୩୦ ଏପ୍ରିଲ ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | April 30, 2019 IST

ମେଷ – କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ସାମାନ୍ୟ ଶାରିରୀକ ପୀଡା ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହେବେ । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ ।


ବୃଷ – ସଫଳତାର ନିକଟବର୍ତ୍ତୀ ହୋଇପାରନ୍ତି । ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ ହେବ । ବ୍ୟବସାୟ ଲାଭଜନକ ହେବ । ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି ।


ମିଥୁନ - ଦୂରଯାତ୍ରା କରିପାରନ୍ତି । ଦୃଢ ମନୋବଳ ନେଇ କାର୍ଯ୍ୟ କରିବେ । ବଦଖର୍ଚ୍ଚୀ ହୋଇପାରନ୍ତି । ଭାଇମାନଙ୍କ ଉପରେ ସ୍ନେହ ଭାବ ରହିବ । ଚାକିରୀରେ ସୁନାମ ଅର୍ଜନ କରିବେ ।


କର୍କଟ – କାର୍ଯ୍ୟରେ ଢେର ଉନ୍ନତି ଘଟିବ । କେତେକ ଘଟଣାରେ ଭାଗ ନ ନେଇ ନିରବ ଦ୍ରଷ୍ଟା ହେବେ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଧନଲାଭର ସୂଚନା ମିଳୁଛି ।


ସିଂହ – ଋଣଗ୍ରସ୍ତ ହୋଇପାରନ୍ତି । କେତେକ କ୍ଷେତ୍ରରେ ବାଦାନୁବାଦ ଉପୁଜି ପାରେ । ଉଦାର ପ୍ରକୃତି ହେବେ । ଦାନଶୀଳ ହୋଇପାରନ୍ତି । ସୁସ୍ଥ ଓ ନିରାମୟ ରହିବେ ।


କନ୍ୟା – ଭ୍ରାତୃ ବିବାଦର ଅନ୍ତଃ ଘଟିବ । ମନୋବଳ ଦୃଢ ରହିବ । ଆସ୍ତିକ ସ୍ୱଭାବର ହେବେ । ମଧୁର ଭାଷୀ ହୋଇପାରନ୍ତି । ପ୍ରେମୀ ଓ ସାହସୀ ହେବେ ।


ତୁଳା – ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ କରିବେ । କାର୍ଯ୍ୟ ହାସଲ କରିବାକୁ ହେଲେ ତରବର ନ ହୋଇ ଅପେକ୍ଷା କରିବାକୁ ପଡିବ । ଭାଗ୍ୟଶାଳୀ ହୋଇପାରନ୍ତି ।


ବିଛା – କାର୍ଯ୍ୟ ବ୍ୟସ୍ତ ରହିପାରନ୍ତି । ସୁଖ-ସମ୍ମାନ ଲାଭ କରିବେ । ଶକ୍ତିମାନ୍ ହୋଇପାରନ୍ତି । ଐଶ୍ୱର୍ଯ୍ୟଯୁକ୍ତ ହେବେ । ଋଭକ୍ଷେତ୍ରରେ ପାରଙ୍ଗମ ହେବେ । ସୁସମ୍ବାଦ ଭୋଜନ ମିଳିବ ।


ଧନୁ – ମନ ଉଦ୍ବିଘ୍ନ ରହିବ । ଚଞ୍ଚଳ ସ୍ୱଭାବର ହେବେ । ଥଣ୍ଡା- କଫ ଜନିତ କଷ୍ଟ ଅନୁଭବ କରିପାରନ୍ତି । ମଧୁର କଥା ହକି ଜନମନ ବଶ କରିପାରନ୍ତି ।


ମକର – ସହକର୍ମୀମାନଙ୍କ ଠାରୁ ସାହାର୍ଯ୍ୟ ପାଇ କୃତଜ୍ଞ ହେବେ । ସୁଖସମ୍ମାନ ଲାଭ କରିପାରନ୍ତି । ସୁସ୍ଥ ଓ ନିରାମୟ ରହିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି ।


କୁମ୍ଭ - ବନ୍ଧୁବର୍ଗରୁ କାର୍ଯ୍ୟରେ ଓ କଥାରେ ସହାୟତା ମିଳିବ । କର୍ମଚଞ୍ଚଳ ରହିବେ । କୁଳଦୀପକ ହେବେ । ମନରେ ପ୍ରସନ୍ନତା ଭାବ ଦେବ । ଶରୀର ସୁସ୍ଥ ରହିବ ।


ମୀନ - ଦୂରଯାତ୍ରାରେ ଲାଭବାନ୍ ହେବେ । ଆଳସ୍ୟ ପରାୟଣ ହେବେ । ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.