୮ ଅକ୍ଟୋବର, ସୋମବାର

Published By : Prameya-News7 Bureau | October 08, 2018 IST

ମେଷ – ଯୋଜନାର ସଫଳ ରୂପାୟନ କରିପାରନ୍ତି । ସମ୍ମାନକୁ କରି ଚଳିବାକୁ ପଡିବ । ସୁଖ ଭୋଗ କରିବେ । ଗୃହର ପରିବେଶ ଠିକ୍ ରହିବ । ବୃଷ – ଉତ୍ତମ ସ୍ୱାସ୍ଥ୍ୟର ଅଧିକାରୀ ହେବେ । ଶୁଭକର୍ମ ପାଇଁ ବାତାବରଣ ଅନୁକୂଳ ଅଛି । ସୁ-ସମ୍ବାଦ ପାଇ ଖୁସି ହୋଇପାରନ୍ତି । ଭ୍ରାତୃ ସୁଖ ମିଳିବ । ମିଥୁନ - ପଦୋନ୍ନତି ପାଇଁ ଚେଷ୍ଟା ଚଳାଇ ପାରନ୍ତି । କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିବେ । ଉତ୍ସାହିତ ହୋଇ କାର୍ଯ୍ୟ ସଂପାଦନ କରିବେ । କର୍କଟ- ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡିବ । ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି । ତ୍ୟାଗଶୀଳ ଓ ନୀତିଜ୍ଞ ହେବେ । ସିଂହ – ବିଭିନ୍ନ ଦିଗରୁ ଅର୍ଥାଗମ ହେବ । ଶ୍ରୀଚନ୍ଦ୍ର ଭୋଗ ହେତୁ ଉତ୍ତମ ଭୋଜନ ମିଳିବ । ପୁଣ୍ୟ କାର୍ଯ୍ୟରେ ମନୋନିବେଶ କରିପାରନ୍ତି । କନ୍ୟା – ଅସୁବିଧାରୁ ବାହାରି ଯିବେ । ପଥରୋଧକୁ ଏଡାଇ ଆଗକୁ ବଢିବେ । ଖର୍ଚ୍ଚ ପରିମାଣ ବୃଦ୍ଧି ପାଇପାରେ । ସୁଖ-ସନ୍ତୋଷ ମିଳିବ । ତୁଳା – ଆୟ ଯଥେଷ୍ଟ ପରିମାଣର ହେବ । ବିଳାସ-ବ୍ୟସନରେ ବୁଡି ରହିବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶାନ୍ତି ସନ୍ତୋଷ ମିଳିବ । ବିଛା – ପାରିବାରିକ ଶାନ୍ତି ଫେରି ଆସିବ । ଉଦାର ସ୍ୱଭାବର ହୋଇପାରନ୍ତି । ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୁଳ ରହିଛି । କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ । ଧନୁ – କାର୍ଯ୍ୟ ପାଇଁ ଶୁଭ ଯୋଗ ଅଛି । ସାମର୍ଥ୍ୟ ପରିପ୍ରକାଶ ଘଟାଇ ପାରନ୍ତି । ଧନାଗମର ସୁଯୋଗ ସୃଷ୍ଟି ହୋଇଛି । ଉତ୍ତମ ବସ୍ତ୍ର-ରତ୍ନ ମିଳିପାରେ । ମକର – ସହକର୍ମୀଙ୍କ ସହ ଯୋଗ ମିଳିବ । ଘାତଚନ୍ଦ୍ର ଭୋଗ ଯୋଗୁଁ ସତର୍କରେ ଚଳିବାକୁ ପଡିବ । ସତକର୍ମରେ ନିୟୋଜିତ ହୋଇପାରନ୍ତି । କୁମ୍ଭ - ସୁ-ମିତ୍ର ଲାଭର ସୂଚନା ମିଳୁଛି । ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ଲାଭାନ୍ୱିତ ହୋଇପାରନ୍ତି । ସୁଖ-ଶାନ୍ତିରେ ଦିନଟି ଅତିବାହିତ ହେବ । ମୀନ - ମନ ଯୋଗ ସହକାରେ କାର୍ଯ୍ୟ କରି ଚାଲିବେ । ଆର୍ଥିକ ଅଭିବୃଦ୍ଧି ଘଟିବାର ସୂଚନା ମିଳୁଛି । ସର୍ବ ସୁଖ ମିଳିବ । ଶ୍ରେଷ୍ଠ ପଦ-ପଦବୀ ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.