19 ଅକ୍ଟୋବର, ଶୁକ୍ରବାର

Published By : Prameya-News7 Bureau | October 19, 2018 IST

ମେଷ – କାର୍ଯ୍ୟ ଧାରାବାହିକ ଭାବେ ଚାଲିବ । ଭ୍ରମଣ ଯୋଗ ରହିଛି । ପରିବାରର ମୁକ୍ୟ ହୋଇପାରନ୍ତି । ମନରେ ପ୍ରସନ୍ନ ଭାବ ଉଦ୍ରେକ ହେବ । ବୃଷ – ହୃଦୟରେ ସେବାଭାବ ଜାଗ୍ରତ ହେବ । ଭାଗ୍ୟଶାଳୀ ହୋଇପାରନ୍ତି । ଦିନଟି ଭୋଗ ବିଳାସରେ ଅତିବାହିତ ହେବ । ସୁଖ-ସମୃଦ୍ଧିର ମୂଳଦୁଆ ପଡିବ । ମିଥୁନ - ମନରେ ଅସ୍ଥିରତା ଦେଖାଦେଇପାରେ । ଈର୍ଷାଳୁ ସ୍ୱଭାବର ହୋଇପାରନ୍ତି । ସ୍ୱାଭିମାନୀ ହେବେ । କେବଳ ଭାଗବ୍ୟବସାୟ ଲାଭଜନକ ହେବ । କର୍କଟ- ବନ୍ଧୁ ସହ ଯୋଗ ପାଇ ବିଶେଷ ଉପକୃତ ହୋଇପାରନ୍ତି । ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ । ସମାଜ ସେବାରେ ନିଜକୁ ନିୟୋଜିତ କରିପାରନ୍ତି । ସିଂହ – ନିଜ କାର୍ଯ୍ୟକୁ ପଛରେ ପକାଇ ଅଗ୍ରାଧିକାର ଭାବେ ଅନ୍ୟ କାର୍ଯ୍ୟ ଉପରେ ଗୁରୁତ୍ୱ ଦେବେ । ଭାଚମାନଙ୍କ ପ୍ରତି ସ୍ନେହ ଭାବ ରହିବ । କନ୍ୟା – ବନ୍ଧୁତାରେ ବାଧା ଉପୁଜି ପାରେ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଭାବେ ଧନ ଲାଭ ହୋଇପାରେ । ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ । ତୁଳା – ନିଜକୁ କଳହମୁକ୍ତ ରଖିବାକୁ ଚେଷ୍ଟା କରିବେ । ଉଦାର ସ୍ୱଭାବର ହୋଇପାରନ୍ତି । ଦାନ-ଧର୍ମରେ ଦୀକ୍ଷିତ ହେବେ । ଶୋଭନ ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରିବେ । ବିଛା – ଧୈର୍ଯ୍ୟର ସହ କାର୍ଯ୍ୟ ସଂପାଦନ କରିବେ । କାର୍ଯ୍ୟର ସଫଳ ରୂପାୟନ କରି ଆତ୍ମ ସନ୍ତୋଷ ଲାଭ କରିବେ । ମନ ପ୍ରସନ୍ନ ରହିବ । ଧନୁ – କାର୍ଯ୍ୟଟିକୁ କରାୟତ୍ତ କରିପାରନ୍ତି । କୌଣସି ଏକ ଭୁଲ ଯୋଗୁଁ ମନସ୍ତାପ କରିବେ । ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି । ମକର – ମନ ଚଞ୍ଚଳ ରହିବ । ରୋଜଗାର ଆଶାନୁରୂପ ହେବ । ବନ୍ଧୁ ଓ ସରକାରୀ ସହାୟତା ମିଳିବ । ମାନିମୋକଦ୍ଦମାରେ ବିଜୟୀ ହେବେ । କୁମ୍ଭ - ଚଞ୍ଚଳ ସ୍ୱଭାବର ହେବେ । ଥଣ୍ଡା କଫଜନିତ ପୀଡା ଅନୁଭବ କରିପାରନ୍ତି । ଖର୍ଚ୍ଚର ପରିମାଣ ବୃଦ୍ଧି ପାଇବ । ବୁଦ୍ଧି ପ୍ରୟୋଗ କରି ଓ ସ୍ନେହପୂର୍ଣ୍ଣ କଥା କହି ପରକୁ ଆପଣାର କରିବା ସହିତ କାର୍ଯ୍ୟ ହାସକ କରିପାରନ୍ତି । ମୀନ - ଆୟ ଆଶାନୟରୂପ ହେବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଯଶସ୍ୱୀ ହେବେ । ଲୋକ ପ୍ରିୟତା ଅର୍ଜନ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.