ଜୁଲାଇ ୧୧ ତାରିଖ, ଗୁରୁବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | July 11, 2019 IST

ମେଷ – କର୍ମଧିପ ଶନି ଭାଗ୍ୟସ୍ଥାନରେ ଚନ୍ଦ୍ରଙ୍କ ସପ୍ତମ କେନ୍ଦ୍ରସ୍ଥ ଯୋଗୁ ବନ୍ଧୁ ଗହଣରେ ଘର ପୂରି ଉଠିବ । ଆକସ୍ମିକ ଭାବରେ କୌଣସି ପଦସ୍ଥ ବ୍ୟକ୍ତିଙ୍କ ସହ ଯୋଗରୁ ଅଟକି ରହିଥିବା କାମରେ ଅଗ୍ରଗତି ଘଟିବ ।

ବୃଷ – ଲାଭାଧିପ ବୃହସ୍ପତି ତୃତୀୟାଧିପତି ସହ ଷଡାଷ୍ଟକ ସ୍ଥିତି କାରଣରୁ ଆଶା ପୂରଣରେ ବନ୍ଧୁଙ୍କ ସାହାର୍ଯ୍ୟ ସହ ଯୋଗ ମିଳି ନ ପାରେ । ସମାଜିକ ସ୍ତରରେ ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢତାର ସହ ପ୍ରତିହତ କରିବାରେ ସଫଳ ହେବେ ।

ମିଥୁନ - ଆଧ୍ୟାତ୍ମିକ ଗ୍ରହ ଶନି ରାଶିକୁ ଅବଲୋଚନ କରି ଧାର୍ମିକ ବାତାବରଣ ମଧ୍ୟରେ ଚଳିବାକୁ ପାଇଁ ପ୍ରେରଣା ଯୋଗଇବ । ଆଜି ପୂର୍ବ ଯୋଜନା ଅନୁଯାୟୀ ସ୍ଥଗିତ କାମଗୁଡିକୁ ସମ୍ପନ୍ନ କରିପାରିବେ । ପାରିବାରିକ ସ୍ତରରେ ପୁରୁଣା କଥାକୁ ବେଶି ଦୋହରାଇବା ଠିକ୍ ହେବନି ।

କର୍କଟ – ଦେବଗୁରୁଙ୍କ ଦିବ୍ୟଦୃଷ୍ଟିରେ ସମସ୍ୟା ସମାଧାନ ହେବା ସହ ଆଶା ଓ ଅଭିଳାଷ ମେଣ୍ଟିଯିବ । ଆଜିର ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ ଲାଭର ପରିମାଣ ଆଶାନୁରୂପ ନ ହୋଇପାରେ । ନୂତନ କର୍ମାରମ୍ଭ ପ୍ରୀତିପଦ ହେବ ।

ସିଂହ – ଦୃଢ ପଦକ୍ଷେପ ନେଇ ବିବାଦୀୟ ପରିସ୍ଥିତିକୁ ସ୍ୱାଭାବିକ କରିବାରେ ସମର୍ଥ ହେବେ । ଚନ୍ଦ୍ର ରାହୁ ଯୁକ୍ତ ଓ ଶନି ଦୃଷ୍ଟି କାରଣରୁ କୌଣସି ବିଭ୍ରାନ୍ତିକର ଖବର ପାଇ ମାନସିକ ଅସ୍ଥିରତା ଅନୁଭବ କରିପାରନ୍ତି ।

କନ୍ୟା – ସ୍ୱସ୍ଥାନପାଳ ଶନି ଚତୁର୍ଥ ଭାବରେ ପରିବାର,ପରିବହନ ଓ ସାମୂହିକ କାମ ସକାଶେ କ୍ଷତିକାରକ ନ ହୋଇପାରନ୍ତି । କିନ୍ତୁ କର୍ମ ସ୍ଥାନସ୍ଥ ଏକାଧିକ ଗ୍ରହ ଶନିଙ୍କ ଦୃଷ୍ଟିରେ ସମସ୍ୟାକୁ ବୃଦ୍ଧି କରିବାର ଆଶଙ୍କା ରହିଛି ।

ତୁଳା – ଆଜିର ଅନୁକୁଳ ଗ୍ରହସ୍ଥିତି ବିଶେଷତଃ ବୁଧ ଓମଙ୍ଗଳଙ୍କ ଚତୁର୍ଥଭାବକୁ ଦୃଷ୍ଟି ଲୋକସମ୍ପର୍କକୁ ବୃଦ୍ଧି କରିବ । ବନ୍ଧୁ ମିଳନ ସାଙ୍ଗକୁ ଆନୁଷ୍ଠାନିକ କାମରେ ତତ୍ପରତା ପ୍ରକାଶ କରିପାରନ୍ତି । ଶତ୍ରୁମାନେ ସାମୟିକ ବାଧା ସୃଷ୍ଟି କରିପାରନ୍ତି ।

ବିଛା – ଅଷ୍ଟମସ୍ଥ ଗ୍ରହ ପ୍ରଭାବରୁ ମହତ ଉଦ୍ଦେଶ୍ୟ ନେଇ କାମ କଲେ ମଧ୍ୟ ଆକସ୍ମିକ ଅନାକାଂକ୍ଷିତ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ସକାଳୁ ସକାଳୁ ସାଙ୍ଗସାଥୀଙ୍କ ସହ କିଛି ନୂଆ ସ୍ଥାନକୁ ପରିଦର୍ଶନରେ ଯିବାର ସୁଯୋଗ ମିଳିବ ।

ଧନୁ – ବନ୍ଧୁମେଳରେ ଯାତ୍ରା କରିବାର ସୌଭାଗ୍ୟ ଅର୍ଜନ କରିପାରନ୍ତି । ଅର୍ଥ ଭାବକୁ ଦୂରେଇବାକୁ ବନ୍ଧୁଙ୍କୁ ନେହୁରା ହେବାକୁ ପଡିପାରେ । ବିବାଦୀୟ ଘଟଣାରେ, ପରିବହନରେ ,ବ୍ୟବସାୟରେ , ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସାମାନ୍ୟ ମତାନ୍ତର ଆଶଙ୍କା ରହିଛି ।

ମକର – ସାମାନ୍ୟ ଅସୁସ୍ଥତା ଜନିତ କାରଣରୁ ମନଟା ଭଲ ଲାଗିବ ନାହିଁ । ବାରମ୍ବାର ସମସ୍ୟା ଲାଗି ରହୁଥିବାରୁ ହାତକୁ ନେଇôତବା କାମଟିକୁ ନିରୁତ୍ସାହିତ ହୋଇ କରି ନ ପାରନ୍ତି । ଶିଳ୍ପ, ବାଣିଜୟ କ୍ଷେତ୍ରରେ ନୂତନ ଦିଗନ୍ତ ସୃଷ୍ଟି ହେବ ।

କୁମ୍ଭ  - ସ୍ୱନ୍ଦ୍ୱରେ ପଡି ଆପଣ କୌନସି କଥାରେ ଠିକ୍ ନିଷ୍ପତ୍ତି ନେଇ ପାରିବେ ନାହିଁ । ନିଜକୁ ଅନ୍ୟମାନଙ୍କ ସହ ତୁଳନା କରି କେତେକ କ୍ଷେତ୍ରରେ ନିଜକୁ ନ୍ୟୂନ ମନେ କରି ପାରନ୍ତି । କାର୍ଯ୍ୟ ଆପଣଙ୍କର ସହଜରେ ହୋଇ ଯିବ ।

ମୀନ - ଆଜିର ଛୋଟ ଛୋଟ କଥାକୁ କେନ୍ଦ୍ର କରି ବନ୍ଧୁମାନଙ୍କ ମଧ୍ୟରେ କଳହ ଲାଗିପାରେ । ଅଫିସ୍ କାମରେ କିମ୍ବା ରାଜନୈତିକ ସ୍ତରରେ ସମସ୍ୟା ବୃଦ୍ଧି ପାଇପାରେ । ଅସୁବିଧା ନ ହେଲେ ମଧ୍ୟ କେତେକ କ୍ଷେତ୍ରରେ ବୃଥା ଆଶଙ୍କା କରି ମନ ଅସ୍ଥିର ରହିପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.