ନଭେମ୍ବର ୨୮ ତାରିଖ, ଗୁରୁବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | November 28, 2019 IST

ମେଷ – ଦ୍ୱିଜା ନକ୍ଷତ୍ର ଜାତ ବ୍ୟକ୍ତି ସ୍ୱାଭିମାନୀ ହେବେ । ଯୁଗ୍ମ ବ୍ୟବସାୟରୁ ଲାଭବାନ୍ ହେବେ । ଅଶ୍ୱିନୀ ଓ ର୍କୃିକା ନକ୍ଷତ୍ର ଜାତ ବ୍ୟକ୍ତି ବିଭିନ୍ନ କାରଣରୁ ବ୍ୟତିବ୍ୟସ୍ତ ହୋଇପାରନ୍ତି । ଶୁଭ ରଙ୍ଗ ଲାଲ । ଶୁଭ ଅଙ୍କ ୧ ।

ବୃଷ – ରୋହିଣୀ ନକ୍ଷତ୍ର ଜାତ ବ୍ୟକ୍ତି ସାମାନ୍ୟ ପରିମାଣର ଅର୍ଥ ପ୍ରାପ୍ତ ହେବେ । ବନ୍ଧୁ ସୁଖ ପାଇ ଉତ୍ଫୁଲ୍ଲିତ ହେବେ । ଯଶ ଅର୍ଜନ କରିପାରନ୍ତି । ବିଭିନ୍ନ ସ୍ତରରୁ ସହ ଯୋଗ ପାଇବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ ।

ମିଥୁନ - ଆଦ୍ର୍ର୍ରା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ଦ୍ରବ୍ୟ ଲାଭର ସୂଚନା ମିଳୁଛି । ସମ୍ମାନିତ ହେବେ । ବନ୍ଧୁ ମିଳନ ଘଟିପାରେ । ବାରମ୍ବାର ଚେଷ୍ଟା କଲେ କାର୍ଯ୍ୟରେ ସଫଳତା ପାଇବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୮ ।

କର୍କଟ –ପୁଷ୍ୟା ଓ ଅଶ୍ଳେଷା ନକ୍ଷତ୍ର ଜାତ ବ୍ୟକ୍ତି ବ୍ୟବସାୟରେ ଅଧିକ ଅର୍ଥ ବିନି ଯୋଗ କରି ପ୍ରଚୁର ଧନ ଅର୍ଜନ କରିବେ । କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ପାଇବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୬ ।

ସିଂହ –ପୂର୍ବା ଫାଲ୍ଗୁନୀ ନକ୍ଷତ୍ର ଜାତ ବ୍ୟକ୍ତି ବ୍ୟବସାୟରେ ଅଧିକ ଅର୍ଥ ବିନିଯୋଗ କରି ପ୍ରଚୁର ଧନ ଅର୍ଜନ କରିବେ । କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ପାଇବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୨ ।

କନ୍ୟା – ହସ୍ତା ନକ୍ଷତ୍ର ଜାତ ବ୍ୟକ୍ତି ନିଷ୍ଠାବନ୍ ହୋଇ କାର୍ଯ୍ୟକୁ ଆଗେଇ ନେବେ । ଅର୍ଥ ଚିନ୍ତା ଦ୍ୱର ହେବ । କର୍ମ କ୍ଷେତ୍ର ଆନନ୍ଦ ଦାୟକ ହେବ । ସତ୍ ସଙ୍ଗୀ ହୋଇପାରନ୍ତି । ଶୁଭ ରଙ୍ଗ ଲାଲ । ଶୁଭ ଅଙ୍କ ୪ ।

ତୁଳା – ସ୍ୱାତୀ ନକ୍ଷତ୍ର ଜାତ ବ୍ୟକ୍ତି ଭାଗ୍ୟଶାଳୀ ହେବେ । ଗୃହ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ଆଶାବାଦୀ ହେବେ । ବିଭିନ୍ନ ଦିଗରୁ ଧନାଗମ ହୋଇପାରେ । ସାମନ୍ୟ ଶୁଭଫଳ ପ୍ରାପ୍ତ ହୋଇପାରେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୭ ।

ବିଛା –ଅନୁରାଧା ଓ ଜ୍ୟୋଷ୍ଠା ନକ୍ଷତ୍ର ଜାତ ବ୍ୟକ୍ତି ନୂତନ କାର୍ଯ୍ୟ କରିବା ପାଇଁ ଆଗ୍ରହ ପ୍ରକାଶ କରିବେ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।

ଧନୁ –ପୂର୍ବାଷାଢା ନକ୍ଷତ୍ର ଜାତ ବ୍ୟକ୍ତି ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ଉପକୃତ ହେବେ । ବ୍ୟୟ ବୃଦ୍ଧି ଘଟିପାରେ । ସତ୍ କର୍ମରେ ବ୍ୟୟ କରି ଆତ୍ମତୃପ୍ତି ଲାଭ କରିପାରନ୍ତି । ଶୁଭ ରଙ୍ଗ ଲାଲ । ଶୁଭ ଅଙ୍କ ୭ ।

ମକର – ଶ୍ରବଣା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହେବ । ସର୍ବ କୁଶଳ ଆଶା କରାଯାଏ । ଉତ୍ସାହିତ ହୋଇ କାର୍ଯ୍ୟ କରିବେ । ଶାନ୍ତି ଓ ସନ୍ତୋଷ ଲାଭ କରିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୫ ।

କୁମ୍ଭ - ଶତଭିକ୍ଷା ନକ୍ଷତ୍ର ଜାତ ବ୍ୟକ୍ତି ସମାଜସେବୀ ହେବେ । ଶ୍ରମର ମୂଲ୍ୟାଙ୍କନ ହେବ । ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ । ମାନ୍ୟତା ପ୍ରାପ୍ତ ହେବ । ଯଶ ଅର୍ଜନ କରିପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୨ ।

ମୀନ - ଉର ଭାଦ୍ରପଦ ଓ ରେବତୀର ନକ୍ଷତ୍ର ଜାତବ୍ୟକ୍ତି ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି । ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇ ମଧ୍ୟ ଶୁଭଫଳ ପ୍ରାପ୍ତ ହେବ । ଶୁଭ ରଙ୍ଗ ଲାଲ । ଶୁଭ ଅଙ୍କ ୪ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.