୧୭ ଅକ୍ଟୋବର, ବୁଧବାର

Published By : Prameya-News7 Bureau | October 17, 2018 IST

ମେଷ – ସୁଯୋଗର ଉପଯୋଗ କରିବେ । ଭାଗ୍ୟଶାଳୀ ହୋଇପାରନ୍ତି । ଦିନଟି ଭୋଗ ବିଳାସରେ ଅତିବାହିତ କରିବେ । ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିପାରନ୍ତି । ବୃଷ – ଯାତ୍ରାରେ ବାଧା,ବିଘ୍ନ ଉପୁଜି ପାରେ । ଇର୍ଷା ପରିତ୍ୟାଗ କଲେ ସାମାଜିକ ସ୍ୱୀକୃତି ମିଳିବ । ସ୍ୱାଭୀମାନୀ ହୋଇପାରନ୍ତି । ଭାଗୁଆଳି ବ୍ୟବସାୟ ଲାଭଜନକ ହେବ । ମିଥୁନ - ଧାତୁ ଦ୍ରବ୍ୟ ଲାଭ ହୋଇପାରେ । ବନ୍ଧୁ ମିଳନ ଘଟିବାର ସୁଯୋଗ ଜୁଟୁଛି । ବ୍ୟବସାୟ ଲାଭଜନକ ହେବ । ସମାଜ ସେବାରେ ନିଜକୁ ନିୟୋଜିତ କରିପାରନ୍ତି । କର୍କଟ- ବ୍ୟବସାୟରୁ ଭଲ ଲାଭ ମିଳିବ । ଶତ୍ରୁ ଉପରେ ତୀକ୍ଷ୍ମ ନଜର ରଖିବାକୁ ପଡିବ । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ । ସିଂହ – ବୁଝି ବିଚାର କାର୍ଯ୍ୟ କରିବାକୁ ପଡିବ । ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ । ଚଞ୍ଚଳ ପ୍ରକୃତିର ହେବେ । ବିବାହ ବିଳମ୍ବ ହେବ । କନ୍ୟା – ଉଦାର ସ୍ୱଭାବର ହୋଇପାରନ୍ତି । ଦାନ-ଧର୍ମ ପ୍ରତି ଆଗ୍ରହ ପ୍ରକାଶ କରିବେ । ସୁଖୀ ହେବେ । ଜଣେ ଉତ୍ତମ ବ୍ୟକ୍ତି ଭାବେ ସାମାଜିକ ଆଦର ମିଳିବ । ତୁଳା – କାର୍ଯ୍ୟରେ ସଫଳତା ଲାଭ କରିପାରନ୍ତି । ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବର ହେବେ । ମଧୁରଭାଷୀ ହୋଇପାରନ୍ତି । ପ୍ରେମୀ ଓ ସାହସୀ ହେବେ । ବିଛା – ମୂଲ୍ୟବାନ ଦ୍ରବ୍ୟ ଲାଭ ହେବ । ପରମ ଭାଗ୍ୟଶାଳୀ ହୋଇପାରନ୍ତି । ମଧୁରଭାଷୀ,ସନ୍ତାନଶୀଳ,ଶାନ୍ତିପ୍ରିୟ ଓ ଉଦାର ବିଦ୍ୟା ପ୍ରେମୀ ହେବେ । ଧନୁ – ଯୋଗାଯୋଗରେ ସଫଳତା ଲାଭ କରିବେ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନ ମିଳିବ । ଆୟ ଯଥେଷ୍ଟ ପରିମାଣର ହେବ । ମକର – ଅଧିକ ଅଭିଜ୍ଞତା ଅର୍ଜନ କରିପାରନ୍ତି । କେତେକ କ୍ଷେତ୍ରରେ ପଥରୋଧର ସମ୍ମୁଖୀନ ହୋଇପାରନ୍ତି । ଖର୍ଚ୍ଚ ପରିମାଣର ହେବ । କୁମ୍ଭ - ସୁସ୍ଥ ଓ ନିରାମୟ ରହିବେ । ଯଶସ୍ୱୀ ହୋଇପାରନ୍ତି । ଲୋକପ୍ରିୟତା ଅର୍ଜନ କରିବେ । ଚଞ୍ଚଳ ପ୍ରକୃତିର ହେବେ । ସରକାରୀ ସ୍ତରରେ ସମ୍ମାନିତ ହେବେ । ମୀନ - ଯୋଗାଯୋଗରେ ସଫଳତା ମିଳିବ । ଶ୍ରମ ସାର୍ଥକ ହେବ । କୁଳ ଉଦ୍ଧାରକ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.