୫ ଅକ୍ଟୋବର, ଶୁକ୍ରବାର

Published By : Prameya-News7 Bureau | October 05, 2018 IST

ମେଷ – ନୂତନ କାର୍ଯ୍ୟରେ ମନୋନିବେଶ କରିପାରନ୍ତି । ଲାଗି ରହିଥିବା ବାଦ ବିବାଦର ପରିସମାପ୍ତି ଘଟିବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ବୃଷ – ପାଇଥିବା କାର୍ଯ୍ୟକୁ ହାତଛଡା ନ କରି ତା’ର ସଦ୍ ବ୍ୟବହାର କଲେ ବହୁ ସୁଖର ଅଧିକାରୀ ହେବେ । ଧୈର୍ଯ୍ୟବାନ ହେବେ । ସ୍ୱାସ୍ଥ୍ୟ ଭଲ ରହିବ । ମିଥୁନ - ଚାକିରି କ୍ଷେତ୍ରରେ ପଦୋନ୍ନତିରେ ସୂଚନା ମିଳୁଛି । ସ୍ୱାଧୀନଭାବେ କିଛି କରିବା ସମ୍ଭବ ହେଉ ନ ଥିବାରୁ ପରାମର୍ଶ ଏକାନ୍ତ ଲୋଡା । କର୍କଟ- ବନ୍ଧୁ ଓ ସରକାରୀ ସହାୟତାରୁ ଲାଭବାନ ହୋଇପାରନ୍ତି । ରୋଜଗାର ଆଶାନୁରୂପ ହେବ । ରୁଚିପୂର୍ଣ୍ଣ ଭୋଜନ ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସିଂହ – ଆପଣଙ୍କ ବିରୋଧରେ ମାମଲା ରୁଜୁ ହୋଇ ଥିବାର ଖବର ପାଇବେ । ବ୍ୟୟର ପରିମାଣ ବୃଦ୍ଧି ହେବାର ଖବର ପାଇ ଆନନ୍ଦ ପରିବର୍ତ୍ତ ଦୁଃଖ ଭୋଗ କରିବେ । କନ୍ୟା – କାର୍ଯ୍ୟରେ ସଫଳତା ମିଳିବ । ଆୟ ଆଶାନୁରୂପ ହେବ । ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ । ସୁଖ ସନ୍ତୋଷ ଲାଭ କରିପାରନ୍ତି । ତୁଳା –କଳ୍ପନା ବିଳାସୀ ହୋଇପାରନ୍ତି । ଶାନ୍ତି ସନ୍ତୋଷ ଲାଭ କରିବେ । ସରକାରୀ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । କୀର୍ତ୍ତିମାନ ହେବେ । ବିଛା – ଦୂର ସ୍ଥାନକୁ ଯାତ୍ରା କଲେ ସଫଳତା ମିଳିବ । ଦାନ-ଧର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ଅନ୍ୟାୟର ପ୍ରତିବାଦ କରିବେ । ଧନୁ – କାର୍ଯ୍ୟରେ ଅବହେଳା ଘଟିବା ଆଶା କରାଯାଏ । ଏଥିରେ ମ୍ରିୟମାଣ ନ ହୋଇ ଆଗକୁ ବଢି ଚାଲନ୍ତୁ ଘଟଣା ସୁଖକର ହୋଇପାରେ । ମକର – ଗୃହରେ ବିବାଦର ସୂତ୍ରପାତ ହୋଇପାରେ । ବନ୍ଧୁ ମିଳନରେ ବିଶେଷ ଉପକୃତ ହୋଇପାରନ୍ତି । ଆଶାବାଦୀ ହେବେ । ଆୟ ବୃଦ୍ଧିର ସୂଚନା ମିଳୁଛି । କୁମ୍ଭ - ବ୍ୟବସାୟ ଲାଭଜନକ ହେବ । ସୁଖ ଶାନ୍ତିରେ ଦିନଟି ଅତିବାହିତ ହେବ । ସୌଭାଗ୍ୟ ଉଦୟ ହୋଇଛି । ସୁସ୍ଥ ଓ ନିରାମୟ ରହିବେ । ମୀନ - ଦିନଟି ସମସ୍ୟା ବହୁଳ ହେଲେ ବି ସବୁ ବାଧା ବିଘ୍ନକୁ ଏଡାଇ ଆଗକୁ ବଢି ଚାଲନ୍ତୁ । ଚଞ୍ଚଳ ପ୍ରକୃତିର ହେବେ । ହଠାତ୍ ଅର୍ଥ ପ୍ରାପ୍ତିର ସୂଚନା ମୁଳୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.