ସେପ୍ଟେମ୍ବର ୨୪ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | September 24, 2019 IST

ମେଷ – ଅନ୍ୟ ଉପରେ ନିର୍ଭରଶୀଳ ହୋଇପାରନ୍ତି । ଉଚ୍ଚଆଶା ଫଳବତୀ ହୋଇପାରେ । ସୁଖୀ ଓ ଆନନ୍ଦ ଉଲ୍ଲାସରେ ଦିନ ବିତାଇବେ । ପିଲାମାନେ ସକଳ ଗୁଣର ଆଧାର ହେବେ । ବିବାଦରେ ବିଜୟୀ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୪ ।

ବୃଷ – ଠାକୁରଙ୍କ ଦର୍ଶନ ଲାଭ କରି ଶାନ୍ତି ପାଇବେ । ଯେକୌଣସି ସୂତ୍ରରୁ ଧନ ମିଳିବ । ଶାସ୍ତ୍ରାଭ୍ୟାସୀ ଓ ଉପଯୁକ୍ତ ମନ୍ତ୍ରଣାଦାତା ହେବେ । ବିନୀତ ସ୍ୱଭାବର ହୋଇପାରନ୍ତି । ସ୍ତ୍ରୀ ଧନ ହେତୁ ସୁଖ ଭୋଗ କରିବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୧ ।

ମିଥୁନ - ଘରକୁ ବିଳାସ ଦ୍ରବ୍ୟ ଆଣି ପାରନ୍ତି । ସୁଖୀ ଓ ସମ୍ମାନୀତ ହେବେ । ବିଭିନ୍ନ ସ୍ତରରୁ ସାହାର୍ଯ୍ୟ ପ୍ରାପ୍ତ ହୋଇପାରେ । ଦୀର୍ଘ ଦିନର ଆଶାପୂରଣ ହେବ । ପାରିବାରିକ ସୁଖ ଅବ୍ୟାହତ ରହିବ । ଶୁଭ ରଙ୍ଗ ସବୁଜ । ଶୁଭ ଅଙ୍କ ୭ ।

କର୍କଟ –ପେଟରେ ବ୍ୟଥା ଅନୁଭବ କରିପାରନ୍ତି । କାର୍ଯ୍ୟ କ୍ଷେତ୍ର କଷ୍ଟସାଧ୍ୟ ହୋଇପାରେ । ଆୟ ବୃଦ୍ଧିର ସୂଚନା ମିଳୁଥିବା ବେଳେ ବ୍ୟୟ ବୃଦ୍ଧିକୁ ରୋକି ହେବ ନାହିଁ । ଆକସ୍ମିକ ଭାବେ ଲାଭବାନ୍ ହେବେ । ଶୁଭ ରଙ୍ଗ ଗୋଲଡେନ୍ । ଶୁଭ ଅଙ୍କ ୩ ।

ସିଂହ – ମାଲିମୋକଦ୍ଦମାରେ ଜିତାପଟ୍ ନେବେ । ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ । ଚଳ ଚେଷ୍ଟିତ ଓ ସାରକାରଙ୍କ କୃପାପାତ୍ର ହେବେ । ସାଧନାରେ ସିଦ୍ଧିପ୍ରାପ୍ତ କରିବେ । ବସ୍ତ୍ର-ଭୂଷଣ ହୋଇପାରେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୫ ।

କନ୍ୟା – ଅର୍ଥାଗମ ଓ ଗୃହ ପରିବେଶ ପ୍ରଦୂଷଣମୁକ୍ତ ହେବ । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡିବ । ବିଭାଗୀୟ ଅର୍ଥ ପାଇବାର ସୂଚନା ମିଳୁଛି । ର୍କୀିମାନ୍ ଓ ବହୁ ଧନର ଅଧିକାରୀ ହେବେ । ଶୁଭ ରଙ୍ଗ ମେଟାଲିକ୍ । ଶୁଭ ଅଙ୍କ ୯ ।

ତୁଳା – ସତର୍କତା ଆପଣଙ୍କ ପାଇଁ ଉପାଦେୟ ହେବ । ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି । ପୂଜା ପାଇଁ ତତ୍ପରତା ପ୍ରକାଶ କରିବେ । ଉପୁଜିଥିବା ସମସ୍ୟା ଦୂର ହୋଇପାରେ । ପ୍ରତିଦ୍ୱନ୍ଦ୍ୱିତାରେ ସଫଳ ହେବେ । ଶୁଭ ରଙ୍ଗ କଳା । ଶୁଭ ଅଙ୍କ ୪ ।

ବିଛା – ନୂତନ ନିଯୁକ୍ତିର ସୁଯୋଗ ଅଛି । ସାମାନ୍ୟ ଅସୁସ୍ଥତା ଦେଖା ଦେଇ ପାରେ । ସ୍ୱାଭିମାନି ହେବେ । ଘାତଚନ୍ଦ୍ର ଓ ଅଷ୍ଟମ ଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡିବ । ଶାସ୍ତ୍ରପଡୁ ହୋଇପାରନ୍ତି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୭ ।

ଧନୁ – ଆତ୍ମବିଶ୍ୱାସ ବଢାଇ ପାରନ୍ତି । ବନ୍ଧୁ ମିଳନ ଆପଣଙ୍କ ପାଇଁ କଲ୍ୟାଣମୂଳକ ହେବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଆର୍ଥିକସ୍ଥିତିରେ ଉନ୍ନତି ଘଟିବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୧ ।

ମକର – ଯେତେ ସାବଧାନ୍ ରହିଲେ ମଧ୍ୟ ଆପଣଙ୍କ ଗୋପନ ତଥ୍ୟ ପ୍ରକାଶ ପାଇ ଯାଇପାରେ । ହର୍ଷ-ଉଲ୍ଲାସ ମଧ୍ୟରେ ସମୟ ବିତାଇପାରନ୍ତି । ସର୍ବତ୍ର ଶୁଭ ଆଶାକରାଯାଏ । ବିନୀତ ସ୍ୱଭାବର ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ ।

କୁମ୍ଭ - ଅଧିକ ଦାୟିତ୍ୱ ବହନ କରିପାରନ୍ତି । ଦିନଟି ସମସ୍ୟା ବହୁଳ ହେଲେ ବି ତା’ ଆଶୁ ସମାଧାନ କରିବାରେ ସକ୍ଷମ ଓ ଚଳ ପ୍ରକୃତିର ହେବେ । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସିତ ହେବେ । ଶୁଭ ରଙ୍ଗ ଗାଢ ନୀଳ । ଶୁଭ ଅଙ୍କ ୭ ।

ମୀନ - ଚିନ୍ତା ଦୂରେଇ ଯିବ । ଚିନ୍ତାଧାରା ଉନ୍ନତମାନର ହେବ । ପିଲାମାନେ ବିଳାସୀ ହୋଇପାରନ୍ତି । କୃଷିକାର୍ଯ୍ୟରେ ମନ ଦେବେ । ଧର୍ମ-ଧାରଣାରେ ଉତ୍ସର୍ଗୀକୃତ ମନୋଭାବ ପ୍ରକାଶ ପାଇବ । ନିନ୍ଦୁକମାନଙ୍କ ମୁଖ ବନ୍ଦ କରିବେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୪ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.