୧୪ ଅକ୍ଟୋବର, ରବିବାର

Published By : Prameya-News7 Bureau | October 14, 2018 IST

ମେଷ – ଆୟ ବୃଦ୍ଧିର ସୂଚନା ମିଳୁଛି, ମାତ୍ର ସୁଖ ଭୋଗରେ ଅନ୍ତରାୟ ସୃଷ୍ଟି ହୋଇପାରେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ବୃଷ – କାର୍ଯ୍ୟକ୍ଷେତ୍ରରେ ମାର୍ଗ ଉନ୍ମମୁକ୍ତ ରହିଛି । ବନ୍ଧୁ ମିଳନ ଘଟିବ । ବିଭିନ୍ନ ସ୍ତରରୁ ସହ ଯୋଗ ମିଳିବ । ଦୀର୍ଘ ଦିନର ଆଶାପୂର୍ଣ୍ଣ ହୋଇପାରେ । ମିଥୁନ - ଆର୍ଥିକ ସ୍ଥିତିର ଢେର ଉନ୍ନତି ଘଟିବ । ଶତ୍ରୁ ଦମନ କରିବାରେ ସିଦ୍ଧ ହସ୍ତ ହେବେ । ବହୁ ସମ୍ମାନର ଅଧିକାରୀ ହେବେ । ସ୍ୱଭାଷୀ ହେବେ । କର୍କଟ- ସୌନ୍ଦର୍ଯ୍ୟ ଉପଭୋଗ କରିପାରନ୍ତି । କଳ୍ପନା ବିଳାସୀ ହେବେ । ମନୋବାଞ୍ଚା ପୂର୍ଣ୍ଣ ହୋଇପାରେ । ପାରିବାରିକ କ୍ଷେତ୍ରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ସିଂହ – କାର୍ଯ୍ୟଧାରାରେ ଢେର ଉନ୍ନତି ଘଟିବ । ବହୁ ଶୁଭଙ୍କର ଘଟଣାମାନ ଘଟିବ । ବହୁ ଶୁଭଙ୍କର ଘଟଣାମାନ ଘଟିବ । ନାନା ବିଭବରେ ମଣ୍ଡିତ ହୋଇପାରନ୍ତି । କନ୍ୟା – ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଉଚ୍ଚ ସମ୍ମାନ ଲାଭ କରିପାରନ୍ତି । କର୍ମ ତତ୍ପରତା ପ୍ରକାଶ ପାଇବ । ପ୍ରବକ୍ତା ଭାବେ ଖ୍ୟାତି ଅର୍ଜନ କରିବେ । ତୁଳା – ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ଗୃହରେ ଶାନ୍ତିର ବାତାବରଣ ପ୍ରବାହିତ ହେବେ । ଶ୍ରେଷ୍ଠ ଓ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବାରେ ସକ୍ଷମ ହେବେ । ବିଛା – ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଆଶାନୁରୂପ ହେବ । ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ବସ୍ତ୍ର-ଭୂଷଣ ଲାଭ ହୋଇପାରେ । ଧନୁ – ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ଶୁଭ-ଅଶୁଭ ମିଶ୍ରିତ ଫଳ ମିଳିବ । କେହି ପଥରୋଧ କରିବାକୁ ଉଦ୍ୟମ ଚଳାଇପାରନ୍ତି । ପୁଣ୍ୟବାନ ହେବେ । ମକର – ହଜି ଯାଇଥିବା ଦ୍ରବ୍ୟ ଖୋଜିଲେ । ଆୟ ଯଥେଷ୍ଟ ପରିମାଣର ହେବ । ଦୃଢ ସକଳ୍ପ ନେଇ ଗୁତୁତ୍ୱପୂର୍ଣ୍ଣ କାର୍ଯ୍ୟ କରି ସେଥିରେ କୃତକାର୍ଯ୍ୟ ହେବେ । କୁମ୍ଭ - କର୍ମ ଚଞ୍ଚଳ ରହିବେ । ବହୁ ପୁଣ୍ୟର ଅଧିକାରୀ ହେବେ । ଅଭୀଷ୍ଟ ସିଦ୍ଧିର ସୂଚନା ମିଳୁଛି । ବହୁ ସୁ ମିତ୍ରଙ୍କ ସାନିଧ୍ୟ ଲାଭ କରିପାରନ୍ତି । ମୀନ - ସେବା ମନୋଭାବ ଜାଗ୍ରତ ହେବ । ପ୍ରୀତି ଭୋଜନ ମିଳିପାରେ । ଅସୁସ୍ଥତାର ଉପଶମ ହେବ । କର୍ମ ତତ୍ପରତା ପ୍ରକାଶ ପାଇବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.