suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୨୧ ଅକ୍ଟୋବର, ରବିବାର

21/10/2018 at 9:52 AM

ମେଷ – ଉଚ୍ଚ ମହଲରେ ପରିଚିତ ହେବେ । ସାୟାଭିମୁଖୀ ହେଲେ ବି ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି । ଜ୍ଞାନ ଅର୍ଜନ ପାଇଁ ପ୍ରକାଶ କରିବେ ।

ବୃଷ – ପରିଶ୍ରମ ଅଧିକ ହେଲେ ବି ତା’ର ମୂଲ୍ୟ ମିଳିବ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ ନିର୍ବାହ କଲେ ସଫଳତା ମିଳିବ ।

ମିଥୁନ – ଗବେଷଣା କରିବାକୁ ଆଗ୍ରହୀ ହେବେ । ଉଦାର ପ୍ରକୃତିର ହୋଇପାରନ୍ତି । ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି । କାର୍ଯ୍ୟରେ ସଫଳତା ମିଳିବ ।

କର୍କଟ- କାର୍ଯ୍ୟ କରିବାର ଆଗ୍ରହ ହରାଇ ପାରନ୍ତି । ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ । ଖର୍ଚ୍ଚାନ୍ତ ହୋଇପାରନ୍ତି । ଭାଗୁଆଳି ବ୍ୟବସାୟ ଲାଭଜନକ ହେବ ।

ସିଂହ – ଚାଲିଚଳନ ଓ ବ୍ୟବହାରରେ ସୌଜନ୍ୟ ପ୍ରକାଶ କରିପାରନ୍ତି । ସୁଖକର ଘଟଣାମାନ ଘଟିପାରେ । କର୍ମରେ ସଫଳ ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି ।

କନ୍ୟା – ସମ୍ମାନକୁ ଜଗି ଚଳିବାକୁ ପଡିବ । ଶତ୍ରୁ ଦମନ କରି ମାନସିକ ଶାନ୍ତି ଫେରି ପାଇବେ । ଶୁଭ ଖବର ମିଳିବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି ।

ତୁଳା – ପଠନ,ଲିଖନ ଚଳିବାକୁ ପଡିବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭଖବର ପାଇଁ ଆନନ୍ଦ ଅନୁଭବ କରିପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।

ବିଛା – ପରିବେଶ ଆପଣଙ୍କ ପାଇଁ ଲାଭପ୍ରଦ ହେବ । ସମ୍ମାନକୁ ଜଗି ଚଳିବାକୁ ପଡିବ । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ ।

ଧନୁ – ସମ୍ମାନିତ ହେବେ । ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି । ଅଶାନ୍ତିର ଅବସାନ ଘଟିବ । ସ୍ୱାଧୀନ ଚେତ୍ତା ହେବେ ।

ମକର – ପୁରୁଣା କଥା ମାନେ ପକାଇ ଧନ୍ଦି ହୋଇପାରନ୍ତି । ମନରେ ଘୃଣାଭାବ ଆସିପାରେ । ଆକସ୍ମିକ ସମସ୍ୟା ଦେଖା ଦେଇପାରେ ।

କୁମ୍ଭ – ସୁଖ ସମ୍ମାନ ଲାଭ କରିପାରନ୍ତି । ଭଲ କାମ ହାତକୁ ଆସିବ । ଆପାର ଗୁଣର ଅଧିକାରୀ ହେବେ । ଧନ ଯୁକ୍ତ ହେବେ । ଯେକୌଣସି ସୂତ୍ରରୁ ଧନାଗମର ସୂଚନା ମିଳୁଛି ।

ମୀନ – ସାମୟିକ ଭାବେ କୌଣସି ସ୍ଥାନରେ ଅଟକି ଯାଇପାରନ୍ତି । ଖର୍ଚ୍ଚ ବୃଦ୍ଧି ହେବାର ସୂଚନା ମିଳୁଛି । ମଧୁରଭାଷୀ ହେବେ । ଚକ୍ଷୁରେ ପୀଡା ଉପୁଜି ପାରେ ।

   Related Posts