LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଜୁଲାଇ ୧୨ ତାରିଖ, ଶୁକ୍ରବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

12/07/2019 at 7:55 AM

ମେଷ – ଆପଣଙ୍କ ମନ ଆଧ୍ୟାତ୍ମିକ ଦିଗରେ ଅଧିକ ଲାଗି ରହିବ । ଅଫିସରେ କାହାରି ସହିତ ତର୍କ ହେବାର ସମ୍ଭାବନା  । ବାହର କାମରେ ଗଲାବେଳେ ସାବଧାନତାର ସହ ବାହନ ଚଳାନ୍ତୁ । ଦିନଟି ଭଲ ରହିବ ।

ବୃଷ – ଭାବିଥିବା ଯୋଜନା ବଢିଆ ପ୍ରମାଣିତ ହେବ । ବହୁତ ନୂଆ ରୁଚି ଅନୁଭବ କରିପାରନ୍ତି । ବ୍ୟବସାୟ କ୍ଷେତ୍ରରେ ଆଗକୁ ବଫିବା ପାଇଁ ନୂଆ ସୁଯୋଗ ମିଳିବ । ପଡୋଶୀ ଆପଣଙ୍କ ବ୍ୟବହାରରେ ଖୁସି ହେବେ । ଯାତ୍ରାର ଯୋଗ ଅଛି ।

ମିଥୁନ – ଦିନଟି ଆପଣଙ୍କ ଲାଗି ବଢିଆ ରହିବ । କୌଣସି ସ୍ୱାଧୀନ ସଂସ୍ଥାରେ ଆପଣଙ୍କୁ ଚାକିରି ମିଳିପାରେ । ପୁସ୍ତକ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ । ଆର୍ଥିକ ପକ୍ଷ ମଜଭୁତ ହେବାରୁ ପରିବାରରେ ଅଶାନ୍ତି କମ ହେବ ।

କର୍କଟ – ଆପଣଙ୍କର କୌତୁକିଆ ସ୍ୱଭାବ ସମସ୍ତକୁ ଭଲ ଲାଗିବ । ଚାକିରି ଲାଗି କରି ଆସୁଥିବା ପ୍ରୟାସରେ ସଫଳତା ମିଳିବ । ବେପାରି ଲୋକ ଅନ୍ୟମାନଙ୍କୁ ନିଜ ରାୟରେ ସହମତ କରାଇନେବେ । ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ଭଲ ।

ସିଂହ – କାମରେ ସକାରାତ୍ମକ ଫଳ ମିଳିବ । ସମାଜରେ ମାନ ସମ୍ମାନ ପାଇବେ । କୌଣସି ନୂଆ ବ୍ୟକ୍ତିଙ୍କୁ ବନ୍ଧୁ ଭାବେ ଗ୍ରହଣ କରିବେ । କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ । ଆର୍ଟସ ଛାତ୍ରଙ୍କ ପାଇଁ ଦିନଟି ବଢିଆ ରହିବ ।

କନ୍ୟା – ପରିବାର ଲୋକଙ୍କ ସହିତ ଆନନ୍ଦର ମୁହୂର୍ତ୍ତ  ବିତେଇବେ । ସବୁ କାମ ଆପଣଙ୍କ ମନ ମୁତାବକ ହେବ । ଅଚାନକ ଆପଣଙ୍କୁ  ଫାଇଦା ହୋଇପାରେ । ଲେଖକଙ୍କୁ ଆଜି ପୁରସ୍ଖାର ମିଳିପାରେ ।

ତୁଳା – ଆପଣଙ୍କ ମନ ଆଧ୍ୟାତ୍ମିକ ଦିଗରେ ଅଧିକ ଲାଗି ରହିବ । ନିଃସ୍ୱାର୍ଥ ସମାଜ ସେବାରୁ ପ୍ରତିଷ୍ଠା ପାଇବେ । ବ୍ୟବସାୟରେ ନୂଆ ଲୋକଙ୍କ ସହିତ ସାକ୍ଷାତ୍ ଆଲୋଚନା ହେବ । ଅଚାନକ ଧନଲାଭ ହେବ । 

ବିଛା – ଆଜି ଆପଣଙ୍କର କୌଣସି ଜରୁରୀ କାମ ପୂରା ହୋଇପାରେ । କୌଣସି ବ୍ୟକ୍ତିଙ୍କ ସହିତ ମନର ମେଳ ହେବ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ସମାକ ସେବାରେ ସମୟ ଦେବେ । ପ୍ରତିଯୋଗୀ ଛାତ୍ରଙ୍କ ଲାଗି ସଫଳତାର ଦିନଟିଏ ।

ଧନୁ – ଛୋଟ ଛୋଟ କଥାରେ ଧ୍ୟାନ ଦିଅନ୍ତୁ । କାମ ଧନ୍ଦାରେ ସଫଳତା ମିଳିବ । ଗଣ ମାଧ୍ୟମ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ଲାଗି ଦିନଟି ବଢିଆ ରହିବ । ଅବିବାହିତ ଲୋକଙ୍କୁ ବିବାହ ପ୍ରସ୍ତାବ ମିଳିବ ।

ମକର – ଆପଣଙ୍କ ଭାବନା ରଚନାତ୍ମକ ରହିବ । କାର୍ଯ୍ୟାଳୟରେ ଆପଣଙ୍କ କାମକୁ ପ୍ରଶଂସା ମିଳିବ । ଆର୍ଥିକ ପକ୍ଷ ମଜଭୁତ ହେବ । ବନ୍ଧୁଙ୍କ ସହିତ ସମୃନ୍ଧ ସୁଧାର ହେବ । ଆପଣଙ୍କୁ ସନ୍ତାନ ସମ୍ବନ୍ଧୀୟ କୌନସି ଶୁଭ ଖବର ମିଳିବ ।

କୁମ୍ଭ  – ଆଜି ଆପଣଙ୍କର ବଡରୁ ବଡ କାମ ହୋଇଯିବ । ସମାଜରେ ଆପଣଙ୍କ ମାନ ସମ୍ମାନ ବଡିବ । ପରିବାରର ସମସ୍ତଙ୍କ ସହିତ ସମ୍ବନ୍ଧ ବଢିଆ ହେବ । କବି ଲୋକ କୌଣସି ନୂଆ କବିତା ରଚନା କରିବେ ।

ମୀନ – କୌଣସି ନୂଆ ପରି ଯୋଜନା ଲାଗି ଆପଣଙ୍କ ମନରେ କଳ୍ପନା ଆସିବ । ଆଗକୁ ବଢିବା ଲାଗି ଭାଗ୍ୟ ସାଥ ଦେବା କୋଣସି ବଡ ଅଧିକାରୀଙ୍କ ସହ ଯୋଗ ମିଳିବ । ବ୍ୟବସାୟରେ ଉନ୍ନତି ହେବ ।

   Related Posts