ଜାନୁଆରୀ ୨୪ ତାରିଖ, ଶୁକ୍ରବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | January 24, 2020 IST

ମେଷ – ସ୍ୱ କାର୍ଯ୍ୟ ପାଇଁ ମନରେ ଗର୍ବଭାବ ବହନ କରିପାରନ୍ତି । ଘାତଚନ୍ଦ୍ର ଭୋଗ ଯୋଗୁଁ ସତର୍କତାର ସହ ଚଳିବାକୁ ପଡିବ । କନ୍ୟା, ପୁତ୍ର, ପୌତ୍ର, ପ୍ରପୌତ୍ରାଦି ଲାଭ କରିପାରନ୍ତି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୨ ।

ବୃଷ – ନିରବ ଚିନ୍ତକ ହୋଇପାରନ୍ତି । ଘାତଚନ୍ଦ୍ର ହେତୁ ସାବଧାନତାର ସହ ଚଳିବାକୁ ପଡିବ । କୃଷି କର୍ମରୁ ଭଲ ଆୟ ହେବ । ଯାନବାହନ ସୁଖ ମିଳିପାରେ । ରାଜପ୍ରସାଦ ହେତୁକ ଗୃହରେ ଜୀବନ ବିତାଇପାରନ୍ତି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୪ ।

ମିଥୁନ - ଶତ୍ରୁ ବୃଦ୍ଧି ଘଟିପାରେ । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ଆର୍ଥିକ ସ୍ଥିତିରେ ଅଭିବୃଦ୍ଧି ଘାଇପାରନ୍ତି । କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ, ମାତ୍ର ବିଳମ୍ବରେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୯ ।

କର୍କଟ – କାର୍ଯ୍ୟ ହାସଲ ପାଇଁ ଅପେକ୍ଷାରତ ହେବେ । ଘାତଚନ୍ଦ୍ର ହେତୁ ସତର୍କ ରହିବେ । ତ୍ୟାଗଶୀଳ ଓ ନୀତିଜ୍ଞ ହେବେ । ବିବିଧ ଧନଯୁକ୍ତ ହୋଇପାରନ୍ତି । ଚଞ୍ଚଳମନା ହେବେ । ପ୍ରସନ୍ନ ମୂର୍ତ୍ତି ଓ ଶ୍ରେଷ୍ଠ ସମ୍ମାନଯୁକ୍ତ ହେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୬ ।

ସିଂହ – ଦୃଢ ସଂକଳ୍ପ ନେଇ କାର୍ଯ୍ୟ ଆରମ୍ଭ କରିପାରନ୍ତି । ପ୍ରଭୂତ ବିଦ୍ୟାର ଅଧିକାରୀ ହୋଇପାରନ୍ତି । ବିଶାଳ ଯଶ ଅର୍ଜନ କରିବାର ସୂଚନା ମିଳୁଛି । ନିର୍ଭୟରେ କାର୍ଯ୍ୟ ସଂପାଦନ କରିପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।

କନ୍ୟା – ଉଚ୍ଚ ଆଶାଫଳବତୀ ହେବ । ସାଧନାରେ ସିଦ୍ଧି ପ୍ରାପ୍ତ ହେବେ । ଯଶସ୍ୱୀ ହୋଇପାରନ୍ତି । ଅସୁସ୍ଥତାରୁ ଆରୋଗ୍ୟ ହେବେ । ଧର୍ମକାର୍ଯ୍ୟ ସମ୍ପାଦନରେ ବ୍ୟୟ ବୃଦ୍ଧି ଘଟିବାର ସମ୍ଭାବନା ଅଛି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୩ ।

ତୁଳା – ଆୟ ଯୋଗ ଅଛି । କାର୍ଯ୍ୟରେ ସଫଳତା ମିଳିବ । ଉନ୍ନତି ମାର୍ଗରେ ଆଗୁସାର ହୋଇପାରନ୍ତି । ସରକାରଙ୍କ କୃପା ପାତ୍ର ଏବଂ ନାନା ବିଧି ସମ୍ମାନର ଅଧିକାରୀ ହେବେ । ପ୍ରସନ୍ନତା ଲାଭ କରିବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୯ ।

ବିଛା – ସ୍ୱଳ୍ପ ଆୟ ହେବ । କାର୍ଯ୍ୟରେ ସଫଳତା ମିଳିବ । ଦେହ ଓ ମନ ସୁସ୍ଥ ରହିବ । ମିଷ୍ଟାନ୍ନ ଭୋଜନ ତୃପ୍ତିକର କରାଇବ । ପାରିବାରିକ ଶାନ୍ତି ଅବ୍ୟାହତ ରହିବ । ବହୁ ସୁଖର ଅଧିକାରୀ ହୋଇପାରନ୍ତି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୫ ।

ଧନୁ – ଶ୍ରମ ବହୁଳର ସାମ୍‌ନା କରିପାରନ୍ତି । ବିଭିନ୍ନ ଦିଗରୁ ସହାୟତାର ହାତ ଲମ୍ବି ଆସିବ । ବ୍ୟବସାୟରୁ ଅଧିକ ଲାଭ ମିଳିପାରେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୮ ।

ମକର – ପରୋପକାରୀ ହେବେ । ଘାତଚନ୍ଦ୍ର ଓ ଅଷ୍ଟମ ଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ସାବଧାନତାର ସହ ଚଳିବାକୁ ପଡିବ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଅଯଥା ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୧ ।

କୁମ୍ଭ - ନୀତିନିଷ୍ଠ ହେବେ । ବନ୍ଧୁଙ୍କର ମୌଖିକ ସହାୟତା ମିଳିବ । ବ୍ୟବସାୟ ଲାଭଜନକ ହେବ । ସେବା ଭାବରେ ଉଦ୍‌ବୁଦ୍ଧ ହୋଇପାରନ୍ତି । ଧୈର୍ଯ୍ୟଧରି କାର୍ଯ୍ୟ କଲେ ସଫଳକାମ ହେବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୬ ।

ମୀନ - ଗୃହରେ ଶାନ୍ତିର ବାତାବରଣ ପ୍ରବାହିତ ହେବ । ସର୍ବାଙ୍ଗୀନ ଉନ୍ନତି ଆଶା କରାଯାଏ । ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହୋଇପାରେ । ସର୍ବ ଜନାନୁରକ୍ତ ହୋଇପାରନ୍ତି । ବିଦ୍ୟାରୂପକ ମହାଧନ ପ୍ରାପ୍ତ ହେବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୧ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.