୧୦ ଅକ୍ଟୋବର, ବୁଧବାର

Published By : Prameya-News7 Bureau | October 10, 2018 IST

ମେଷ – ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଧନଲାଭ ହୋଇପାରେ । ତନ୍ତ୍ର-ମନ୍ତ୍ରାଦି ଗୁପ୍ତବିଦ୍ୟା ପ୍ରତି ଆଗ୍ରହୀ ହେବେ । ଧାର୍ମିକ ଓ ତେଜସ୍ୱୀ ହେବେ । ବୃଷ – ସ୍ୱାଭୀମାନୀ ହୋଇପାରନ୍ତି । ଉଦାର ସ୍ୱଭାବର ହେବେ । ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି । ଉଚ୍ଚ କୋଟି ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରିବେ । ମିଥୁନ - ଉଚ୍ଚ ଆଶା ଫଳବତୀ ହୋଇପାରେ । କାର୍ଯ୍ୟରେ ସଫଳତା ମିଳିବ । ମନପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବର ହୋଇପାରନ୍ତି । ମିଷ୍ଟାଭାଷୀ ହେବେ । କର୍କଟ- ଦୂର ସ୍ଥାନ ଭ୍ରମଣର ସୁଯୋଗ ପାଇବେ । ପରମ ଭାଗ୍ୟଶାଳୀ ହୋଇପାରନ୍ତି । ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହେବେ । ପ୍ରେମୀ ଓ ସାହସୀ ହେବେ । ସିଂହ – ପାରିବାରିକ ଶାନ୍ତି ଅବ୍ୟାହତ ରହିବ । କର୍ମକ୍ଷେତ୍ରରେ ଉତ୍ସାହିତ ହୋଇ କାର୍ଯ୍ୟ ସମ୍ପାଦନ କରିପାରନ୍ତି । ଶକ୍ତିମାନ ହେବେ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । କନ୍ୟା – ଥଣ୍ଡା-କଫରେ ଅକ୍ରାନ୍ତ ହୋଇପାରନ୍ତି । ଚଞ୍ଚଳ ସ୍ୱଭାବର ହେବେ । ଏକାନ୍ତ ପ୍ରିୟ ଓ ମଧୁରଭାଷୀ ହେବେ । ଖର୍ଚ୍ଚର ପରିମାଣ ବୃଦ୍ଧି ହେବେ । ତୁଳା – ମୂଲ୍ୟବାନ ଦ୍ରବ୍ୟ ପ୍ରାପ୍ତିର ସୂଚନା ମିଳୁଛି । ସୁସ୍ଥ ଓ ନିରାମୟ ରହିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିବେ । ଚଞ୍ଚଳ ପ୍ରକୃତିର ହେବେ । ବିଛା – ଆବଶ୍ୟକ ସହାୟତା ମିଳି ଯିବ । ଆପଣଙ୍କ ଶ୍ରମ ସାର୍ଥକ ହେବ । କୁଳ ଉଦ୍ଧାରକ ହେବେ । ମନପ୍ରସନ୍ନ ରହିବ । ଭାଗ୍ୟଶାଳୀ ହୋଇପାରନ୍ତି । ଧନୁ – କାର୍ଯ୍ୟ ନିର୍ବାହ ପାଇଁ ସୁଯୋଗ ସୃଷ୍ଟି ହୋଇଛି । ଦାମ-ଧର୍ମକୁ ଜୀବନର ବ୍ରତ ଭାବେ ଗ୍ରହଣ କରିବେ । ଭାଗ୍ୟଶାଳୀ ହୋଇପାରନ୍ତି । ମକର – ଆର୍ଥିକ ସହାୟତା ମିଳିବ । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡିବ । ଈର୍ଷାଳୁ ସ୍ୱଭାବର ହୋଇପାରନ୍ତି । କୁମ୍ଭ - ନିଜର ଜନହିତକର କାର୍ଯ୍ୟ ପାଇଁ ସମ୍ବର୍ଦ୍ଧିତ ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ସମାଜସେବୀ ହୋଇପାରନ୍ତି । ସୁଖ ମିଳିବ । ମୀନ - ସ୍ୱାଧୀନ ଚିନ୍ତା ଧାରାକୁ ନେଇ କାର୍ଯ୍ୟ କରିବେ । କାହା ଉପରେ ନିର୍ଭରଶୀଳ ହେବେ ନାହିଁ । ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.