୪ ଅକ୍ଟୋବର, ଗୁରୁବାର

Published By : Prameya-News7 Bureau | October 04, 2018 IST

ମେଷ – ଅଭାବ ଦୂରେଇ ଯିବ । ଯଶସ୍ୱୀ ହେବେ । ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବର ହୋଇପାରନ୍ତି । ମିଷ୍ଟଭାଷୀ ହେବେ । ପ୍ରେମୀ ଓ ସାହସୀ ହେବେ । ବୃଷ – ସଂପର୍କ ଦୃଢୀଭୂତ ହେବ । ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି । ଭାଗ୍ୟଶାଳୀ ହେବେ । ମିଥୁନ - ବନ୍ଧୁ ମିଳନ ଘଟିପାରେ । ଉଚ୍ଚ ସମ୍ମାନ ଲାଭ କରିପାରନ୍ତି । ଐଶ୍ୱର୍ଯ୍ୟଯୁକ୍ତ ହେବେ । ବ୍ୟବସାୟ ପାଇଁ ମନ ବଳାଇ ପାରନ୍ତି । ସୁସ୍ଥ ଓ ନିରାମୟ ରହିବେ । କର୍କଟ- ନିଜର ପୂର୍ବ ନିଷ୍ପତ୍ତିକୁ ହଠାତ୍ ବଦଳାଇ ଦେଇପାରନ୍ତି । ଥଣ୍ଡା ଜଫରେ ପୀଡା ଅନୁଭବ କରିବେ । ଚଞ୍ଚଳ ସ୍ୱାଭାବର ହେବେ । ଏକାନ୍ତ ପ୍ରିୟ ହେବେ । ସିଂହ – ପୈତୃକ ସମ୍ପତ୍ତିର ସୁରକ୍ଷା ଉପରେ ଗୁରୁତ୍ୱ ଦେବେ । ସୁସ୍ଥ ଓ ନିରାମୟ ରହିବେ । ଲୋକପ୍ରିୟତା ଅର୍ଜନ କରିବେ । ଚଞ୍ଚଳ ପ୍ରକୃତିର ହେବେ । କନ୍ୟା – କୁଳଦୀପକ ହୋଇପାରନ୍ତି । ମନରେ ପ୍ରସନ୍ନତା ଭାବ ଦେଖା ଦେବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ୱାଭାବର ହୋଇପାରନ୍ତି । ତୁଳା – ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି । ପ୍ରବଳ ଭାଗ୍ୟଶାଳୀ ହେବେ । ଦିନଟି ଭୋଗବିଳାସରେ କଟାଇ ପାରନ୍ତି । ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ବିଛା – କାର୍ଯ୍ୟରେ ସଫଳତା ଲାଭ କରିବେ,ମାତ୍ର ଏଥିପାଇଁ ବହୁ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି । ସ୍ୱାଭିମାନୀ ହୋଇପାରନ୍ତି । ଯୁଗ୍ମ ବ୍ୟବସାୟରେ ଲାଭାନ୍ୱିତ ହେବେ । ଧନୁ – ସାମାନ୍ୟ କଷ୍ଟ ସହି କାର୍ଯ୍ୟରେ ସଫଳତା ଲାଭ କରିବେ । ବ୍ୟବସାୟ ଲାଭଜନକ ହେବ । ସମାଜ ସେବାରେ ନିଜକୁ ନିୟୋଜିତ କରିପାରନ୍ତି । ମକର – କଳହ ଠାରୁ ନିଜକୁ ଦୂରେଇ ରଖିବା ଉଚିତ ହେବ । ଦସ୍ତଙ୍ଘ ମନୋବଳ ନେଇ କାର୍ଯ୍ୟ କରିବେ । ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ । କୁମ୍ଭ - ଚଞ୍ଚଳ ପ୍ରକୃତିର ହେବେ । ଆକସ୍ମିକ ଧନଲାଭ ସୁଯୋଗ ସୃଷ୍ଟି ହୋଇଛି । ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ । ଧାର୍ମିକ,ତେଜସ୍ୱୀ ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । ମୀନ - କେତେକଥେକ୍ଷତ୍ରରେ ବାଦାନୁବାଦ ଉପୁଜି ପାରେ । ଉଦାର ସ୍ୱଭାବର ହେବେ । ଦାନ-ଧର୍ମକୁ ଶ୍ରେୟ ମଣିବେ । କୃଷି ଉପରେ ଗୁରୁତ୍ୱ ଦେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.