suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଜୁଲାଇ ୯ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

9/07/2019 at 7:43 AM

ମେଷ – ଦିନଟି ଆପଣଙ୍କର ଉତ୍ସାହ ଭରା ରହିବ । ନୂଆ ନୂଆ ବିଚାର ମନରେ ଆସିବ । କୌଣସି ବନ୍ଧୁଙ୍କ ସହିତ ସାକ୍ଷାତ୍ ଆମୋଚନା ପ୍ରଭାବକାରୀ ରହିବ । ବ୍ୟବସାୟୀଙ୍କୁ ଅଧିକ ଧନଲାଭ ହେବ ।

ବୃଷ – ସୁନ୍ଦର କଳ୍ପନାରେ ବିଭୋର ରହିବେ । ଅନ୍ୟମାନଙ୍କ ସହିତ ଖୁସ ବାଣ୍ଟିବେ ଦୀର୍ଘ ଦିନର ଲାଗି ରହି ଥିବା ସମସ୍ୟାର ସମାଧାନ ହେବ । ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି । ବିବାହିତ ଲୋକ ବାହାରକୁ ବୁଲି ଯାଇପାରନ୍ତି ।

ମିଥୁନ – ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ । ଜୀବନକୁ ବଢିଆ କରିବା ଲାଗି ଆପଣଙ୍କ କିଛି ନୂଆ କରିବେ । ଶତ୍ରୁ ଆପନଙ୍କର କିଛି କ୍ଷତି କରି ପାରିବେ ନାହିଁ । ରାଜନୀତିରେ ସଫଳତା ମିଳିବ ।

କର୍କଟ – ଦିନଟି ଆପଣଙ୍କ ଲାଗି ବଢିଆ ରହିବ । ଆପଣଙ୍କର କୌତୁକିଆ ସ୍ୱଭାବ ଲୋକ ପ୍ରିୟତାରେ ବୃଦ୍ଧି କରାଇବେ । ରହସ୍ୟ ବିଦ୍ୟା ପ୍ରତି ଆକୃଷ୍ଟ ହେବେ । କୌଣସି କାମରେ ପରିଶ୍ରମର ଫଳ ମିଳିବ । ଦୂର ଯାତ୍ରାରେ ଯିବେ ।

ସିଂହ – କର୍ମକ୍ଷେତ୍ରରେ ଭଲ ନୀତି ତିଆରି କରି କାମ କରିବେ । ଚାଷୀଙ୍କୁ କିଛି ଲାଭ ହୋଇପାରେ । ସନ୍ଧ୍ୟା ସୁଦ୍ଧା କୌଣସି ଖୁସି ଖବର ପାଇବେ । ସାମାଜିକ କାର୍ଯ୍ୟରେ ଆପଣଙ୍କର ରୁଚି ବଢିବ । ପ୍ରେମ ସାଗରରେ ବୁଡ ପକାଇବେ ।

କନ୍ୟା – ଆଜି ଖୋଦକୁ ଉର୍ଜାବାନ ଅନୁଭବ କରିବେ । ଆପଣଙ୍କର ପୁରୁଣା ଇଚ୍ଛା ପୂରା ହେବ । ଆର୍ଥିକ ପକ୍ଷ ମଜଭୁତ ବଜାୟ ରହିବ । ଡାକ୍ତରଙ୍କ ଖ୍ୟାତି ସୁଦୂରପ୍ରସାରୀ ହେବ । ରାଜନୀତି କାର୍ଯ୍ୟରେ ସଫଳତା ପାଇବେ ।

ତୁଳା – ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢିବ । ଧର୍ମଗ୍ରନ୍ଥ କିଣିବେ । ନେତା ଓ ଉଚ୍ଚପଦସ୍ଥ ଅଧିକାରୀଙ୍କ ସାଙ୍ଗରେ ରହିବାର ଅବସର ମିଳିବ । ବେପାରିଙ୍କୁ ଅଚାନକ ଧନଲାଭ ହେବ । ଆପଣଙ୍କ ସନ୍ତାନ ଆପଣଙ୍କୁ କୌଣସି ଉପହାର ଦେଇପାରନ୍ତି ।

ବିଛା – ପୁରୁଣା କଥାକୁ ନେଇ ମନ ବିଚଳିତ ହୋଇପାରେ । ଅଫିସରେ କୌଣସି କାମର ଟିକେ ଗତିରୋଧ ହୋଇପାରେ । ଇଷ୍ଟ ଦେବଙ୍କୁ ସ୍ମରଣ କରନ୍ତୁ, ବିଳମ୍ବ ହେଲେ ମଧ୍ୟ ସବୁ ଠିକ୍ ହୋଇ ଯିବ । ବିବାହିତଙ୍କୁ ଲାଗି ଦିନଟି ବଢିଆ ରହିବ ।

ଧନୁ – କୌଣସି ନୂଆ ଅବସର ମିଳିବା ହେତୁ ଜୀବନରେ ପରିବର୍ତ୍ତନ ଆସିବ । ବ୍ୟବସାୟୀଙ୍କୁ ଧନଲାଭ ହେବ । ରାଜନୀତିରେ ମନୋକାମନା ପୂରା ହେବ । ଚାକିରି ତଲାସରେ ଥିବା ଯୁବକଙ୍କୁ ଭଲ ଚାକିରି ମିଳିବ ।

ମକର – ନୂଆ ସକାରାତ୍ମକ ଉର୍ଜା ଅନୁଭବ କରିବେ । ନିଜ ସମସ୍ୟାର ସମାଧାନ ଲାଗି ଲୋକଙ୍କ ସାହାର୍ଯ୍ୟ ପାଇବେ । ଜମି ଦଲାଲଙ୍କ ସହିତ ଆଜି ନୂଆ ସଉଦା ଚୂଡାନ୍ତ ହେବ । ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢିବ ।

କୁମ୍ଭ  – ଆପଣଙ୍କ କ୍ୟାରିଅର ଲାଗି ଭଲ ଦିନଟିଏ । କୌଣସି ଶୁଭ ଖବର ପାଇବେ । ମହତ୍ତ୍ୱପୂର୍ଣ୍ଣ ବ୍ୟାପାରରେ ମିତ୍ରଙ୍କ ସହିତ କଥାବର୍ତ୍ତା ହେବେ । ଘରେ ଛୋଟିଆ ସମାରୋହ ଆୟୋଜନ କରିପାରନ୍ତି ।

ମୀନ – ଆଜି ଆପଣଙ୍କର ଉର୍ଜାର ସ୍ତର ବୃଦ୍ଧି ହେବ । କୌଣସି କାମରେ ସାମିଲ ହୋଇପାରନ୍ତି । ଜମି ଦଲାଲଙ୍କ ଲାଗି ଦିନଟି ଲାଭପ୍ରଦ ହେବ । ସନ୍ଧ୍ୟାରେ ପରିବାର ଲୋକଙ୍କ ସହିତ ହସଖୁସିର ସମୟ କଟିବ ।

   Related Posts