୬ ଅକ୍ଟୋବର, ଶନିବାର

Published By : Prameya-News7 Bureau | October 06, 2018 IST

ମେଷ – କୃଷିକ୍ଷେତ୍ରକୁ କ୍ରିୟାଶୀଳ କରିପାରନ୍ତି । ଯାନବାହନ ଜନିତ ସୁଖଭୋଗ କରିବେ । କାର୍ଯ୍ୟରେ ମନୋ ନିବେଶ କରିବେ । ବିବାଦିୟ କାର୍ଯ୍ୟରୁ ମୁକ୍ତି ପାଇବେ । ବୃଷ – ଧୈର୍ଯ୍ୟବାନ ହେବେ । ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିବ । ସୁସମ୍ବାଦ ପାଇ ଖୁସି ହେବେ । ସ୍ୱାସ୍ଥ୍ୟ ଭଲ ରହିବ । ସଦ୍ ବାଟରେ ଚାଲିବେ । ମିଥୁନ - କାର୍ଯ୍ୟ ହାସଲ କରିବେ, ମାତ୍ର ବିଳମ୍ବିତ ହୋଇପାରେ । ବ୍ୟବସାୟ ଲାଭଜନକ ହେବ । କାର୍ଯ୍ୟ କ୍ଷେତ୍ରରେ ପଦୋନ୍ନତି ପାଇବେ । କର୍କଟ- ସୁସ୍ଥ ଓ ନିରାମୟ ରହିବେ । ନୂଆ ବନ୍ଧୁ ଜୁଟିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । କର୍ମକ୍ଷେତ୍ରରେ ସଫଳତା ପାଇବେ । ଦିନଟି ଶୁଭ ରହିବ । ସିଂହ – ଦାୟିତ୍ୱ ବୃଦ୍ଧି ପାଇବ । ନିଜ ଅଧିକାର ସାବ୍ୟସ୍ତ କରିବାରେ ପାରଙ୍ଗମ ହେବେ । ସୁଖପୂର୍ଣ୍ଣ ଜୀବନ ଯାପନ କରିବେ । ଆନନ୍ଦ ଉପଭୋଗ କରିପାରନ୍ତି । କନ୍ୟା – ସହାୟତା ଆନନ୍ଦଦାୟକ ହେବ । ବ୍ୟୟ ବୃଦ୍ଧିର ସମ୍ଭାବନା ଅଛି । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ । ଚକ୍ଷୁ ରେ ପୀଡା ଉପୁଜି ପାରେ । ବିବଦୀୟ ବିତର୍କରୁ ଓହରି ଯିବା ଭଲ । ତୁଳା – ଅଦା ଖାଇ କର୍ମସ୍ଥଳକୁ ଗଲେ ସହଜରେ ସଫଳତା ମିଳିବ । ଉତ୍ସାହିତ ହୋଇ କାର୍ଯ୍ୟ ସମ୍ପାଦନ କରିବେ । ସରକାରୀ କ୍ଷେତ୍ରରେ ସମ୍ମାନିତ ହେବେ । ଗୃହରୁ ଶାନ୍ତି ମିଳିବ । ବିଛା – ସୁଖ ସମ୍ମାନ ଲାଭ କରିପାରନ୍ତି । ଆୟ ଆଶାନୁରୂପ ହେବ । ସରକାରୀ ବା ବନ୍ଧୁ ସହାୟତା ପାଇ ଲାଭବାନ ହେବେ । ସ୍ୱାସ୍ଥ୍ୟ ଭଲ ରହିବ । ନୂଆ ବନ୍ଧୁ ଜୁଟି ପାରନ୍ତି । ଧନୁ – ଆଶାବାଦୀ ହୋଇ ପାରନ୍ତି । ମଧ୍ୟମ ଧରଣର ଶୁଭଫଳ ମିଳିବ । ସୁକୃତୀ ସମ୍ପନ୍ନ ହେବେ । ପରାମର୍ଶଦାତା ଭାବେ ଅଗ୍ରଗଣ୍ୟ ହେବେ । ମକର – ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରି ଆନନ୍ଦ ଅନୁଭବ କରିବେ । ମନରେ ଭକ୍ତି ଭାବନା ଉଦୟ ହେବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । କୁମ୍ଭ - ଆଗକୁ ବଢ଼ିବାର ମାର୍ଗ ଉନ୍ମକ୍ତ ରହିଛି । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡିବ । ଯାନବାହନ ସୁଖ ମିଳିପାରେ । ନିଜ କର୍ମରେ ଦକ୍ଷତା ପ୍ରତିପାଦନ କରି ସୁଖୀ ହେବେ । ମୀନ - ବିବାଦୀୟ ଘଟଣାରେ ବିଜୟୀ ହେବେ । ସୁଖ-ସମ୍ମାନ ଲାଭ କରିପାରନ୍ତି । କର୍ମତତ୍ପରତା ପ୍ରକାଶ ପାଇବ । ଅସୁସ୍ଥତାର ଉପଶମ ହେବେ । ଭାଗ୍ୟବାନ୍ ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.