୨୦ ଅକ୍ଟୋବର, ଶନିବାର

Published By : Prameya-News7 Bureau | October 20, 2018 IST

ମେଷ – ଘରୋଇ କାର୍ଯ୍ୟ ଆନନ୍ଦଦାୟକ ହେବ । କର୍ମତତ୍ପର ରହିପାରନ୍ତି । ସାଧନା ଫଳପ୍ରସୂ ହୋଇପାରେ । ବିଭିନ୍ନ ଘଟଣାରେ ଉନ୍ନତି ମାର୍ଗରେ ଆଗକୁ ବଢିବେ । ବୃଷ – ସଫଳତାର ପାଦ ଆଗକୁ ବଢିପାରେ । ଦାନ ଧର୍ମକୁ ବ୍ରତ ଭାବେ ଗ୍ରହଣ କରିପାରନ୍ତି । ଆନନ୍ଦ ଉଲ୍ଲାସ ମଧ୍ୟରେ ଦିନଟି ଅତିବାହିତ କରିବେ । ମିଥୁନ - କାର୍ଯ୍ୟକ୍ଷେତ୍ରରେ ମନ ପ୍ରସନ୍ନ ରହିବ । ଶାରିରୀକ ପୀଡା ଅନୁଭବ କରିପାରନ୍ତି । ଘାତଚନ୍ଦ୍ର ଓ ଅଷ୍ଟମ ଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ପ୍ରତି ପାଦପାତରେ ସତର୍କତା ଲୋଡା । କର୍କଟ- ସଫଳତାର ନିକଟବର୍ତ୍ତୀ ହେବେ । ପ୍ରୀତି ଲାଭ କରିପାରନ୍ତି । ପାରିବାରିକ ଶାନ୍ତି ଅବ୍ୟାହତ ରହିବ । ଆଶା ଫଳବତୀ ହେବେ । ସିଂହ – ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ । ମନରେ ଅହଂଭାବ ଉଦ୍ରେକ ହେବାର ସୂଚନା ମିଳୁଛି । ଘାତଚନ୍ଦ୍ର ଯୋଗୁଁ ଯାନବାହନରେ ସତର୍କତା ଆବଶ୍ୟକ । କନ୍ୟା – ଅନେକ କ୍ଷେତ୍ରରେ ନିଜର ଭାବ ପ୍ରଦର୍ଶନ କରିପାରନ୍ତି । ହସ,ଖୁସିରେ ଦିନଟି ଅତିବାହିତ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ତୁଳା – ନିଜ ସମ୍ମାନକୁ ଜଗି ଚଳିବାକୁ ପଡିବ । ଶୁଭା-ଶୁଭ ମିଶ୍ରିତ ଫଳ ପାଇବାର ସୂଚନା ମିଳୁଛି । ରାଜପୂଜା ମିଳିପାରେ । ବହୁ ପୋଷକ ହୋଇପାରନ୍ତି । ବିଛା – ପରିଶ୍ରମର ମୂଲ୍ୟାଙ୍କନ ହେବ । ବନ୍ଧୁ ସୁଖ ମିଳିପାରେ । ସତ୍ କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ । ଧନୁ – କାର୍ଯ୍ୟ କରି ଚାଲିବେ, ମାତ୍ର ସଫଳତା ପାଇବାକୁ ହେଲେ ଅପେକ୍ଷା କରିବାକୁ ପଡିବ । ପାରିବାରିକ ଶାନ୍ତି ଅବ୍ୟାହତ ରହିବ । ମକର – ବ୍ୟବସାୟ ଲାଭଜନକ ହେବ । ସୁଖ-ସମ୍ମାନ ଲାଭ କରିପାରନ୍ତି । ଭ୍ରମଣ ଯୋଗ ଅଛି । ବିଭିନ୍ନ ସୂତ୍ରରୁ ଧନ ପ୍ରାପ୍ତିର ସୂଚନା ମିଳୁଛି । କୁମ୍ଭ - ପାରିବାରିକ ଶାନ୍ତି ମିଳିବ । ଠାକୁରଙ୍କ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି । ପାପ କାର୍ଯ୍ୟକୁ ଘୃଣା କରିବେ । ଧର୍ମ ବଳରେ ବଳୀୟାନ ହେବେ । ମୀନ - ପ୍ରଶଂସାର ପାତ୍ର ହେବେ । ପ୍ରୀତି ଭୋଜନ ମିଳିପାରେ । ଅସୁସ୍ଥତା ଉପଶମ ହେବ । କର୍ମ ତତ୍ପରତା ପ୍ରକାଶ ପାଇବ । ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.