vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିଭୋ ଉପରେ ଚଢଉ ନେଇ ଚୀନର ରାଗ, କହିଲା- ‘ବିଦେଶୀ କମ୍ପାନୀଙ୍କ ଇଚ୍ଛା କମିଯିବ…’
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୨୮ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୮୯୩୦ କରୋନା ପଜିଟିଭ୍
  • ||
  • ଇଂଲଣ୍ଡରେ ଜନ୍ମଦିନ ପାଳିଲେ ଧୋନୀ, କାଟିଲେ କେକ୍ : ପତ୍ନୀ ସାକ୍ଷୀ ସେୟାର କଲେ ଭିଡିଓ
  • ||
  • କେବଳ ସ୍ପାଇସଜେଟ୍ ନୁହେଁ, ଅନ୍ୟ କମ୍ପାନୀର ବିମାନରେ ମଧ୍ୟ ବଢୁଛି ତ୍ରୁଟି : ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା
  • ||
  • ୪୧ ବର୍ଷରେ ପାଦ ଦେଲେ କ୍ୟାପ୍ଟେନ୍ କୁଲ୍ : ଟିମ୍ ଇଣ୍ଡିଆକୁ ଜିତାଇଥିଲେ ଦିନିକିଆ ଓ ଟି୨୦ ବିଶ୍ୱକପ୍
  • ||
  • ଜନ୍ମଦିନରେ ଓ୍ୱିମ୍ବଲଡନ୍ ଦେଖିବାକୁ ପହଁଚିଲେ ମାହି, ସାମ୍ନାକୁ ଆସିଲା ଫଟୋ
  • ||

ଜୁଲାଇ ୨୪ ତାରିଖ, ବୁଧବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

24/07/2019 at 7:50 AM

ମେଷ – କାର୍ଯ୍ୟ ଆନନ୍ଦଦାୟକ ହେବ । ଧନକ୍ଷୟ ହେବାର ସମ୍ଭାବନା ଅଛି । ପରକୁ ଆପଣାର ଶକ୍ତି ପ୍ରୟୋଗ କରି କୃତକାର୍ଯ୍ୟ ହେବେ । ଶାରିରୀକ ଅସୁସ୍ଥତା ଅନୁଭବ କରିପାରନ୍ତି । ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ ।

ବୃଷ – କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ପାରିବାରିକ ସୁଖ ମିଳିବ । ଶତ୍ରୁନାଶ କରି ଆଶ୍ୱସ୍ତ ହେବେ । ସମ୍ମାନିତ ହୋଇପାରନ୍ତି । ମନ୍ତ୍ରଣାଦାତା ହେବେ । କାବ୍ୟ ରଚନା କରିପାରନ୍ତି । ସୁବର୍ଣ୍ଣାଦି ମୂଲ୍ୟବାନ୍ ଧାତୁ ମିଳିପାରେ ।

ମିଥୁନ – ମଙ୍ଗଳମୟ କାର୍ଯ୍ୟ କରିପାରନ୍ତି । ତଥାପି ମନ ଦୁର୍ବଳ ରହିବ । ସତ୍ୟବାଦି ହେବେ । ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି । ବ୍ୟବହାର ପାରଙ୍ଗମ ହେବେ । ପିତୃଭକ୍ତିଯୁକ୍ତ ହୋଇପାରନ୍ତି । ଭାଗ୍ୟବାନ୍ ହେବେ । କୃଷିକର୍ମକାରୀ ହେବେ ।

କର୍କଟ – ଦାୟିତ୍ୱବାନ୍ ହେବେ । ଅଧିକାର ସାବ୍ୟସ୍ତ କରିପାରନ୍ତି । ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି । ଶାନ୍ତି-ସନ୍ତୋହ ମିଳିବ । ବିଭିନ୍ନ ଦିଗରୁ ଧନାଗମ ହେବ । ସର୍ବତ୍ର ବିଜୟୀ ହେବେ ।

ସିଂହ – ସମ୍ମାନକୁ ଜଗି ଚଳିବାକୁ ପଡିବ । ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି । ଧନ,ଯାନ-ବାହନରୁ ସୁଖ ଭୋଗ କରିପାରନ୍ତି । ସରକାରଙ୍କ ଅନୁଗ୍ରହରୁ ବହୁ ସମ୍ପଦ ଲାଭର ସୂଚନା ମିଳୁଛି । ଶ୍ରେଷ୍ଠ ପଦ-ପଦବୀରେ ଆରୁଢ ହୋଇପାରନ୍ତି ।

କନ୍ୟା – ବ୍ୟବସାୟ ଲାଭଜନକ ହେବ । ବିବାଦରେ ବିଜୟୀ ହେବା ସହିତ ଶୁଭେଚ୍ଛା ବାର୍ତ୍ତା ମିଳିପାରେ । ସୁସମାଚାର ପାଇ ଖୁସି ହୋଇପାରନ୍ତି । ପ୍ରତିଯୋଗିତା ଆପଣଙ୍କ ସପକ୍ଷରେ ଯିବ । ସରକାରୀ ଓ ବେସରକାରୀ ସମର୍ଥନ ପାଇ ଉତ୍ଫୁଲ୍ଲିତ ହୋଇପାରନ୍ତି ।

ତୁଳା – ମନରେ ଦ୍ୱିଧାଭାବ ଜାତ ହୋଇପାରେ । ରଜପୁଜିତ ହେବେ । ଯାନ-ବାହନଯୁକ୍ତ ହୋଇପାରନ୍ତି । ସାମାଧିଶ ହେବାର  ସୂଚନା ମିଳୁଛି । ପରାକ୍ରମଶାଳୀ ହୋଇପାରନ୍ତି । ବହୁ ପୋଷକ ହେବେ । ଗୁରୁ କୃପାରୁ ବଳୀୟାନ୍  ହୋଇପାରନ୍ତି ।

ବିଛା – କନ୍ୟା ଦାନ କରି ପ୍ରଶଂସିତ ହୋଇପାରନ୍ତି । କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ଯଶସ୍ୱୀ ହେବେ । ଚିନ୍ତାଶାରା ଉନ୍ନତମାନର ହେବ । ଦେବଦର୍ଶନର ସୌଭାଗ୍ୟ ଅଛି । କାର୍ଯ୍ୟରେ ସିଦ୍ଧି ପ୍ରାପ୍ତ ହେବେ । ବ୍ୟବସାୟ ଲାଭଜନକ ହେବ ।

ଧନୁ – ଆୟ ଠାରୁ ବ୍ୟୟ ଅଧିକ ହୋଇପାରେ । ପ୍ରତାରିତ କରିବାକୁ କେହି ଚେଷ୍ଟା କରିପାରନ୍ତି । କାର୍ଯ୍ୟ ହାଲସ କରିବାକୁ ସକ୍ଷମ ହେବେ, ମାତ୍ର ବିଳମ୍ବରେ । ରାଜତୁଲ୍ୟ ହେବା ଆଶା କରାଯାଏ । ଆଖି ଯନ୍ତ୍ରଣା ଅନୁଭବ କରିପାରନ୍ତି ।

ମକର – ଯେଉଁ ବାର୍ତ୍ତା ପାଇବେ ସେଥିରେ ମନ କଷ୍ଟ ହୋଇପାରେ । ମୂଲ୍ୟବାନ୍ ଦ୍ରବ୍ୟ କ୍ରୟ କରିପାରନ୍ତି । ଧନ-ବୃଦ୍ଧି ଲାଭ ହୋଇପାରେ । ମହାମାନବର ମାନ୍ୟତା ମିଳିପାରେ । ଶ୍ରେଷ୍ଠ ପଦବୀରେ ଆସିନ ହୋଇପାରନ୍ତି ।

କୁମ୍ଭ  – ମନ ଚଞ୍ଚଳ ରହିବ । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡିବ । ଉନ୍ନତି ପଥରେ ଆଗୁସାର ହେବେ । ଆର୍ଥିକ ଅଭିବୃଦ୍ଧି ଘଟିବ । ସୁଭାଷୀ ହେବେ । ଉତ୍ତମ ବିଦ୍ୟାର ଅଧିକାରୀ ହେବେ । ତେଜୀୟାନ୍ ହେବେ । ଚଞ୍ଚଳତାଯୁକ୍ତ ହେବେ ।

ମୀନ – ପଡୋଶୀଙ୍କ ସହାୟତାରୁ ଲାଭବାନ୍ ହୋଇପାରନ୍ତି । ପରୋପକାରୀ ଆତ୍ମସନ୍ତୋଷ ଲାଭ କରିବେ । ସଜ୍ଜନ ମଣ୍ଡଳୀର କୃପାପାତ୍ର ହୋଇପାରନ୍ତି । ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ । ଲୋକ ଚକ୍ଷୁରେ ମହାନ୍ ହୋଇପାରନ୍ତି ।

   Related Posts