ଜୁନ ୧୮ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | June 18, 2019 IST

ମେଷ – ଆର୍ଥିକ ଲାଭ ଓ ଉନ୍ନତିରେ ଯୋଗ ପ୍ରବଳ ରହିଛି । ଜମି କାରବାରରେ ନିବେଶ ପାଇଁ ବାପାଙ୍କ ସହଯୋଗ ପାଇବେ । ଘରକୁ ଅତିଥି ଆସିବା ହେତୁ ପରିବାରରେ ଖୁସିର ବାତାବରଣ ରହିବ ।

ବୃଷ – ଆର୍ଥିକ ମାମଲାକୁ ନେଇ ଯାତ୍ରା ସଫଳ ହେବ । ବେପାରିଙ୍କୁ ବଡ ଲାଭ ହୋଇପାରେ । ଅଫିସରେ ସହକର୍ମୀଙ୍କ ସହଯୋଗ ପାଇବେ । କୌଣସି ଭଲ ଖବର ମିଳିବାର ସମ୍ଭାବନା ଅଛି । ପ୍ରେମ ସଂପର୍କ ନିବିଡ ହେବ ।

ମିଥୁନ - ଦିନଟି ଆପଣଙ୍କ ଲାଗି ସହଜ ହେବ । ସ୍ଥଗିତ ଥିବା କାମ ପୂରା ହୋଇଯିବ । ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କଲେ ବି କିଛି କରିପାରିବେ ନାହିଁ । ସମାଜରେ ମାନ ସମ୍ମାନ ପାଇବେ ।

କର୍କଟ – ଆପଣଙ୍କ ପାଇଁ ଉନ୍ନତିର ପଥ ଖୋଲା ରହିଛି । କାରବାରରେ ସ୍ଥଗିତ ଥିବା କାମ ପୂରା ହେବ । ଚାକିରିରେ କୌଣସି ବିଶେଷ ଦାୟିତ୍ୱ ଗ୍ରହଣ କରିବେ । ଦାଂପତ୍ୟ ଜୀବନ ପ୍ରେମପୂର୍ବକ ବିତିବ ।

ସିଂହ – ଦିନଟି ଆପଣଙ୍କ ଲାଗି ବଢିଆ ରହିବ । ଭାବିଥିବା କାମ ଅତି ଶୀଘ୍ର ପୂରା କରିନେବେ । କାରବାରରେ ଧନଲାଭ ହେବ । କୌଣସି ଖବର ମିଳିବା ହେତୁ ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ ।

କନ୍ୟା – ଆଜି ଆପଣ ଉର୍ଜାବାନ ଓ ସକ୍ରିୟ ରହିବେ । ବ୍ୟବସାୟରେ ନୂଆ ନୀତି ପ୍ରୟୋଗ କରିବେ । ଅଫିସରେ ଆପଣଙ୍କ କାମ କରିବାର ଶୈଳୀରେ କର୍ତ୍ତୃପକ୍ଷ ଖୁସି ହେବେ । ଜୀବନସାଥୀଙ୍କ ଠାରୁ ସୁନ୍ଦର ଉପହାର ପାଇବେ ।

ତୁଳା – ବାପା ମାଆଙ୍କ ସହ ଯୋଗରେ ପରିସ୍ଥିିତ ଅନୁକୂଳ ହେବ । ବଡ ବ୍ୟବସାୟ ସସ୍ଥାର ଭାଗୀଦାରୀ ହୋଇପାରନ୍ତି । ଅଫିସରେ ସହ ଯୋଗୀଙ୍କ ସହ ଯୋଗ ପାଇବେ । ଅଚାନକ କୌଣସି ସମାରୋହକୁ ଯାଇପାରନ୍ତି ।

ବିଛା – ଆଜି ଆପଣ ନିଜକୁ ଭଲଭାବେ ପ୍ରସ୍ତୁତ କରିବେ । ଭାବିଥିବା ସବୁ କାମ ପୂରା ହେବ । ସେୟାର କିଣିବା ବା ନୂଆ କାରବାରରେ ଅର୍ଥ ନିବେଶ ପାଇଁ ବିଚାର କରିବେ । ପାରିବାରିକ ଜୀବନ ସୁଖମୟ ହେବ ।

ଧନୁ – ଧାର୍ମିକ କାର୍ଯ୍ୟରେ ସାମୟ ବିତିବ । ଚିନ୍ତାଶୀଳ ବ୍ୟକ୍ତିଙ୍କ ସହିତ ସଂପର୍କ ମଜବୁତ ହେବ । ଆପଣଙ୍କ ମନରେ ନୂଆ ନୂଆ ଯୋଜନା ଆସିବ । କାରବାରରେ ଉନ୍ନତି ଲାଗି ନୂଆ ଅବସର ମିଳିବ ।

ମକର – ପ୍ରଭୁଙ୍କ ଆରାଧନାରେ ମନର ସକରାତ୍ମକ ଶକ୍ତି ସଂଚାର ହେବ । ଯାହା ବି କାମ କରିବେ ସହଜରେ ପୁରା ହେବ । ମିତ୍ରଙ୍କ ସହିତ କିଚି ସକୟ ବିତେଇବେ । ଲେଖକଙ୍କ ବିଚାରର ସମ୍ମାନ ହେବ ।

କୁମ୍ଭ - କୌଣସି ଲକ୍ଷ୍ୟକୁ ନେଇ ଉତ୍ସାହିତ ରହିବେ । ରାଜନୀତି କ୍ଷେତ୍ରକୁ ଯିବା ପାଇଁ ବିଚାର କରିବେ । ନୂଆ କାମରେ ଧିରେଧୀରେ ଗତି ଆସିବ । ପ୍ରିୟ ବନ୍ଧୁଙ୍କ ସହିତ ବାହାରକୁ ବୁଲି ଯିବେ ।

ମୀନ - ଆପଣଙ୍କ ଲାଗି ଦିନଟି ଉତ୍ସାହପୂର୍ଣ୍ଣ ରହିବ । ବ୍ୟବସାୟ ଲାଗି ଭଲ ସୁଯୋଗ ପାଇବେ । ଆର୍ଥିକ ସମସ୍ୟାର ସମାଧାନ ହେବ । ସାମାଜିକ କାର୍ଯ୍ୟରେ ରୁଚି ନେଇପାରନ୍ତି । ଦାଂପତ୍ୟ ଜୀବନ ପ୍ରୀତିମୟ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.