୯ ଅକ୍ଟୋବର, ମଙ୍ଗଳବାର

Published By : Prameya-News7 Bureau | October 09, 2018 IST

ମେଷ – ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ । କାର୍ଯ୍ୟରୁ ତ୍ୱରାନ୍ୱିତ କରିପାରନ୍ତି । ବନ୍ଧୁ ସୁଖ ପାଇବେ । ମୂଲ୍ୟବାନ ଦ୍ରବ୍ୟ ଲାଭ ହେବାର ସୂଚନା ମିଳୁଛି । ବୃଷ – ମନ ଚଞ୍ଚଳ ରହିବ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ । ଅଯଥା ଖର୍ଚ୍ଚାନ୍ତ ହେବେ । ମିଥୁନ - ଚାକିରି କ୍ଷେତ୍ରରେ ସ୍ୱାଧୀନ ଚିନ୍ତାଧାରା ନେଇ କାର୍ଯ୍ୟ ସଂପାଦନ କରିବେ । କାର୍ଯ୍ୟରେ ଉତ୍ସାହ ବୃଦ୍ଧି ହେବ । ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ । କର୍କଟ- ମହିଳାଙ୍କୁ ମାତୃବତ୍ ପୂଜା ନ କଲେ ବିପଦର ସମ୍ମୁଖୀନ ହୋଇପାରନ୍ତି । ଉଚ୍ଚ ଆଶା ଫଳବତୀ ହେବ । ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ । ସିଂହ – ପରିଶ୍ରମର ମୂଲ୍ୟ ମିଳିବ । ସ୍ୱାଧୀନ ଭାବେ ବିନା ପରାମର୍ଶରେ କାର୍ଯ୍ୟ କରିବା ଅସମ୍ଭବ ହୋଇପାରେ । ଧର୍ମ-କର୍ମ ସଂପାଦନ କରିପାରନ୍ତି । କନ୍ୟା – ଅଟକି ଥିବା କାର୍ଯ୍ୟ ଆଗେଇବ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ଭୋଜନରେ ଆପ୍ୟାୟିତ ହେବେ । କର୍ମ ତତ୍ପରତା ପ୍ରକାଶ ପାଇବ । ତୁଳା – ଗତି ରୋଧର ସମ୍ମୁଖୀନ ହୋଇପାରନ୍ତି । କଳ୍ପନା ବିଳାସୀ ହୋଇପାରନ୍ତି । ଶାନ୍ତି-ସନ୍ତୋଷ ଲାଭ କରିବେ । ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ବିଛା – ଅଭିଳାଷ ପୂରଣ ହେବ । ଆୟ ଆଶାନୁରୂପ ହେବ । ଧନାଗମର ସୂଚନା ମିଳୁଛି । ସମୃଦ୍ଧି ପଥରେ ଆଗକୁ ବଢିପାରନ୍ତି । ଶୂଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଧନୁ – କର୍ମକ୍ଷେତ୍ରରୁ ଅର୍ଥାଗମ ହେବ । ଉତ୍ସାହିତ ହୋଇ କାର୍ଯ୍ୟ ସଂପାଦନ କରିବେ । ଅସୁସ୍ଥତାରୁ ଆରୋଗ୍ୟ ହେବେ । ଚିନ୍ତାରୁ ମୁକ୍ତି ମିଳିବ । ମକର – ଅତୀତ ଘଟଣାକୁ କେନ୍ଦ୍ର କରି ବ୍ୟଥିତ ହୋଇପାରନ୍ତି । ଘଟାଣାର ଅନୁଧ୍ୟାନ କରି ପଦକ୍ଷେପ ନେଇପାରନ୍ତି । ସତ୍ କର୍ମରେ ବ୍ୟୟ କରି ଜନସାଧାରଣଙ୍କୁ ପ୍ରଶଂସାର ପାତ୍ର ହେବେ । କୁମ୍ଭ - ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ମାନସିକ ସ୍ତରରେ ଚାପର ସମ୍ମୁଖୀନ ହେବେ । ଆପଣଙ୍କ ପରାମର୍ଶ ଉପାଦେୟ ହୋଇପାରେ । ମୀନ - ଯାତ୍ରା ସଫଳ ହେବେ । ବହୁ ମିତ୍ରଙ୍କ ସାନିଧ୍ୟ ମିଳିବ । ଆର୍ଥିକ ଅଭିବୃଦ୍ଧି ଘଟିବ । ସର୍ବ ସୁଖ ମିଳିବ । ବୁଦ୍ଧିମତ୍ତାର ପରିଚୟ ଦେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.