ଜୁନ୍ ୦୯ ତାରିଖ, ଶୁକ୍ରବାର : ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ
9/06/2023 at 7:21 AM

ମେଷ – ଆଜି ଦିନଟିରେ ଭ୍ରମଣର ଯୋଗ ରହିଛି। ବାହ୍ୟ ସ୍ଥାନରୁ ସମ୍ମାନ ପ୍ରାପ୍ତି ହେବ। ମୂଲ୍ୟବାନ ଦ୍ରବ୍ୟ ନଷ୍ଟ ହେବା ସହ ସମୟ ମଧ୍ୟ ନଷ୍ଟ ହେବ। ପାରିବାରିକ ଜୀବନ ସୁଖମୟ ହେବ। ବ୍ୟବସାୟରେ ଭଲ ଲାଭ ମିଳିପାରେ।
ବୃଷ– ସମ୍ମାନ ହାନି ହେବା ସହ ଘରେ କିମ୍ବା ବାହାରେ ଅପଦସ୍ତ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ। ଯାନବାହାନରେ ଯାତ୍ରା କରୁଥିଲେ ଯଥେଷ୍ଟ ସତର୍କତା ଅବଲମ୍ବନ କରନ୍ତୁ। କିଛି ନୂତନ ସମ୍ପତ୍ତି ଅର୍ଜନ ହେତୁ ଆଜିର ପରିବେଶ ସୁଖଦ ହେବ ।
ମିଥୁନ- ଆଜି ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ। ବ୍ୟବସାୟ ମଧ୍ୟମ ହେବ। ମନ ସାମାନ୍ୟ ଅଶାନ୍ତ ରହିବ। ନିରାଶା ଏବଂ ଅସନ୍ତୋଷ ମନରେ ରହିବ। ବାର୍ତ୍ତାଳାପରେ ଶାନ୍ତ ରୁହନ୍ତୁ। କର୍ମ କ୍ଷେତ୍ରରେ ସାମାନ୍ୟ କଳହ ରହିପାରେ ।
କର୍କଟ – ସମ୍ମାନ ପ୍ରାପ୍ତି କରିବେ। କୌଣସି ସ୍ଥାନରୁ ମଧ୍ୟ ପୁରସ୍କୃତ ହେବେ। ତାହା ସତ୍ତ୍ୱେ ଆଳସ୍ୟର ବଶବର୍ତ୍ତୀ ମଧ୍ୟ ହେବେ। ନୂତନ ନିଯୁକ୍ତ ପାଇଥିବା ବ୍ୟକ୍ତିମାନେ ପ୍ରଗତି ପାଇଁ ସୁଯୋଗ ପାଇବେ। ଆପଣଙ୍କ ପ୍ରେମ ସମ୍ପର୍କ ମଧ୍ୟ ଦୃଢ଼ ହେବ।
ସିଂହ – ମନ ଉତ୍ସାହିତ ରହିବ ପ୍ରଫୁଲ୍ଲ ରହିବ। ଆୟ ଉତ୍ତମ ରହିଲେ ମଧ୍ୟ ଖର୍ଚ୍ଚ ମଧ୍ୟ ସମ୍ମାନ ପରିମାଣରେ ହେବ । ବିଦ୍ୟାର୍ଥୀମାନେ ପରିଶ୍ରମର ଫଳ ପାଇବେ। ଚାଷ ଭଲ ହେବା ସହଚାକିରି କ୍ଷେତ୍ରରେ ଉଚପଦସ୍ଥ ହେବେ।
କନ୍ୟା – ମନ ବିଷାଦଗ୍ରସ୍ତ ହେବା ସହ ଅଯଥା ଖର୍ଚ୍ଚାନ୍ତ ହେବେ। ଯାନବାହାନରେ ସତର୍କତା ଅବଲମ୍ବନ କରନ୍ତୁ । ମନରେ ଆଶା ଏବଂ ନିରାଶାର ଭାବନା ରହିପାରେ । ଶିକ୍ଷାଗତ କାର୍ଯ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ସାମାଜିକ କାର୍ଯ୍ୟରେ ଯୋଗଦାନ କରିବେ।
ତୁଳା – ବିଦେଶ ଯାତ୍ରାରେ ଶୁଭ ଫଳାଫଳ ମିଳିବ। କର୍ମ ଫଳ ନିଶ୍ଚୟ ପ୍ରାପ୍ତି ହେବ। ସେବା ପୂଜାରେ ମନୋନିବେଶ କରିବେ। କିଛି ନୂଆ କାର୍ଯ୍ୟର ଆରମ୍ଭ ଆପଣ ଆଜି କରିପାରନ୍ତି। ଜୀବନସାଥୀଙ୍କ ସଂପୂର୍ଣ୍ଣ ସହଯୋଗ ମିଳିବ। ସ୍ଵାସ୍ଥ୍ୟଗତ ସମସ୍ୟା କିଛି ଦେଖାଦେଇ ପାରେ।
ବିଛା – ମାନ ସମ୍ମାନରେ ବୃଦ୍ଧି ଘଟିବ । ଗୃହରେ ଶୁଭ କାର୍ଯ୍ୟ ପ୍ରାପ୍ତି ହେବ । ଧନଧାନ୍ୟରେ ବୃଦ୍ଧି ଘଟି ପାରେ । ବ୍ୟବସାୟୀଙ୍କ ପାଇଁ ଦିନଟି ବିଶେଷ ଶୁଭ ଦାୟକ ରହିଛି। ଚାକିରି ଖୋଜୁଥିବା ବ୍ୟକ୍ତି ଙ୍କୁ ନୂଆ ସ୍ଥାନ ପ୍ରପ୍ତି ହୋଇପାରେ ।
ଧନୁ – ସୁଖ ହାନି ହୋଇପାରେ । ଆୟଠାରୁ ବ୍ୟୟ ଅଧିକ କରିବେ ସହିତ ଅଯଥା ଖର୍ଚ୍ଚାନ୍ତ ହେବେ। ଯାନବାହାନରେ ସତର୍କତା ଅବଲମ୍ବନ କରନ୍ତୁ । ବନ୍ଧୁଙ୍କ ସହଯୋଗ ପାଇ ଖୁସି ଅନୁଭବ କରିବା ସହ କାର୍ଯ୍ୟ କ୍ଷେତ୍ରରେ ବ୍ୟସ୍ତ ରହିବେ ।
ମକର – ସର୍ବକାର୍ଯ୍ୟ ସିଦ୍ଧି ଘଟିଲେ ମଧ୍ୟ ଶତ୍ରୁଙ୍କ ଭୟ ରହିବ। ଶାରୀରିକ ଓ ମାନସିକ ଶାନ୍ତି ମିଳିବ। ବ୍ୟକ୍ତିଗତ ସମସ୍ୟାର ସମାଧାନ ହେବ। ସାନ ଭାଇଭଉଣୀଙ୍କ ସହିତ ସମନ୍ୱୟ ରହିବ। ବ୍ୟବସାୟରେ ମଧ୍ୟମ ଫଳ ପ୍ରାପ୍ତ ହେବ।
କୁମ୍ଭ – ଅର୍ଥ ବିଷୟକୁ ନେଇ ଚିନ୍ତାରେ ରହିବେ। ପରିବାରରେ କଳହ ଯୋଗ ରହିଛି କୌଣସି ମାନସିକ ଚିନ୍ତାରେ ପଡ଼ି ପାରନ୍ତି। କାହାକୁ ଆଜି ଉଧାର ଦିଅନ୍ତୁ ନାହିଁ। ସ୍ୱାସ୍ଥ୍ୟ ଅବସ୍ଥାରେ ଅବନତି ଘଟିବ। କାର୍ଯ୍ୟ କ୍ଷେତ୍ରରେ କିଛି ନୂଆ ସୁଯୋଗ ମିଳିବ।
ମୀନ – ସବୁ କ୍ଷେତ୍ରରେ ଶୁଭ ହେବ। ଅଟକୁଥିବ କାର୍ଯ୍ୟ ଏ ସମାପ୍ତି ଘଟିବ। ଦୁର୍ଜନଙ୍କ ଠାରୁ ଦୂରେଇ ରହିଲେ ଭଲ। ଅଦରକାରୀ କାର୍ଯ୍ୟକଳାପରେ ଆପଣଙ୍କର ସମୟ ଏବଂ ଶକ୍ତି ନଷ୍ଟ କରନ୍ତୁ ନାହିଁ। ତୁମର ନିଷ୍ପତ୍ତି ଉପରେ ଉପଯୁକ୍ତ ଧ୍ୟାନ ଦିଅ।
ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ, ଯାଜପୁର