ଜୁନ୍ ୨୨ ତାରିଖ, ଶନିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | June 22, 2019 IST

ମେଷ – ସହଯୋଗୀଙ୍କ ସହଯୋଗ ପାଇବା ପାଇଁ ଚେଷ୍ଟା କରିବାକୁ ପଡିବ । କିଛି ମୁସ୍କିଲର ସାମନା କରିବାକୁ ପଡିପାରେ । ବ୍ୟବସାୟକୁ ନେଇ ଅନ୍ୟ ସହରରେ ବିସ୍ତାର କରିବା ଲାଗି ଭିବିବେ ।

ବୃଷ – ସାରାଦିନ ସ୍ଫୂର୍ତ୍ତିଶୀଳ ରହିବେ । ରାଜନୀତିରେ ସୀମା ବଢାଇବେ । ବ୍ୟବସାୟରେ ବଡ ବଡ ଲୋକଙ୍କ ସହିତ ସାକ୍ଷାତ ଲାଭକାରୀ ହେବ । ପାରିବାରିକ ଜୀବନ ସୁଖମୟ ହେବ । ଛାତ୍ରଙ୍କୁ ଶିକ୍ଷକଙ୍କ ମାର୍ଗ ଦର୍ଶନ ମିଳିବ ।

ମିଥୁନ - ଆଜି ଆପଣଙ୍କର ସବୁ ମନୋକାମନା ପୂରା ହେବ । ଅଫିସରେ ନୂଆ ଦାୟିତ୍ୱକୁ ଭଲଭାବେ ନିର୍ବାହ କରିବେ । ବ୍ୟବସାୟରେ ଆଶା ଠୁଁ ଅଧିକ ଲାଭ ପାଇବେ । ବିବାହ ପାରେ ବାହାରକୁ ବୁଲି ଯାଇପାରନ୍ତି ।

କର୍କଟ – ବ୍ୟବସାୟୀଙ୍କ ପାଇଁ ଦିନଟି ଅନୁକୂଳ । ଆପଣଙ୍କର ଧନ ସମ୍ବନ୍ଧୀୟ ମାମଲାର ସମାଧାନ ହେବ । ପାରିବାରିକ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ । ସନ୍ତାନଙ୍କ ପକ୍ଷରୁ ଖୁସି ଖବର ପାଇବେ ।

ସିଂହ – ଆଜି ଆପଣ ଚିନ୍ତା ମୁକ୍ତ ରହିବେ । ନୂଆ ବ୍ୟବସାୟ ଆରମ୍ବ କରିବା ଲାଗି ଦିନଟି ଉତ୍ତମ । ନିଜର ସଂପକ୍ରିୟଙ୍କ ମାଧ୍ୟମରେ ଫାଇଦା ହେବ । ନୂଆ ଘର କିଣିବା ଲାଗି ଦିନଟି ଶୁଭ ।

କନ୍ୟା – ଆପଣଙ୍କ ଉର୍ଜାେ ସ୍ତର ବୃଦ୍ଧି ହେବ । ଆପଣଙ୍କ କଥା ଓ କାମ କରିବା କୌଶଳ ଲୋକଙ୍କୁ ଖୁସି କରାଇବ । କର୍ତ୍ତୃପକ୍ଷ ଖୁସି ରହିବା ହେତୁ ଆପଣଙ୍କର ଦରମା ବଢିପାରେ । ଜୀବନସାଥିଙ୍କ ଠାରୁ ଉପହାର ପାଇବେ ।

ତୁଳା – ଦିନଟି ଆପଣଙ୍କର ଲାଗି ବଢିଆ ରହିବ । ସ୍ଥଗିତ ଥିବା କାମ ପୂରା ହେବାରୁ ମନ ପ୍ରସନ୍ନ ହେବ । ପାଇସା ସମ୍ବନ୍ଧୀୟ ଭଲ ଖବର ମିଳିପାରେ । ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ । ସୁସ୍ୱାଦୁ ଖାଦ୍ୟ ଭୋଜନ କରିବେ ।

ବିଛା – ରଚନାତ୍ମକ କାମରେ ଆପଣଙ୍କର ନାମ ହେବ । ଆର୍ଥିକ ମାମଲାରେ ଆପଣଙ୍କୁ ଲାଭ ମିଳିବ । ମିତ୍ରଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା ପ୍ରସ୍ତୁତ କରିବେ । ଛାତ୍ରଙ୍କୁ ଲେଖାପଢାରେ ପରିଶ୍ରମ କରିବା ଜରୁରୀ ।

ଧନୁ – ଭାଗ୍ୟ ଆପଣଙ୍କୁ ସାଥ ଦେବ । କର୍ମକ୍ଷେତ୍ରରେ ପରିଶ୍ରମ ଅଧିକ କରିବେ ଏବଂ ସଫଳ ହେବେ । ରାଜଜୀତିରେ ଲାଭ ମିଳିବାର ସ୍ଥିତି ଉତ୍ପନ୍ନ ହେବ । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ ।

ମକର – ବନ୍ଧୁ ଓ ପାଖ ଲୋକଙ୍କ ସହ ଯୋଗ ପାଇବେ । ଦୀର୍ଘଦିନରୁ ସ୍ଥଗିତ ଥିବା କାମ ପୂରା ହେବ । ସେୟାର ବଜାରରେ ଲାଭ ପାଇବେ । କୌଣସି ମନୋରଂଜନ କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି ।

କୁମ୍ଭ - ସତ୍ସଙ୍ଗରେ ସମୟ ବିତିବ । ସନ୍ତାନଙ୍କ ଠାରୁ ଭଲ ଖବର ପାଇବେ । ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରଭାବ ବଢିବ । ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ହେବ । ଦାଂପତ୍ୟ ଜୀବନରେ ମଧୁରତା ବଢିବ ।

ମୀନ - ଧାର୍ମିକ କାର୍ଯ୍ୟର ଆୟୋଜନରେ ସଫଳତା ମିଳିବ । ମନରେ ନୂଆ ବିଚାର ଆସିବ । ସରକାରୀ କାମରେ କିଛି ଲୋକଙ୍କ ସାହାର୍ଯ୍ୟ ମିଳିବ । ଛାତ୍ରଙ୍କୁ ଶୁଭ ଖବର ମିଳିବ । ସ୍ୱାସ୍ଥ୍ୟରେ ସୁଧାର ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.