ଜୁନ ୧୫ ତାରିଖ, ଶନିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | June 15, 2019 IST

ମେଷ – ବାଧାବିଘ୍ନ ଥାଇ ମଧ୍ୟ ଉନ୍ନତି ମାର୍ଗରେ ଆଗକୁ ବଢିବେ । ନିଜ ସମ୍ମାନକୁ ଜଗି ଚଳିବାକୁ ପଡିବ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ତନ୍ତ୍ର-ମନ୍ତ୍ରାଦି ବିଦ୍ୟାପ୍ରତି ରୁଚି ରହିବ ।

ବୃଷ – କାର୍ଯ୍ୟ ଦକ୍ଷତା ଯୋଗୁଁ ସମ୍ମାନିତ ହେବେ । ଉଦାର ସ୍ୱଭାବର ହେବେ । ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି । ସୁସ୍ଥ ଓ ନିରାମୟ ରହିବେ । କୃଷି କର୍ମଚାରୀ ହୋଇପାରନ୍ତି । ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହୋଇପାରନ୍ତି ।

ମିଥୁନ - ଧନଲାଭର ସୂଚନା ମିଳୁଛି । ମନୋବଳ ଦୃଢ ରହିବ । ମନ ପ୍ରସନ୍ନ ରହିବ । ଆସ୍ତିକସ୍ୱଭାବର ହୋଇପାରନ୍ତି । ମଧୁରଭାଷୀ ହେବେ । ଥଣ୍ଡା-କଫ ଜନିତ ସାମାନ୍ୟ ପୀଡା ଅନୁଭବ କରିବେ । ପ୍ରେମୀ ଓ ସାହସୀ ହେବେ । ଭ୍ରାତୃଭାବ ଅତୁଟ ରହିବ ।

କର୍କଟ – ଘାତଚନ୍ଦ୍ର ଭୋଗ ହେତୁ ଖୁବ୍ ସତର୍କରେ ଚଳିବାକୁ ପଡିବ । ଅର୍ଥାଭାବ ଦେଖା ଦେଇପାରେ । ଭାଗ୍ୟଶାଳୀ ହେବେ । ପରଦେଶବାସୀ,ମଧୁରଭାଷୀ,ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ । ମିତ୍ର ସୁଖ ଲାଭ କରିପାରନ୍ତି ।

ସିଂହ – ଅଶାନ୍ତିର ଅବସାନ ଘଟିବ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ଐଶ୍ୱର୍ଯଯୁକ୍ତ ହୋଇପାରନ୍ତି । ମୋକଦ୍ଦମାରେ ବିଜୟୀ ହେବା ସହିତ ଧନଲାଭର ସୂଚନା ମିଳୁଛି ।

କନ୍ୟା – କ୍ଳାନ୍ତି ଅନୁଭବ କରିପାରନ୍ତି । ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି । ଚଞ୍ଚଳ ସ୍ୱଭାବର ହେବେ । ମଧୁରଭାଷୀ ହେବେ । ଏକାନ୍ତ ପ୍ରିୟ ହେବେ । ଧାର୍ମିକ ପ୍ରବୃତ୍ତିର ହେବେ । ସାହସୀ ଓ ଜ୍ଞାନୀ ହୋଇପାରନ୍ତି ।

ତୁଳା – ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ଉପକୃତ ହେବେ । ଆୟ ଆଶାନୁରୂପ ହୋଇପାରେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିବେ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି ।

ବିଛା – ଲୋଭଗ୍ରସ୍ତ ହୋଇପାରନ୍ତି । କୁଳ ଉଜ୍ଜ୍ୱଳକାରୀ ହୋଇପାରନ୍ତି । ମନପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ୱଭାବର ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ ।

ଧନୁ – ଶରୀର ସୁସ୍ଥ ରହିବ । ସେବା-ପୂଜା ପ୍ରତି ଧ୍ୟନ ଦେଇପାରନ୍ତି । ଭାଗ୍ୟଶାଳୀ ହେବେ । ଦିନଟି ଭୋଗ-ବିଳାସରେ ଅତିବାହିତ କରିପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ । ଧର୍ମାତ୍ମା ଓ ବିଦ୍ୱାନ୍ ହେବେ ।

ମକର – ଅନ୍ୟଥା କାର୍ଯ୍ୟ ଉପରେ ମନ ଦେବେ । ଈର୍ଷାଳୁ ସ୍ୱଭାବର ହୋଇପାରନ୍ତି । ସ୍ୱାଭିମାନୀ ହେବେ । ଶାରିରୀକ ଦୁର୍ବଳତା ଅନୁଭବ କରିବେ । ସହଯୋଗୀ ବ୍ୟବସାୟ ଲାଭଜନକ ହେବ । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ଜଳଯାତ୍ରା ନିଷେଧ ।

କୁମ୍ଭ  - ସୁସ୍ଥ ଓ ନିରାମୟ ରହିବେ । ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ । ବ୍ୟବସାୟ ଭଲରେ ଚାଲିବ । ସମାଜ ସେବା ଉପରେ ଗୁରୁତ୍ୱ ଦେବେ । ମନରେ ଅହଂଭାବ ଆସିପାରେ । ଶାନ୍ତ ଓ ଧୈର୍ଯ୍ୟବାନ୍ ହୋଇପାରନ୍ତି ।

ମୀନ - ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ମନରେ ଅପଦସ୍ତ ହୋଇପାରନ୍ତି । ମନରେ ଅଶାନ୍ତି ସୃଷ୍ଟି ହୋଇପାରେ । ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ । ଶରୀର ସୁସ୍ଥ ରହିବ । ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି । ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃ ପକ୍ଷଙ୍କ ଦ୍ୱାରା ସମ୍ମାନିତ ହୋଇ ଖୁସି ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.