାରନ୍ତି । ବ୍ୟବସାୟ ଅଧିକ ଲାଭଜନକ ହେବ । ଶୁଭ ରଙ୍ଗ ବ୍ରାଉନ୍‌ । ଶୁଭ ଅଙ୍କ ୩ ।

ମିଥୁନ – ସ୍ୱାଧୀନ ଚେତା ଓ ଐଶ୍ୱର୍ଯ୍ୟଯୁକ୍ତ ହେବେ । ଅଧିକ ରୋଜଗାରକ୍ଷମ ହୋଇପାରନ୍ତି ।ବ୍ୟବସାୟ ପାଇଁ ଉଦ୍ୟମ ଚଳାଇବେ । ଯୁଦ୍ଧ ବା ମାଲିମୋକଦ୍ଦମାରେ ଜିଣିବେ ଓ ଧନ ଲାଭହେବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୮ ।

କର୍କଟ–ଖର୍ଚ୍ଚାନ୍ତରେ ପଡି ସର୍ବଶାନ୍ତ ହେବେ । ଥଣ୍ଡା-କଫଜନିତ ପୀଡା ଅନୁଭବ କରିବେ । ଏକାନ୍ତ ପ୍ରିୟ ଓ ଚକ୍ଷୁ ଯନ୍ତ୍ରଣାରେ ପୀଡିତ ହେବେ । ମଧୁର କଥାରେ ଅନ୍ୟମାନଙ୍କ ସହିତ ବନ୍ଧୁତା ବାନ୍ଧି ସବୁରି ପ୍ରିୟ ପାତ୍ର ହେବେ । ଶୁଭ ରଙ୍ଗ ଗ୍ରୀନ୍‌ । ଶୁଭ ଅଙ୍କ ୭ ।

ସିଂହ –ବିଭିନ୍ନସ୍ତରରୁ ଧନଲାଭ ହୋଇପାରେ । ଲୋକପ୍ରିୟତା ଅର୍ଜନ କରିବେ । ସରକାରୀସ୍ତରରେ ସମ୍ମାନିତ ହେବା ସହିତ ଚିନ୍ତାଧାରା ଉନ୍ନତମାନର ହେବ । ଶୁଭ ରଙ୍ଗ ଲାଲ୍‌ । ଶୁଭ ଅଙ୍କ ୧ ।

କନ୍ୟା–ସର୍ବସୁଖ ସନ୍ତୋଷ ମିଳିବ ।କୁଳ ଉଜ୍ଜ୍ୱଳକାରୀ ଏବଂ ଦୟାଳୁ ସ୍ୱଭାବର ହେବେ । ମନ ପ୍ରସନ୍ନ ରହିବ । ଯଶ ଅର୍ଜନ କରି ନମ୍ର ସ୍ୱଭାବର ହେବେ । ନିଜ ପରିବାର ପ୍ରତି ସ୍ନେହ ଓ ଶ୍ରଦ୍ଧା ଭାବ ରହିବ । ଶୁଭ ରଙ୍ଗ କ୍ରୀମ୍‌ । ଶୁଭ ଅଙ୍କ ୪ ।

ତୁଳା–କର୍ମତତ୍ପର ରହିବେ । ଦିନଟି ଭୋଗ-ବିଳାସରେ ଅତିବାହିତ କରିପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ଭାଗ୍ୟଶାଳୀ ଓ ପ୍ରତିଯୋଗିତାରେ ବିଜୟୀ ହେବେ । ଶୁଭ ରଙ୍ଗ ମେରୁନ୍‌ । ଶୁଭ ଅଙ୍କ ୨ ।

ବିଛା– ଅର୍ଥକ୍ଷୟ ହେବାର ସମ୍ଭାବନା ରହିଛି । ଇର୍ଷା ପରାୟଣ ହୋଇପାରନ୍ତି । ସ୍ୱାଭିମାନୀ ଓ ଅଷ୍ଟମଚନ୍ଦ୍ର ଯୋଗୁଁ ସତର୍କ ହେବେ । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ମିତ୍ରମାନେ ଠିକଣା ସମୟରେ କରଛଡା ଦେଇପାରନ୍ତି ।ଶୁଭ ରଙ୍ଗ ଲାଲ୍‌ । ଶୁଭ ଅଙ୍କ ୮ ।

ଧନୁ – ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ଆଦର, ସମ୍ମାନ ମିଳିବ । ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହୋଇପାରେ ।ସମାଜସେବାରେ ନିଜକୁ ନିୟୋଜିତ କରି ନିଜକୁ ଭାଗ୍ୟବାନ୍‌ ମନେକରିବେ । ମନରେ ଅହଂଭାବ ଆସିପାରେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୧ ।

ମକର–ଶତ୍ରୁ ଭୟରେ ପଶ୍ଚାତ୍‌ ପଦ ହେବେ ନାହିଁ । ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି ।ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରିୟଭାଜନ ହେବେ ।ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୫ ।

କୁମ୍ଭ -କାର୍ଯ୍ୟକ୍ଷେତ୍ରରେ ବିଭିନ୍ନସ୍ତରରୁ ସହଯୋଗ ମିଳିବ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । କନ୍ୟାସନ୍ତାନ ଦ୍ୱାରା ବିଶେଷ ଉପକୃତ ହେବେ । ଆକସ୍ମିକ ଧନଲାଭର ସୂଚନାbମିଳୁଛି । ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ ।ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୭ ।

ମୀନ – କେତେକ କ୍ଷେତ୍ରରେ ବାଦନୁବାଦ ଉପୁଜିପାରେ । ଉଦାର ପ୍ରକୃତିର ହୋଇପାରନ୍ତି । ଦାନ-ଧର୍ମରେ ଦୀକ୍ଷିତ ଏବଂ କୃଷି କର୍ମକାରୀ ହେବେ । ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି ।ଶୁଭ ରଙ୍ଗ କ୍ରୀମ୍‌ । ଶୁଭ ଅଙ୍କ ୩ ।

   Related Posts