vridhi excotica
star kirano
ori homes
vridhi excotica
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେନିସକୁ ଅଲବିଦା କହିଥାନ୍ତେ ରାଫେଲ ନାଦାଲ ! କିନ୍ତୁ…
  • ||
  • ଖୋର୍ଦ୍ଧା : ରାସ୍ତାକଡ଼କୁ ଖସିଲା ‘ଲିଙ୍ଗରାଜ’, ବସ୍‌ରେ ଥିଲେ ୨୦ରୁ ଅଧିକ ଯାତ୍ରୀ…
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୪୬ କୋଭିଡ୍ ପଜିଟିଭ୍
  • ||
  • ଜୁଲାଇ ୫ରେ ମାଟ୍ରିକ୍‌ ରେଜଲ୍ଟ ! ସୋମବାର ହୋଇପାରେ ଘୋଷଣା
  • ||
  • ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ, ଶେଷଦିନରେ ନେତାଙ୍କୁ ଗୁରୁମନ୍ତ୍ର ଦେବେ ମୋଦୀ
  • ||
  • ସାମ୍ନାକୁ ଆସିଲେ କହ୍ନେୟାଲାଲ ହତ୍ୟାକାଣ୍ଡର ପ୍ରତ୍ୟକ୍ଷଦର୍ଶୀ, ବଖାଣିଲେ ଛାତିଥରା କାହାଣୀ
  • ||
  • ମୌସୁମୀକୁ ସକ୍ରିୟ କରିବ ଲଘୁଚାପ : ରବିବାର ଓ ସୋମବାର ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||

ଅଗଷ୍ଟ ୨୦ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

20/08/2019 at 7:40 AM

ମେଷ – ଗୁରୁଜନଙ୍କ କାର୍ଯ୍ୟ କଳାପରେ ବ୍ୟଥିତ ହୋଇପାରନ୍ତି । ଆୟ ପରିମାଣ ବୃଦ୍ଧି ପାଇବ । ବ୍ୟବସାୟ ଲାଭଜନକ ହେବ । ନାନାବିଧି ସମ୍ମାନର ଅଧିକାରୀ ହୋଇପାରନ୍ତି । ଗୁଣଜ୍ଞ ଓ ର୍କୀିମାନ୍ ହେବେ । ପ୍ରସନ୍ନତା ଲାଭ କରିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।
ବୃଷ – ଅର୍ଥ ପ୍ରାପ୍ତିର ସୂଚନା ମିଳିବ । ସମ୍ମାନିତ ହେବେ । ପୁଣ୍ୟ କାର୍ଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ । ଶୁଭଖବର ପାଇ ଖୁସି ହୋଇପାରନ୍ତି । ପାରିବାରିକ ସୁଖ ଶାନ୍ତି ଅବ୍ୟାହତ ରହିବ । ସରକାରୀ ଅର୍ଥ ମିଳିବ । ଗୁଣଯୁକ୍ତ ହେବେ । ସନ୍ତୁଷ୍ଟ ହେବେ । ଶୁଭ ରଙ୍ଗ କଳା । ଶୁଭ ଅଙ୍କ ୯ ।
ମିଥୁନ – କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଦୃଢ ମନୋବଳ ନେଇ କାର୍ଯ୍ୟ ସମ୍ପାଦନ କରିବେ । ଦାମ୍ପତ୍ୟ ଜୀବନ ଯାପନ ସୁଖପ୍ରଦ ହେବ । ପ୍ରତିଯୋଗିତାରେ ବିଜୟୀ ହେବା ସହିତ ଜନସାଧାରଣଙ୍କର ଆସ୍ଥା ଭାଜନ ହୋଇପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭ ରଙ୍ଗ ଧଳା,ନାରଙ୍ଗୀ । ଶୁଭ ଅଙ୍କ ୧ ।
କର୍କଟ – ବନ୍ଧୁ ବର୍ଗରେ ମତାନ୍ତର ଘଟିପାରେ । ସେବା ପୂଜାରେ ମନୋନିବେଶ କରିପାରନ୍ତି । ଅଷ୍ଟମଚନ୍ଦ୍ର ଭୋଗ ହେତୁ ସାମାନ୍ୟ ପୀଡା ଅନୁଭବ କରିପାରନ୍ତି । ଚି ଅସ୍ଥିର ରହିବ । ଶାନ୍ତ ଓ ନିପୁଣ ହେବେ । ମେଧାବୀ,ଜିତେନ୍ଦ୍ରିୟ,ବିଦ୍ୱାନ ଓ ଦୟାଳୁ ହେବେ । ଶୁଭ ରଙ୍ଗ ସବୁଜ,ହଳଦୀଆ । ଶୁଭ ଅଙ୍କ ୨ ।
ସିଂହ – ଦିନସାରା କାର୍ଯ୍ୟ ବ୍ୟସ୍ତ ରହିପାରନ୍ତି । ମନୋରମା ପତ୍ନୀଙ୍କ ସାନ୍ନିଧ୍ୟ ଓ ପରାମର୍ଶ ଉପାଦେୟ ହୋଇପାରେ । ବନ୍ଧୁ ସହଯୋଗ ପାଇ ଶାନ୍ତି ଅନୁଭବ କରିପାରନ୍ତି । ବ୍ୟବସାୟରେ ଆଗକୁ ବଢିବେ । ପରିବାରର କାର୍ଯ୍ୟରେ ମୁଖ୍ୟ ଭୂମିକା ଗ୍ରହଣ କରିବେ । ଶୁଭ ରଙ୍ଗ ନାଲି,ଧଳା । ଶୁଭ ଅଙ୍କ ୮ ।
କନ୍ୟା – ଇଚ୍ଛା ବିରୁଦ୍ଧରେ କାର୍ଯ୍ୟ କରିପାରନ୍ତି । ବିଭିନ୍ନ ଦିଗରୁ ସହଯୋଗ ମିଳିବ । ଆଶା କରାଯାଏ । ଶୁଭ ଖବର ପାଇ ଖୁସି ହୋଇପାରନ୍ତି । ବିଭିନ୍ନ ସୂତ୍ରରୁ ଆୟ ଆସିପାରେ । ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ । ଦୀର୍ଘ ଦିନର ଆଶା ପୂରଣ ହେବ । ଶୁଭ ରଙ୍ଗ ପାଉଁଶିଆ,ଗୋଲାପି । ଶୁଭ ଅଙ୍କ ୬ ।
ତୁଳା – ପରିବେଶ ଆପଣଙ୍କ ପାଇଁ ଲାଭପ୍ରଦ ହେବ । ଧୈର୍ଯ୍ୟବାନ୍ ହୋଇପାରନ୍ତି । ଚିନ୍ତାଧାରା ମହତ୍ ହେବ । କାର୍ଯ୍ୟ ହାସଲ କରିବେ, ମାତ୍ର ବିଳମ୍ବରେ । ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତ ହେବେ । ହର୍ଷଯୁକ୍ତ ଓ ବିଶୁଦ୍ଧଭାଷୀ ହେବେ । ଧନଶାଳୀ ହୋଇପାରନ୍ତି । ଶୁଭ ରଙ୍ଗ ସବୁଜ । ଶୁଭ ଅଙ୍କ ୪ ।
ବିଛା – ବନ୍ଧୁ ମେଳରେ ଦିନ ବିତାଇ ପାରନ୍ତି । ନାନା ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଅଯଥା ବ୍ୟୟ ହୋଇପାରେ । ଭାଗ୍ୟବାନ୍ ହୋଇପାରନ୍ତି । ପ୍ରଭୂତ ବିର ଅଧିକାରୀ ହେବେ । ସନ୍ମାର୍ଗୀ ହେବେ । ଯଶସ୍ୱୀ ହୋଇପାରନ୍ତି । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୩ ।
ଧନୁ – ସକଳ ଗୁଣଯୁକ୍ତ ହେବେ । ସୁଖୀ ହୋଇପାରନ୍ତି । କାବ୍ୟ ଶାସ୍ତ୍ରାନୁରକ୍ତ ହେବେ । ସରକାରୀ ସ୍ତରରୁ ଧନ ସମ୍ପଦ ମିଳିପାରେ । ଉମ ବନ୍ଧୁଙ୍କ ସାନ୍ନିଧ୍ୟ ମିଳିବ । ଯଶସ୍ୱି ହେବେ । ବିବାଦରେ ବିଜୟୀ ହେବେ । ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇ ଗର୍ବିତ ହେବେ । ଶୁଭ ରଙ୍ଗ ଧଳା,କମଳା । ଶୁଭ ଅଙ୍କ ୯ ।
ମକର – ପ୍ରତିଯୋଗିତାରେ ଭାଗ ନେଇ ପାରନ୍ତି । ପରିଶ୍ରମର ମୂଲ୍ୟ ମିଳିବ । ଅଯଥାଚିନ୍ତିତ ହୋଇପାରନ୍ତି । ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି । ଧନାଗମର ସୂଚନା ମିଳୁଛି । ଉମ ବସ୍ତ୍ର, ରତ୍ନ ମିଳିପାରେ । ସରକାରୀ ଅର୍ଥ ମିଳିବ । ଶୁଭ ରଙ୍ଗ ଧଳା,ବାଇଗଣି । ଶୁଭ ଅଙ୍କ ୫ ।
କୁମ୍ଭ – ଆର୍ଥିକ ଅନଟନ ଦୂର ହେବ । ଆଶାବାଦୀ ହୋଇପାରନ୍ତି । ଧନବାନ୍ ହେବେ । ଗୁଣଯକ୍ତ ହୋଇପାରନ୍ତି । ଉପାର୍ଜନ ଉଣା ହେବ ନାହିଁ । ଉମ ଭୋଜନ ମିଳିବ । ପାରିବାରିକ ସୁଖ ଅବ୍ୟାହତ ରହିବ । ଶୁଭ ରଙ୍ଗ ଗୋଲାପି,ନାଲି । ଶୁଭ ଅଙ୍କ ୨ ।
ମୀନ – ଅଭାବରୁ ମୁକ୍ତି ମିଳିବ । କିଛି ସମୟ ପାଇଁ ଆବଦ୍ଧରେ ରହିପାରନ୍ତି । ମୁକୁଳିବାକୁ ହେଲେ ଖର୍ଚ୍ଚାନ୍ତ ହେବାକୁ ପଡିବ । ଚଳ ଚେଷ୍ଟିତ ହେବ । ମଧୁରଭାଷୀ ହେବେ । ଶ୍ରେଷ୍ଠ ପଦ-ପଦବୀ ମିଳିପାରେ । ଗୁଣଯୁକ୍ତ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୫ ।

   Related Posts