ମେ ୨୬ ତାରିଖ, ରବିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | May 26, 2019 IST

ମେଷ – ବନ୍ଧୁ ବର୍ଗଙ୍କ ଠାରୁ ସାହାର୍ଯ୍ୟ ମିଳିବ । ସୁଖ-ସମ୍ମାନ ଲାଭ କରିପାରନ୍ତି । ଧୈର୍ଯ୍ୟ ରଖି ଅପେକ୍ଷା କଲେ ଲାଭବାନ୍ ହେବେ । ପାରିବାରିକ ସୁଖ ମିଳିବ । ବ୍ୟବସାୟ ଲାଭଜନକ ହେବ ।


ବୃଷ – ପୈତୃକ ସମ୍ପତ୍ତି ପାଇଁ ଦ୍ୱନ୍ଦ୍ୱର ସମ୍ମୁଖୀନ ହୋଇପାରନ୍ତି । ଭ୍ରମଣ ଯୋଗ ଅଛି । ପରିଶ୍ରମ ବୃଥା ହୋଇପାରେ । ହଇରାଣ ହୋଇପାରନ୍ତି । ପରୀକ୍ଷାରେ ଉନ୍ନତି ହେବ । ଧନବାନ୍ ହେବେ ।


ମିଥୁନ - କାର୍ଯ୍ୟରେ ସଫଳତା ଲାଭ କରିବେ । ଶାରିରୀକ ଅସୁସ୍ଥତା ଅନୁଭବ କରିପାରନ୍ତି । ବଳବାନ୍ ଶତ୍ରୁ ପ୍ରତି ସତର୍କ ରହିବେ । ମନ ଅସ୍ଥିର ରହିବ । ସତ୍ କର୍ମରେ ନିୟୋଜିତ ହେବେ । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡିବ ।


କର୍କଟ – ଜୁଲମକାରୀ ପଛ ଘୁଞ୍ଚା ଦେଇ ପାରନ୍ତି । ସୁଖ- ସମ୍ମାନ ଲାଭ କରିବେ । ବନ୍ଧୁ ମିଳନ ଘଟିବ । ଭବିଷ୍ୟତ ପାଇଁ କର୍ମପନ୍ଥା ସ୍ଥିର କରିବେ । ଭ୍ରମଣ ଯୋଗ ଅଛି । ବିଳାସ-ବ୍ୟସନରେ ଦିନ ବିତାଇ ପାରନ୍ତି ।


ସିଂହ – ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ଘାତଚନ୍ଦ୍ର ଭୋଗ ହେତୁ ସାମାନ୍ୟ ପୀଡା ଅନୁଭବ କରିପାରନ୍ତି । ଶତ୍ରୁ ସହିତ ମୁହାଁ-ମୁହିଁ ହେବେ । ଲୋକମାନଙ୍କର ପ୍ରିୟଭାଜନ ହୋଇପାରନ୍ତି । ସତ୍ୟରତ ହେବେ ।


କନ୍ୟା – ଆୟ ବୃଦ୍ଧି କରିବାରେ ସକ୍ଷମ ହୋଇପାରନ୍ତି । ବିଚାର,ବିମର୍ସ କରି କାର୍ଯ୍ୟ କଲେ ସଫଳତା ମିଳିବ । କନ୍ୟା,ପୁତ୍ର,ପୌତ୍ର, ପ୍ରପୌତ୍ରାଦି ଲାଭ କରିପାରନ୍ତି । ଜ୍ଞାନ-ଗରିମା ଯୁକ୍ତ ହେବେ । ବହୁ ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ ।


ତୁଳା – ଶିକ୍ଷା କ୍ଷେତ୍ରରେ ସଫଳତା ଲାଭ କରିବେ । କେତେକ କ୍ଷେତ୍ରରେ ବାଦାନୁବାଦ ଉପୁଜି ପାରେ । ଅନୁଗ୍ରୁ ହିତ ହୋଇପାରନ୍ତି । ହର୍ଷଯୁକ୍ତ ହେବେ । ବିଶୁଦ୍ଧ ଭାଷୀ ହେବେ । ବହୁ ଧନର ମାଲିକ ହୋଇପାରନ୍ତି ।


ବିଛା – ସ୍ୱକର୍ମ ସୁଚାରୁ ରୂପେ କରିବେ, ମାତ୍ର ଫଳ ପ୍ରାପ୍ତି ବିଳମ୍ବିତ ହୋଇପାରେ । ମନୋବଳ ଦୃଢ ରହିବ । ଆର୍ଥିକ ଲାଭର ସୂଚନା ମିଳୁଛି । କାର୍ଯ୍ୟ ହାସଲ କରିବାରେ ସିଦ୍ଧହସ୍ତ ହେବେ । ଶାସ୍ତ୍ରପଟୁ ହେବେ ।


ଧନୁ – ଆୟ ତୁଳନାରେ ବ୍ୟୟ ଅଧିକ ହୋଇପାରେ । ପରିଶ୍ରମର ମୂଲ୍ୟାଙ୍କନ ହେବ । ସ୍ୱକର୍ମର ଗତି ମନ୍ଥର ହୋଇପାରେ । ତ୍ୟାଗଶୀଳ ହେବେ । ନୀତିନିଷ୍ଠ ହୋଇପାରନ୍ତି । ବିବିଧ ଧନଯୁକ୍ତ ହେବେ ।


ମକର – ଆର୍ଥିକ ସ୍ଥିତିର ଢେର ଉନ୍ନତି ଘଟିବ । ସ୍ୱାଧୀନ ଚିନ୍ତାଧାରାରେ କାର୍ଯ୍ୟ ସମ୍ପାଦନ କରିବେ । ହର୍ଷ-ଉଲ୍ଲାସରେ ଦିନ ବିତିବ । ଉତ୍ତମ ଭୋଜନ ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସୁସ୍ଥ ରହିବେ ।


କୁମ୍ଭ - ଆର୍ଥିକ ଅଭିବୃଦ୍ଧି ଘଟିବ । ପ୍ରୀତି ଲାଭ କରିପାରନ୍ତି । ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ନାନା ସୁନ୍ଦର ବସ୍ତୁ ଲାଭର ସୂଚନା ମିଳୁଛି । ସୁଭାଷୀ ଓ ବିଦ୍ୟା ରୂପକ ମହାଧନ ପ୍ରାପ୍ତ ହେବ ।


ମୀନ - ନୂତନ କାର୍ଯ୍ୟରେ ଆଗ୍ରହୀ ହେବେ । ସ୍ୱ କର୍ମରେ ଆତ୍ମ ସନ୍ତୋଷ ମିଳିବ । ନାନାବିଧି ସମ୍ମାନର ଅଧିକାରୀ ହୋଇପାରନ୍ତି । ଯାନବାହନ ସୁଖ ମିଳିବ । କୀର୍ତ୍ତିମାନ୍ ହେବେ । ଭୋଗୀ ହୋଇପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.