ଜୁନ୍ ୧୦ ତାରିଖ, ଶନିବାର : ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | June 10, 2023 IST

ମେଷ – ଧନ ପ୍ରାପ୍ତିର ଯୋଗ ରହିଛି । ମନ ପ୍ରସନ୍ନ ରହିବ । ଉତ୍ସାହର ସହ କାର୍ଯ୍ୟ କରିବେ । ଅର୍ଥ ନିବେଶ ପାଇଁ ଦିନଟି ବହୁତ୍ ଉତ୍ତମ ରହିବ । ମାଲି ମାକୋଦ୍ଦାମା ରେ ଜୟଯୁକ୍ତ ହେବେ ।ଛାତ୍ର ଛାତ୍ରୀ ମାନେ ଅଧିକ ପରିଶ୍ରମ କରି ସଫଳତା ହାସଲ କରିବେ ।

ବୃଷ – କର୍ମ ଚଞ୍ଚଳ ରହିବେ । ମାନସିକ ଚିନ୍ତା ରେ ରହି ନିଷ୍ପତି ନେବେ ଓ ସଫଳତା ମଧ୍ୟ ମିଳିବ । ପରିବାରରେ ସାହାଯ୍ୟ ସହନଭୂତି ଲାଗି ରହିବ । ମିଳୁନଥିବା ଅର୍ଥ ହଠାତ୍ ପ୍ରାପ୍ତି ହେବ । ନୂତନ ଯାନବାହାନ କ୍ରୟ କରିବେ । ଛାତ୍ର ଛାତ୍ରୀ ମାନେ ବ୍ୟସ୍ତତା ରେ ଦିନ କାଟିବେ।

ମିଥୁନ – ଦେହ ଅସୁସ୍ଥ ରହିବାର ସୂଚନା ମିଳେ । ଦିନଟି ଆପଣଙ୍କର ମଧ୍ୟମ ଫଳ ଦେବ । କାର୍ଯ୍ୟ କ୍ଷେତ୍ର ରେ ଚିନ୍ତା ଜନକ ପରିସ୍ଥିତି ସୃଷ୍ଟି ହୋଇ ପାରେ । ମାନସିକ ଚାପ ବଢିବ ।ବିଚ୍ଛେଦ ହୋଇଥିବା ସମର୍କ ନୂତନ ମୋଡ଼ ନେବ । ବ୍ୟବସାୟ ରେ ଏତେ ଲାଭ ଯୋଗ ନାହିଁ ।

କର୍କଟ – ଦିନଟି ଏତେ ଉତ୍ତମ ଫଳ ଦେବ ନାହିଁ । ମାନସିକ ସ୍ଥିତି ଠିକ୍ ରହିବ ନାହିଁ । କିଛି ଭୁଲ ନିଷ୍ପତି ମଧ୍ୟ ନେଇ ପାରନ୍ତି । ଅନ୍ୟ ଲୋକଙ୍କ କଥା କୁ ଅଧିକ ଗୁରୁତ୍ଵ ଦେବ । ଏକା ସହ ଏକାଧିକ କାର୍ଯ୍ୟ ରେ ଯୋଗଦାନ କରିବେ। ରୋଗ ଶୋକ ବଢିବ ।

ସିଂହ – ଦିନଟି ଅତ୍ୟନ୍ତ ଖୁସି ଖବର ଦେବ । ବ୍ୟବସାୟୀ ମାନଙ୍କର ନୂତନ ଚୁକ୍ତି ଯୋଗୁଁ ଲାଭବାନ ହେବାର ସମ୍ଭାବନା ରହିଛି । ମାତା ପିତା ଙ୍କ ଆଶୀର୍ବାଦ ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବିଦ୍ୟାର୍ଥୀ ମାନେ ପରୀକ୍ଷାରେ ସଫଳତା ଅର୍ଜନ କରିବେ । ବନ୍ଧୁଙ୍କ ସହଯୋଗ ପାଇବେ ।

କନ୍ୟା – ଶନିବାର ଆପଣଙ୍କୁ ମିଶ୍ର ଫଳ ଲାଭ ହେବ । ଶିକ୍ଷା କ୍ଷେତ୍ର ରେ ନିଜକୁ ଅଣଦେଖା କରନ୍ତୁ ନାହିଁ । ବାହ୍ୟ ଲୋକଙ୍କ ଦ୍ଵାରା ଠକାମୀ ର ଶିକାର ହୋଇ ପାରନ୍ତି ।କାହା କଥା ରେ ପଡ଼ି ନିର୍ଣ୍ଣୟ ନିଅନ୍ତୁ ନାହିଁ।ଦାମ୍ପତ୍ୟ ଜୀବନରେ ଖୁସି ଲାଗି ରହିବ ।

ତୁଳା – କୌଣସି କଥା କୁ ନେଇ ଚିନ୍ତା ରେ ରହିବେ । କିଛି ନୂତନ ସମସ୍ୟା ଆଜି ସୃଷ୍ଟି ହୋଇ ପାରେ । ଛାତ୍ର ଛାତ୍ରୀ ମାନେ ମନ ଲଗାଇ ପରିଶ୍ରମ କରିବେ ।ନୂଆ ଯୋଜନା ପାଇଁ କାର୍ଯ୍ୟ ଆରମ୍ଭ କରିବେ । କାର୍ଯ୍ୟ କ୍ଷେତ୍ର ରେ ମନ ରେ ଥିବା କଥା ଗୁପ୍ତ ରେ ରଖନ୍ତୁ ।

ବିଛା – ଦିନଟି ମିଶ୍ର ଫଳ ଦେବ । ଚାକିରି ରେ ଉନ୍ନତି ହେବ ପଦୋନ୍ନତି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଭ୍ରମଣ ର ଯୋଗ ରହିଛି ।ପ୍ରତିରୋଧ ର ଶିକାର ହୋଇଁପରାନ୍ତି । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଛାତ୍ର ଛାତ୍ରୀ ମାନେ ଆଶାତୀତ ଫଳ ପ୍ରାପ୍ତ କରିବେ ।

ଧନୁ – ବ୍ୟସ୍ତ ହୋଇ କୌଣସି ନିଷ୍ପତି ନିଅନ୍ତୁ ନାହିଁ । ଦୃଢ଼ ମନା ହୁଅନ୍ତୁ ସଂପତ୍ତି କ୍ରୟ କରିବା ପାଇଁ ଆଗ୍ରହୀ ହେବେ। ବନ୍ଧୁଙ୍କ ଠାରୁ ଉପହାର ମିଳିବ । ବ୍ୟବସାୟୀମାନେ ଅଧିକ ଲାଭ ଆଶାରେ ରହିବେ। ଛାତ୍ର ଛାତ୍ରୀ ମାନେ ଖୁସି ମନ ରେ ରହିବେ।

ମକର – ଆସନ୍ତକାଲି ଆପଣଙ୍କୁ ମିଶ୍ର ଫଳ ମିଳିବ ।ପରିବାରରେ ସୁଖ ଶାନ୍ତି ଲାଗି ରହିବ । ନେଇ ଥିବା ଉଧାର ଆଜି ଫେରସ୍ତ କରିବେ ।ଅନ୍ଧ ଭଳି କାହାକୁ ଭରସା କରନ୍ତୁ ନାହିଁ ।କିଛି ଶୁଭ କର୍ମ ପାଇଁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ । ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ ।

କୁମ୍ଭ – ଶ୍ରୀ ଚନ୍ଦ୍ର ଯୋଗୁଁ ଶନିବାର ଦିନଟି ଉତ୍ତମ ଫଳ ପ୍ରଦାନ କରିବ । ଚାକିରି କ୍ଷେତ୍ରରେ ପଦୋନ୍ନତିର ଯୋଗ ଅଛି । ବିଦ୍ୟାର୍ଥୀ ମାନେ ଫଳାଫଳ କୁ ଅପେକ୍ଷା କରିବେ । ନୂତନ ଯାନବାହାନ କ୍ରୟ କରି ପାରନ୍ତି ।ନୂତନ ସ୍ଥାନ ପ୍ରାପ୍ତି ର ଯୋଗ ରହିଛି ।

ମୀନ – ଶନିବାର ମୀନ ରାଶିକୁ ଘାତ ଚନ୍ଦ୍ର । ଦିନଟି ଏତେ ଫଳପ୍ରଦ ହେବ ନାହିଁ । ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ । ବନ୍ଧନର ଭୟ ଆପଣଙ୍କୁ ରହିବ। ।ପୁରୁଣା ବନ୍ଧୁଙ୍କ ମିଳନ ହୋଇ ପାରେ । ବ୍ୟବସାୟରେ ସଂପୂର୍ଣ୍ଣ ଧ୍ୟାନ ଦେବେ ନହେଲେ କ୍ଷତି ହୋଇ ପାରେ ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ, ଯାଜପୁର ( ଯୋଗାଯୋଗ – 8249826682 )

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.