୧୩ ଅକ୍ଟୋବର, ଶନିବାର

Published By : Prameya-News7 Bureau | October 13, 2018 IST

ମେଷ – ଗୁରୁଜନଙ୍କ କାଯ-କଳାପ ଆପଣଙ୍କ ପାଇଁ ଉପାଦେୟ ହେବ । ଆମୋଦ ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ । ବୃଷ – କାର୍ଯ୍ୟ ଶୃଙ୍ଖଳିତ ଭାବେ ଚାଲିବ । ମନରେ ଗର୍ବଭାବ ବହନ କରିପାରନ୍ତି । ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ । ଚକ୍ଷୁପୀଡା ଅନୁଭବ କରିପାରନ୍ତି । ମିଥୁନ - ସୁସ୍ଥ ଓ ନିରାମୟ ରହିବେ । ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଧନଲାଭର ସୂଚନା ମିଳୁଛି । କର୍କଟ- ଯେତେ ବିଶୃଙ୍ଖଳା ଉପୁଜିଲେ ବି କାର୍ଯ୍ୟରେ ଆଗେଇବେ । ଉଦାର ସ୍ୱଭାବର ହେବେ । ସଫଳ ବ୍ୟକ୍ତବ୍ୱର ପରିଚୟ ସୃଷ୍ଟି କରିବେ । ସିଂହ – ଶତ୍ରୁ ଉପରେ କଡା ନଜର ରଖିବାକୁ ପଡିବ । ବିଭିନ୍ନ ସ୍ତରରେ ସମ୍ମାନିତ ହୋଇପାରନ୍ତି । ମନ ପ୍ରସନ୍ନ ରହିବ । ବିଶୁଦ୍ଧଭାଷୀ ହେବେ । କନ୍ୟା – କୌଣସି ଏକ ବିଶେଷ କାର୍ଯ୍ୟରେ ସଫଳତା ଲାଭ କରିବେ । ମନରେ ଥିବା ଉଦ୍ ବେଗର ପରିସମାପ୍ତି ଘଟିବ । ଭାଗ୍ୟଶାଳୀ ହେବେ । ତୁଳା – କାହା ଉପରେ ନିର୍ଭରଶାଳୀ ନ ହୋଇ ସ୍ୱାଧୀନଚେତା ଭାବେ କାର୍ଯ୍ୟ ସମ୍ପାଦନ କରିବେ । ସରକାରୀ ଓ ବନ୍ଧୁ ସହାୟତାରୁ ଲାଭଜନକ ହେବେ । ବିଛା – ଧନ ସଞ୍ଚୟ ପାଇଁ ଆଗ୍ରହ ପ୍ରକାଶ କରିବେ, ମାତ୍ର ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ଚଞ୍ଚଳ ସ୍ୱଭାବର ହେବେ । ଏକାନ୍ତ ପ୍ରିୟ ହେବେ । ଧନୁ – ମୂଲ୍ୟବାନ ଦ୍ରବ୍ୟ ଲାଭ ହେବ । ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ । ସୁସ୍ଥ ଓ ନିରାମତ ରହିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିବେ । ମକର – ନିଜ ଅସପୂର୍ଣ୍ଣ କାର୍ଯ୍ୟକୁ ସଂପୂର୍ଣ୍ଣ କରିବାକୁ ପ୍ରୟାସ ଜାରି ରଖିବେ । ପରିଶ୍ରମର ମୂଲ୍ୟ ମିଳିବ । ପରିବାରରେ ମୁଖ୍ୟ ଭୂମିକା ଗ୍ରହଣ କରିପାରନ୍ତି । କୁମ୍ଭ - ଧର୍ମ କାର୍ଯ୍ୟରେ ମନୋନିବେଶ କରିବେ । ଭାଗ୍ୟବାନ ହେବେ । ଦିନଟି ଭୋଗବିଳାସରେ ଅତିବାହିତ କରିପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ । ମୀନ - ଧୀର, ସ୍ଥିର ଭାବେ କାର୍ଯ୍ୟରେ ଆଗେଇବେ । ଈର୍ଷା ପରାୟଣ ହୋଇପାରନ୍ତି । ସ୍ୱାଭିମାନୀ ହେବେ । ଶାରିରୀକ ଦୁର୍ବଳତା ଅନୁୁଭବ କରିପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.