ଜୁନ୍ ୬ ତାରିଖ,ଗୁରୁବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | June 06, 2019 IST

ମେଷ – ଅତିଥି ସତ୍କାର ପାଇଁ ବ୍ୟସ୍ତ ରହିପାରନ୍ତି । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ହାତର ମାପି ଚାଖଣ୍ଡେ ଚାଲିବାକୁ ପଡିବ । ନାନା ବିଭବରେ ମଣ୍ଡିତ ହେବେ । ଧର୍ମରକ୍ତ ହେବେ ।

ବୃଷ – ମୂଲ୍ୟବାନ ଭୂଷାଣାଦି କ୍ରୟ କରିପାରନ୍ତି । ଅଳ୍ପ ସୁଖ ଭୋଗ କରିପାରନ୍ତି । ପତ୍ନିଙ୍କ ବିଳାସ ବ୍ୟସନ ପାଇଁ ଅର୍ଥ ବ୍ୟୟ କରିବେ । କାର୍ଯ୍ୟ ହାନି ଘଟିବାର ସମ୍ଭାବନା ଅଛି । ବିନୀତ ସ୍ୱଭାବର ହୋଇପାରନ୍ତି ।

ମିଥୁନ - ପାରିବାରିକ ଜଞ୍ଜାଳ ବୃଦ୍ଧି ହୋଇପରେ । ଆୟ ପରିମାଣ ବୃଦ୍ଧି ପାଇବାର ସୁଯୋଗ ସୃଷ୍ଟି ହୋଇଛି । ସୁବକ୍ତା ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ବିଜ୍ଞବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିବେ ।

କର୍କଟ – ବ୍ୟବସାୟରେ ପ୍ରଭୂତ ଉନ୍ନତି ଘଟିବ । କର୍ତ୍ତବ୍ୟ ପାଳନ କରି ପ୍ରଶଂସାର ପାତ୍ର ହୋଇପାରନ୍ତି । ନିଧି ବୃଦ୍ଧି ହେବାର ସୂଚନା ମିଳୁଛି । କୃଷି କ୍ଷେତ୍ର ଉପରେ ପ୍ରାଧାନ୍ୟ ଦେଇ କର୍ମତତ୍ପର ହେବେ ।

ସିଂହ – ତରବର ନ ହୋଇ ଅପେକ୍ଷାରତ ହେଲେ କାର୍ଯ୍ୟର ସଫଳ ରୂପାୟନ କରିବାର ସକ୍ଷମ ହେବେ । ସେବାପୂଜାରେ ନିୟୋଜିତ ହୋଇପାରନ୍ତି । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିପାରନ୍ତି । ବନ୍ଧୁବର୍ଗଙ୍କ ସହ ମିଶି ବିଳାସବ୍ୟସନ କରିବେ ।

କନ୍ୟା – ଭ୍ରାତୃ ବିବାଦ ବଢିବାର ସମ୍ଭାବନା ଅଛି । ଶାରୀରିକ ସ୍ତରରେ ସାମାନ୍ୟ ପୀଡା ଅନୁଭବ କରିପାରନ୍ତି । ପରକଥାରେ ଅଯଥା ଅପବାଦ ହୋଇପାରେ । ପୁଣ୍ୟବାନ୍ ହେବେ । ରାଜତୁଲ୍ୟ ସନ୍ତୋଷଯୁକ୍ତ ହେବେ ।

ତୁଳା – ସ୍ୱାସ୍ଥ୍ୟ ଚିନ୍ତାଜନକ ହୋଇପାରେ । ମନ ପ୍ରସନ୍ନ ରହିବ । ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ଉତ୍ତମା ପତ୍ନୀଙ୍କ ସହ ଯୋଗ ପାଇ ମନ ପ୍ରଫୁଲ୍ଲ ରହିବ । ବିଭିନ୍ନ ସୂତ୍ରରୁ ଧନାଗମର ସୂଚନା ମିଳୁଛି ।

ବିଛା – ସାମାନ୍ୟ ମାତ୍ରାର ଲାଭବାନ୍ ହୋଇପାରନ୍ତି । ଶତ୍ରୁମାନଙ୍କ ଉପରେ କଡା ନଜର ରଖିବାକୁ ପଡିବ । ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି । ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ ।

ଧନୁ – ପ୍ରତିଯୋଗିତାରେ ଭାଗ ନେଇ କୃତକାର୍ଯ୍ୟ ହୋଇପାରନ୍ତି । ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସରଳ ଓ ସୁଗମ ହେବ ।  ନିଧି-ବୁଦ୍ଧି ପ୍ରାପ୍ତ ହେବେ । ସନ୍ତୁଷ୍ଟ ହେବେ । ବହୁ ସୁକର ଅଧିକାରି ହୋଇପାରନ୍ତି ।

ମକର – କାର୍ଯ୍ୟରେ ଢେର ଉନ୍ନତି ଘଟିବ । ବେଳେବେଳେ ନିରୁତ୍ସାହିତ ହୋଇପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ମିତ୍ର ଓ ଆତ୍ମଜମାନେ ଅଧିକ ସୁଖର ଅଧିକାରୀ ହେବେ । କୁଳ ପ୍ରଧାନ ହୋଇପାରନ୍ତି ।

କୁମ୍ଭ  - ପ୍ରତିଯୋଗିତାରେ ବିଜୟ ଲାଭ କରିବେ । କର୍ମ କ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଅର୍ଥ ପ୍ରାପ୍ତିର ସୁଯୋଗ ଅଛି । ରାଜସେବା କରିବେ । ଧର୍ମନୀତିକୁ ଅନୁସରଣ କରିପାରନ୍ତି । ସେବୋତ୍ତର ବିଭାଗ ପ୍ରତି ଭୟ ରହିବ ।

ମୀନ - ବନ୍ଧୁମେଳରେ ରହି ଆନନ୍ଦ ଅନୁଭବ କରିବେ । ଆଶାବାଦୀ ହୋଇପାରନ୍ତି । ଅର୍ତ ଚିନ୍ତା ଲାଗି ରହିବ । ନିଜ ରୋଜଗାର ଧନରେ ମହିପତିଙ୍କ ପରିପୂଜ୍ୟ ହେବେ । ସୁପରାମର୍ଶ ଦାତା ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.