scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ନଭେମ୍ବର ୨୧ ତାରିଖ, ଗୁରୁବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

21/11/2019 at 7:43 AM


ମେଷ – କାମରେ ସଫଳତା ମିଳିବ । ବ୍ୟବସାୟରେ ବୃଦ୍ଧି ଓ ପାରିବାର ଲୋକଙ୍କ ସହିତ ଖୁସିରେ ସମୟ ବିତିବ । ଭ୍ରମଣ ଯୋଗ ରହିଛି । ଚାକିରୀରେ ଉଚ୍ଚ ପଦବୀ ମିଳିବାର ସମ୍ଭାବନା ଅଛି । ଶୁଭ ରଙ୍ଗ ଲାଲ । ଶୁଭ ଅଙ୍କ ୮ ।

ବୃଷ – ଜୀବନକୁ ସୁନ୍ଦର କରିବାର ଉମ ସୁଯୋଗଟିଏ । ଅଫିସରେ ଉଚ୍ଚ ଅଧିକାରୀଙ୍କ ସହ ଯୋଗ ମିଳିବ । ଜୀବନ ସାଥୀଙ୍କ ସାନିଧ୍ୟ ପାଇବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।

ମିଥୁନ – ବ୍ୟବସାୟରେ ବଡ କାରବାର ପାଇଁ ଚୁକ୍ତି ହୋଇପାରେ । ଧାର ଟଙ୍କା ମିଳିବ । ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୫ ।

କର୍କଟ – ଜୀବନରେ ସକାରାତ୍ମକ ପରିର୍ବନ ଆସିବ । କାମରେ ସଫଳତା ଏବଂ ନେତା ଓ ଉଚ୍ଚାଧିକାରୀଙ୍କ ସହ ଯୋଗ ମିଳିବ । କାମରେ ବିଦେଶ ଯାତ୍ରା ରହିଛି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।

ସିଂହ – ସକାରାତ୍ମକ ଭାବନାରେ ରହନ୍ତୁ, କଠିନ କାର୍ଯ୍ୟ ସହଜ ହେବ । ପ୍ରେମ ପ୍ରସଙ୍ଗରେ ସବୁ କିଛି ଭଲ ହେବ । ପରିବାର ସହ ଭ୍ରମଣରେ ଯିବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୧ ।

କନ୍ୟା – ଯୋଜନାକୁ ଗୋପନ ରଖନ୍ତୁ । କାମରେ ତାଲିକାକରି ଆଗକୁ ବଢନ୍ତୁ । ରାଜନୀତିରେ ସଫଳତା ମିଳିବ । ପିଲାମାନଙ୍କ ଶିକ୍ଷା ପାଇଁ ଚିନ୍ତିତ ରହିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୨ ।

ତୁଳା – ଅଫିସରେ ପୁରୁଣା ସମସ୍ୟା ସମାଧାନ ହୋଇପାରେ । ବ୍ୟବସାୟରୁ ଭଲ ଫଳାଫଳ ମିଳିବ । ସ୍ୱାମୀ , ସ୍ତ୍ରୀ ମଧ୍ୟରେ ସାମାନ୍ୟ କଥାକୁ ନେଇ ବିବାଦ ଦେଖାଦେବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୩ ।

ବିଛା – ସପରିବାର ଠାକୁର ଦର୍ଶନ ପାଇଁ ମନ୍ଦିରକୁ ଯିବେ । ଅଧୁରା ଥିବା କାମ ବନ୍ଧୁଙ୍କ ସହ ଯୋଗରେ ପୁରା ହେବ । ସାମାଜିକ ସମ୍ମାନ ବୃଦ୍ଧି ପାଇବ । ଶୁଭ ରଙ୍ଗ ଲାଲ । ଶୁଭ ଅଙ୍କ ୫ ।

ଧନୁ – ଜୀବନସାଥୀଙ୍କ ପରାମର୍ଶରେ ନୂଆ କାର୍ଯ୍ୟରେ ଅର୍ଥ ଲଗାଇବେ । ସାମାଜିକ ସଂପର୍କ ବୃଦ୍ଧି ପାଇବ । ଚାକିରିରେ ପଦୋନ୍ନତି ହୋଇପାରେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୯ ।

ମକର – ବ୍ୟବସାୟରୁ କମ୍ ଲାଭ ମିଳିବ । ବିଦେଶରେ ଚାକିରି ସମ୍ଭାବନା ଅଛି । ବୈବାହିକ ଜୀବନରେ ସୁଖ ଶାନ୍ତି ରହିବ । ପିଲାମାନେ ଉଚ୍ଚ ପଦ ହାସଲ କରିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୧ ।

କୁମ୍ଭ – ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ବଢିବ । ଆତ୍ମବିଶ୍ୱାସ ଓ ସଚ୍ଚୋଟ ପାଇଁ ଆଗକୁ ବଢିବା ସହଜ ହେବ । ମିତ୍ରଙ୍କ ମାଧ୍ୟମରେ ଲାଭ ମିଳିବ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୪ ।

ମୀନ – ପୁରୁଣା କଥାକୁ ନେଇ ଚିନ୍ତିତ ରହିପାରନ୍ତି । ସ୍ୱତନ୍ତ୍ର ବିଷୟରେ ଉପରିସ୍ଥ ଅଧିକାରୀଙ୍କ ସହିତ କଥାର୍ବାା ହେବେ । ବ୍ୟବସାୟରୁ ଲାଭ କମ୍ ମିଳିପାରେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୭ ।

   Related Posts