vridhi excotica
star kirano
ori homes
vridhi excotica
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେନିସକୁ ଅଲବିଦା କହିଥାନ୍ତେ ରାଫେଲ ନାଦାଲ ! କିନ୍ତୁ…
  • ||
  • ଖୋର୍ଦ୍ଧା : ରାସ୍ତାକଡ଼କୁ ଖସିଲା ‘ଲିଙ୍ଗରାଜ’, ବସ୍‌ରେ ଥିଲେ ୨୦ରୁ ଅଧିକ ଯାତ୍ରୀ…
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୪୬ କୋଭିଡ୍ ପଜିଟିଭ୍
  • ||
  • ଜୁଲାଇ ୫ରେ ମାଟ୍ରିକ୍‌ ରେଜଲ୍ଟ ! ସୋମବାର ହୋଇପାରେ ଘୋଷଣା
  • ||
  • ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ, ଶେଷଦିନରେ ନେତାଙ୍କୁ ଗୁରୁମନ୍ତ୍ର ଦେବେ ମୋଦୀ
  • ||
  • ସାମ୍ନାକୁ ଆସିଲେ କହ୍ନେୟାଲାଲ ହତ୍ୟାକାଣ୍ଡର ପ୍ରତ୍ୟକ୍ଷଦର୍ଶୀ, ବଖାଣିଲେ ଛାତିଥରା କାହାଣୀ
  • ||
  • ମୌସୁମୀକୁ ସକ୍ରିୟ କରିବ ଲଘୁଚାପ : ରବିବାର ଓ ସୋମବାର ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||

ଅଗଷ୍ଟ ୯ ତାରିଖ, ଶୁକ୍ରବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

9/08/2019 at 7:53 AM

ମେଷ – ଅଭାବ ଦୂରେଇ ଯାଇପାରେ । ଦୃଢ ମନୋବଳ ନେଇ କାର୍ଯ୍ୟ କରିପାରନ୍ତି । ଚଳ ପ୍ରକୃତିର ହେବେ । ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ । ଶିକ୍ଷିତା ପତ୍ନୀର ସାହଚର୍ଯ୍ୟ ପାଇବେ । ଧାର୍ମିକ,ତେଜସ୍ୱୀ ଓ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ ।
ବୃଷ – ଅନ୍ୟ ମନସ୍କତା ହେତୁ କ୍ଷତିଗ୍ରସ୍ତ ହୋଇପାରନ୍ତି । ଘାତଚନ୍ଦ୍ର ହେତୁ ସତର୍କ ରହିବେ । ଶାସ୍ତ୍ରାଭ୍ୟାସୀ ହେବେ । ବିନୀତ ସ୍ୱଭାବର ହୋଇପାରନ୍ତି । ସ୍ତ୍ରୀ ଧନ ହେତୁ ସୁଖୀ ହେବେ । ମନ୍ତ୍ରଣା ଶକ୍ତିଯୁକ୍ତ ଦେବେ । କାବୟ ର୍କା ହେବା ଆଶା କରାଯାଏ ।
ମିଥୁନ – ମାନସିକ ସ୍ତରରେ ଉଦ୍ବେଗ ଜାତ ହୋଇପାରେ । ପ୍ରତିରୋଧର ସମ୍ମୁଖୀନ ହୋଇପାରନ୍ତି । ସକଳ ଗୁଣଯୁକ୍ତ ସୁଖୀ ଓ କାବ୍ୟ ଶାସ୍ତ୍ରୀନୁରକ୍ତ ହୋଇପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ । ଜନ ସମର୍ଥନ ମିଳିବ ।
କର୍କଟ – ଆର୍ଥିକ ଦୁରବସ୍ଥାର ସୁଧାର ଆସିବ । ଉଚ୍ଚ ଆଶା ଫଳବତୀ ହେବ । ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଉଛି । ଶତ୍ରୁନାଶ କରିବାରେ ସିଦ୍ଧିହସ୍ତ ହେବେ । ବିଭିନ୍ନ ଦିଗରୁ ଧନାଗମ ହେବ । ହୃଷ୍ଟଚିତ ଓ ସହିବା ଶକ୍ତିର ପରିଚାୟକ ହେବେ ।
ସିଂହ – ଦୁଶ୍ଚିନ୍ତା ଦୂରେଇ ଯିବ । କର୍ମ କ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ପାରିବାରିକ ସୁଖ ମିଳିବ । ଧନବାନ୍ ହେବେ । ଗୁଣଯୁକ୍ତ ହୋଇପାରନ୍ତି । ଉପାର୍ଜନକାରି ହେବେ । ବଳିଷ୍ଠ ହୋଇପାରନ୍ତି । ଦାମ୍ପତ୍ୟ ସୁଖ ମିଳିବ । ସ୍ୱାସ୍ଥ୍ୟବାନ୍ ଓ ସୁଖୀ ହୋଇପାରନ୍ତି ।
କନ୍ୟା – ଗୃହ କାର୍ଯ୍ୟରେ ଆଗ୍ରହୀ ହେବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସତ୍ କର୍ମରେ ଅଧିକ ବ୍ୟୟ କରିବେ । ଆନନ୍ଦ ଉଲ୍ଲାସ୍ ଲାଗି ରହିବ । ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ । ଚଳ ଚେଷ୍ଟିତ ହୋଇପାରନ୍ତି, ପରକୁ ଆପଣାର କରିବେ ।
ତୁଳା – ବ୍ୟବସାୟ ଲାଭଜନକ ହେବ । କର୍ମକ୍ଷେତ୍ରରେ ସଫଳତା ମିଳିବ । କାର୍ଯ୍ୟ ବିଳମ୍ବିତ ହେଲେ ବି ସଫଳତା ମିଳିବ । କରିତ୍ କର୍ମୀ ହେବେ । ରୋଜଗାର ଯଥେଷ୍ଟ ପରିମାଣର ହୋଇପାରେ । ସରକାରୀ ସ୍ତରରେ ବିଶ୍ୱସନୀୟ ହୋଇପାରନ୍ତି ।
ବିଛା – ଧନ-ସମ୍ପଦ ବୃଦ୍ଧିର ସୁଯୋଗ ସୃଷ୍ଟି ହୋଇଛି । କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିବେ । ଯଶସ୍ୱୀ ହେବେ । ଚିନ୍ତାଧାରା ଉନ୍ନତମାନର ହେବ । ଦେବ ଦର୍ଶନ କରି ଆତ୍ମ ତୃପ୍ତି ଲାଭ କରିବେ । ସାଧନାରେ ସିଦ୍ଧି ଲାଭ କରିପାରନ୍ତି ।
ଧନୁ – ସୁଯୋଗର ଉପଯୋଗ କରିପାରନ୍ତି । ଦୀର୍ଘ ଦିନର ଆଶା ପୂରଣ ହୋଇପାରେ । କର୍ମ ଚଳ ରହିବେ । ଦିନସାରା ଆନନ୍ଦ ଉଲ୍ଲାସ ଲାଗି ରହିବ । ଭାଗ୍ୟଶାଳୀ ହୋଇପାରନ୍ତି । ଜଣେ ମହିଳାଙ୍କ ସହାୟତାରେ ଉପକୃତ ହେବେ । ଯଶସ୍ୱୀ ହୋଇପାରନ୍ତି ।
ମକର – ସୁ-ପରାମର୍ଶ ପାଇ ତାକୁ କାର୍ଯ୍ୟରେ ଲଗାଇପାରନ୍ତି । କେତେକ କ୍ଷେତ୍ରରେ ନିରଦ୍ରଷ୍ଠା ହୋଇପାରନ୍ତି । ବିଳାସ ବ୍ୟସନ କରି ଖର୍ଚ୍ଚାନ୍ତ ହେବେ । କର୍ମତତ୍ପରତା ପ୍ରକାଶ ପାଇବ । ପାରିବାରିକ ସୁଖ ମିଳିବ । ଅଷ୍ଟମ ଚନ୍ଦ୍ର ଯୋଗୁଁ ଭାବି ଚିନ୍ତି କାର୍ଯ୍ୟ କରିବେ ।
କୁମ୍ଭ – ପରିସ୍ଥିତି ପ୍ରତି ସଜାଗ ରହିବାକୁ ପଡିବ । ବନ୍ଧୁଙ୍କ ସହାୟତା ମିଳିପାରେ । ବଂଶର ଟେକ ରଖିବାରେ ସମଥ୍ର ହେବେ । ସମାଜ ସେବାରେ ନିଜକୁ ନିୟୋଜିତ କରିପାରନ୍ତି । ଅଧସ୍ତନ କର୍ମଚାରୀଙ୍କ ଭକ୍ତିଭାଜନ ହୋଇପାରନ୍ତି ।
ମୀନ – କାର୍ଯ୍ୟରେ ପ୍ରଥମରୁ ଶତ୍ରୁମାନଙ୍କ ବିରୋଧର ସମ୍ମୁଖୀନ ହୋଇପାରନ୍ତି । ବନ୍ଧୁ ସୁଖ ମିଳିପାରେ । ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି ।

   Related Posts