ଜାନୁଆରୀ ୩ ତାରିଖ, ଶୁକ୍ରବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | January 03, 2020 IST

ମେଷ – ଗୃହ କାର୍ଯ୍ୟରେ ନିୟୋଜିତ ହେବେ । ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ । ଆୟ ଆଶାନୁରୂପ ହେବ । ସରକାରୀ ବା ବନ୍ଧୁ ସହାୟତା ପାଇ ଲାଭବାନ୍ ହେବେ । ରୁଚିକର ଭୋଜନ ମିଳିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।

ବୃଷ – ଗଣ୍ଡଗୋଳିଆ ପରିସ୍ଥିତିରୁ ଲାଭ ଉଠାଇପାରନ୍ତି । ଭ୍ରମଣ ଯୋଗ ଅଛି । ବିବାଦୀୟ ପରିସ୍ଥିତି ଉପୁଜି ପାରେ । ଅଯଥା ବିତର୍କରେ ଭାଗ ନ ନେଇ ଚୁପ୍ ରହିବା ଭଲ । ଖର୍ଚ୍ଚାନ୍ତ ଯୋଗ ଅଛି । ଶୁଭ ରଙ୍ଗ ଗାଢ ପିଙ୍କ୍ । ଶୁଭ ଅଙ୍କ ୨ ।

ମିଥୁନ – ଆଂଶିକ ସଫଳତା ମିଳିବ । ଶୁଭଖବର ପାଇ ଖୁସି ହେବେ । ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ । ସତ୍ କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ବ୍ୟବସାୟରେ କ୍ଷତି ହୋଇପାରେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୧ ।

କର୍କଟ – ଅର୍ଥ ସଂଗ୍ରହ କରିପାରନ୍ତି ।ଭୋଜନ ରୁଚିକର ନ ହୋଇପାରେ । ଶୁଭ ଖବର ମିଳିବ । କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ଲାଭ କରିବେ । କାର୍ଯ୍ୟରେ ସଫଳତା ମିଳିବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୮ ।

ସିଂହ – ପ୍ରିୟ ବ୍ୟକ୍ତିଙ୍କ ସହିତ ମତାନ୍ତର ଘଟିପାରେ । ବିଭିନ୍ନ ସ୍ତରରୁ ସହାୟତା ଏବଂ କାର୍ଯ୍ୟରେ ସଫଳତା ମିଳିବ । କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦୁପଯୋଗ କରିପାରନ୍ତି । ଶୁଭ ରଙ୍ଗ ଗାଢ ନୀଳ । ଶୁଭ ଅଙ୍କ ୫ ।

କନ୍ୟା –ମନରେ ବ୍ୟାକୁଳତା ବୃଦ୍ଧି ହୋଇପାରେ । ନୈରାଶ୍ୟ ଭାବ ଜାତ ହେବା ବେଳକୁ, ଆକସ୍ମିକ ଧନ ଲାଭ ହେବାର ସୂଚନା ମିଳୁଛି । ବ୍ୟବସାୟ ବିଶେଷ ଲାଭଯୁକ୍ତ ହେବ । ସାହସୀ ହେବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୭ ।

ତୁଳା –ସାମାନ୍ୟ କଥାକୁ ନେଇ ଚିଡିଚିଡା ଭାବ ପ୍ରକାଶ କରିପାରନ୍ତି । ଅନାଦର ହୋଇପାରନ୍ତି । ଦିନ ୧୦ଟା ପରେ ସୁଖ କର ଘଟାଣାମାନ ଘଟିପାରେ । କର୍ମରେ ସଫଳତା ମିଳିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ ।

ବିଛା – ଧୈର୍ଯ୍ୟବାନ୍ ହୋଇପାରନ୍ତି । ପରୋପକାରୀ ହେବେ । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ସୁସମ୍ବାଦ ପାଇ ଆନନ୍ଦ ଅନୁଭବ କରିବେ । ଦିନସାରା କାର୍ଯ୍ୟବ୍ୟସ୍ତ ରହିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୧ ।

ଧନୁ – ନିଜ ଇଚ୍ଛା ଅନୁସାରେ ଫଳ ପ୍ରାପ୍ତ ହେବ । ଆଳସ୍ୟ ଅନୁଭବ କରିପାରନ୍ତି । ପଢାପଢିରେ ମନୋନିବେଶ କରିବେ । ଯେକୌଣସି ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୩ ।

ମକର – କାର୍ଯ୍ୟକ୍ଷେତ୍ର ସହଜ-ସୁଲଭ ହୋଇପାରେ । ଆଶାବାଦୀ ହୋଇପାରନ୍ତି । କେତେକ କାର୍ଯ୍ୟରେ ଭୁଲ ବୁଝାମଣା ଘଟିପାରେ । ପରିଶ୍ରମ ଅଧିକ ହେଲେ ବି ତା’ର ମୂଲ୍ୟ ମିଳିବ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୯ ।

କୁମ୍ଭ  – ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ଦେବ ଦର୍ଶନର ସୌଭାଗ୍ୟ ଉଦୟ ହୋଇଛି । ଅଶାନ୍ତିର ଉପଶମ ହେବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୨ ।

ମୀନ – ଯାତ୍ରାଦିରୁ ଆନନ୍ଦ ମିଳିବ । ଲୋକପ୍ରିୟତା ବୃଦ୍ଧି ହେବ । ଚଞ୍ଚଳ ଚେଷ୍ଟିତ ହେବେ । ବ୍ୟବସାୟ ଲାଭଜନକ ହେବ । ବିବାଦରେ ବିଜୟୀ ହୋଇପାରନ୍ତି । ଭକ୍ତିମାର୍ଗରେ ମନ ବଳିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୧ ।

wp:paragraph {"align":"right"}

ଜ୍ୟୋତିର୍ବିଦ – ତ୍ରିନନ୍ଦନ ମିଶ୍ର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.