ଜୁନ୍ ୭ ତାରିଖ,ଶୁକ୍ରବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ
7/06/2019 at 10:06 AM

ମେଷ – ଭ୍ରାତୃ ବିବାଦ ସୃଷ୍ଟି ହୋଇପାରେ । ଆଳସ୍ୟ ପରାୟଣ ହୋଇପାରନ୍ତି । ସୌଭାଗ୍ୟଶାଳୀ ହେବେ । ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହୋଇପାରନ୍ତି । ପରଦେଶବାସୀ,ମଧୁରଭାଷୀ,ସହନଶୀଳ,ଶାନ୍ତିପ୍ରିୟ ହେବେ ।
ବୃଷ – ସମ୍ମାନିତ ହେବେ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ମାଲି-ମୋକଦ୍ଦମାରେ ବିଜୟୀ ହେବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜଜନ ମିଳିବ । ରୋଜଗାର ଆଶାନୁରୂପ ହେବ ।
ମିଥୁନ – ବନ୍ଧୁ ସହାୟତା ପାଇଁ ଚେଷ୍ଟା କରିବେ । ପଥରୋଧର ସମ୍ମୁଖୀନ ହୋଇପାରନ୍ତି । ଚଞ୍ଚଳ ସ୍ୱଭାବର ହେବେ । ଥଣ୍ଡା କଫରେ ପୀଡିତ ହୋଇପାରନ୍ତି । ଏକାନ୍ତ ପ୍ରିୟ ଓ ମଧୁରଭାଷୀ ହୋଇପାରନ୍ତି । ଧାର୍ମିକ ପ୍ରବୃତ୍ତିର ହେବେ ।
କର୍କଟ – ଦେବ ଦର୍ଶନ ପାଇ ଖୁସି ହୋଇପାରନ୍ତି । ସୁସ୍ଥ ନିରାମୟ ଜୀବନଯାପନ କରିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିବେ । ଚଞ୍ଚଳ ପ୍ରକୃତିର ହେବେ । ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତି ସହ ସମ୍ମାନ ମିଳିବ ।
ସିଂହ – ଅଭାବ ଦୂରେଇ ଯିବ । କର୍ମତତ୍ପରତା ପ୍ରକାଶ ପାଇବ । କୁଳଦୀପକ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ୱଭାବର ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହୋଇପାରନ୍ତି ।
କନ୍ୟା – ଆଶ୍ୱସ୍ତି ମିଳିବ । ଭାଗ୍ୟଶାଳୀ ହୋଇପାରନ୍ତି । ଦିନଟି ଭୋଗ-ବିଳାସରେ କଟାଇ ପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ । ଧର୍ମାତ୍ମା,ପ୍ରବାସ ପ୍ରିୟ ବିଦ୍ୱାନ ଓ ସାହସୀ ହେବେ ।
ତୁଳା – ଅର୍ଥାଭାବ ଦୂରେଇ ଯାଇପାରେ । ଶାରିରୀକ ପୀଡା ଅନୁଭବ କରିପାରନ୍ତି । ଅସହିଷ୍ଣୁ ଭାବ ପ୍ରକାଶ କରିପାରନ୍ତି । ସ୍ୱାଭିମାନୀ ହେବେ । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଯାନବାହନ ଚଳାଚଳରେ ସତର୍କତା ଅବଲମ୍ବନ କରିବାକୁ ପଡିବ ।
ବିଛା – ଆଶସ୍ତି ମିଳିବ । କୁଳ ଦୀପକ ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ସମାଜସେବା ପ୍ରତି ଆଗ୍ରହୀ ହେବେ । ମନରେ ଅହଂଭାବ ଜାଗ୍ରତ ହେବ । ଶାନ୍ତ ଓ ଧୈର୍ଯ୍ୟବାନ ହୋଇପାରନ୍ତି ।
ଧନୁ – ପାରିବାରିକ ଜୀବନ ସୁଖପ୍ରଦ ହୋଇପାରେ । ଦୃଢ ମନୋବଳ ନେଇ କାର୍ଯ୍ୟ କରିବେ । ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ରହିବେ । ବଳିଷ୍ଠ ହେବେ । ଶତ୍ରୁ ଦମନ କରିପାରନ୍ତି ।
ମକର – ଦ୍ରବ୍ୟ ଲାଭର ସୁଯୋଗ ଅଛି । ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ କ୍ଷେତ୍ରରେ ଆଗକୁ ବଢି ପାରନ୍ତି । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଭାବେ ଧନ ଲାଭ ହୋଇପାରେ । ଲଟେରୀ ଉଠାନ ସପକ୍ଷରେ ଯିବ ।
କୁମ୍ଭ – ପାରିବାରିକ ଜୀବନରେ ସୁଖ ଅନୁଭବ କରିପାରନ୍ତି । ବାଦାନୁ-ବାଦରେ ବିଜୟୀ ହେବେ । ଉଦାର ସ୍ୱଭାବର ହେବେ । ଦାନ-ଧର୍ମ ଉପରେ ଗୁରୁତ୍ୱ ଦେବେ । ବ୍ୟକ୍ତିତ୍ୱର ବିକାଶ ଘଟିବ । କୃଷି କର୍ମଚାରୀ ହେବେ ।
ମୀନ – ନୂତନ ଅଭିଜ୍ଞତା ଅର୍ଜନ କରିପାରନ୍ତି । ମନୋବଳ ଦୃଢ ରହିବ । ମନ ପ୍ରସନ୍ନ ରହିବ । ଆତ୍ମିକ ସ୍ୱଭାବର ହେବେ । ମଧୁରଭାଷୀ ହୋଇପାରନ୍ତି । ଥଣ୍ଡା କଫରେ ପୀଡିତ ହୋଇପାରନ୍ତି ।