୧୧ ଅକ୍ଟୋବର, ଗୁରୁବାର

Published By : Prameya-News7 Bureau | October 11, 2018 IST

ମେଷ – ଦୃଢ ମନୋବଳ ନେଇ କାର୍ଯ୍ୟ କରିବେ । ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଶକ୍ତିମାନ୍ ହେବେ । ବୃଷ – ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଚଞ୍ଚଳ ପ୍ରକୃତିର ହେବେ । ଆକସ୍ମିକ ଭାବେ ଧନ ଲାଭ ହୋଇପାରେ । ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ । ମିଥୁନ - ଉଦାର ପ୍ରକୃତିର ହୋଇପାରନ୍ତି । ଦାନ ଧର୍ମକୁ ଶ୍ରେୟ ମଣିବେ । ଶୋଭନ ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରିପାରନ୍ତି । ସୁସ୍ଥ ଓ ନିରାମୟ ରହିବେ । କର୍କଟ- ଚିନ୍ତାମୁକ୍ତ ହୋଇପାରନ୍ତି । କାର୍ଯ୍ୟରେ ସଫଳତା ଲାଭ କରିବେ । ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବର ହେବେ । ମନୋଲୋଭା କଥା କହି ଅନ୍ୟର ହୃଦୟ ଜୟ କରିପାରନ୍ତି । ସିଂହ – ଆଶାବାଦୀ ହୋଇପାରନ୍ତି । ଭାଗ୍ୟଶାଳୀ ହେବେ । ପରଦେଶବାସୀ,ମଧୁରଭାଷୀ,ସହନଶୀଳ,ଶାନ୍ତିପ୍ରିୟ, ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି । ପତ୍ନୀ ବିଳାସୀ ହେବେ । କନ୍ୟା – ବେଳେ ବେଳେ ଅନ୍ୟ ମନସ୍କ ରହିପାରନ୍ତି । ସୁଖ-ସମ୍ମାନ ଲାଭ କରିବେ । ଐଶ୍ୱର୍ଯ୍ୟଯୁକ୍ତ ହେବେ । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ତୁଳା – ମନରେ ବିଷଣ୍ଣ ଭାବ ଦେଖା ଦେଇପାରେ । ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି । ଚଞ୍ଚଳ ସ୍ୱଭାବର ହେବେ । ନିର୍ଜନରେ ରହିବାକୁ ଇଚ୍ଛା ପ୍ରକାଶ କରିବେ । ବିଛା – ପରିବେଶ ଆପଣଙ୍କ ପାଇଁ ଆନନ୍ଦଦାୟକ ହେବ । ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳ ରୂପାୟନ କରି ଆତ୍ମ ସନ୍ତୋଷ ଲାଭ କରିବେ । ଧନୁ – ସାଧନାରେ ସିଦ୍ଧି ପ୍ରାପ୍ତ ହେବେ । କୁଳ-ମର୍ଯ୍ୟାଦା ରକ୍ଷା କରିବାରେ ସକ୍ଷମ ହେବେ । ମନରେ ପ୍ରସନ୍ନ ଭାବ ଦେଖା ଦେବ । ସୁସ୍ଥ ଓ ନିରାମୟ ରହିବେ । ମକର – ସାମୟିକ ଭାବେ ସ୍ମରଣ ହାନି ଘଟିପାରେ । ସତ୍ ସଙ୍ଗୀ ହୋଇପାରନ୍ତି । ଭାଗ୍ୟଶାଳୀ ହୋଇପାରନ୍ତି । ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି । କୁମ୍ଭ - ସ୍ୱାଭିମାନୀ ହେବେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ସହ ଯୋଗୀ ବ୍ୟବସାୟ ଲାଭଜନକ ହେବ । ଦେବ, ଦ୍ୱିଜ ଭକ୍ତିରତ ହୋଇପାରନ୍ତି । ମୀନ - ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ ହେବ । ବ୍ୟବସାୟ ଲାଭଜନକ ହେବ । ସମାଜ ସେବାରେ ନିଜକୁ ନିୟୋଜିତ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.