Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଜୁନ୍ ୦୮ ତାରିଖ, ଗୁରୁବାର : ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

8/06/2023 at 7:18 AM

ମେଷ:~ ଆଜିର ଦିନଟି ଆପଣଙ୍କ ପାଇଁ ବିଶେଷ ଭଲ ରହିଛି। ମନ ପ୍ରଫୁଲ୍ଲିତ ରହିବା ସହ ଶରୀର ସୁସ୍ଥ ରହିବ। ସର୍ବ କାର୍ଯ୍ୟ ରେ ସିଦ୍ଧି ଘଟିବ। ଧାର ଦେଇଥିବା ପଇସା ଆଜି ଆପଣ ଫେରସ୍ତ ପାଇବେ। ନୂତନ ବସ୍ତୁ କ୍ରୟ କରିବେ। ଛାତ୍ରଛାତ୍ରୀମାନେ ଉପକୃତ ହେବେ।

ବୃଷ:~ ଆଳସ୍ୟ ବୃଦ୍ଧି ହେବ। ଆର୍ଥିକ ବ୍ୟୟ ଅଧିକ ହେବ। ପରିବାରରେ ଚାହୁଁ ନଥିଲେ ମଧ୍ୟ ବାହ୍ୟ ସମସ୍ୟା ଆସି ପହଞ୍ଚିବ। ବ୍ୟବସ୍ଥାରେ ପରିଶ୍ରମ ଅନୁଯାୟୀ ଫଳ ପ୍ରାପ୍ତି ହୋଇ ନପାରେ। ଅଙ୍ଗରେ କ୍ଳେଶ ଓ ଆଘାତ ଲାଗିବାର ଯଥେଷ୍ଟ ସମ୍ଭାବନା ରହିଛି।

ମିଥୁନ:~ ଅର୍ଥ ବିଷୟକ ଚିନ୍ତା ରେ ରହିବେ। କର୍ମ ସଂସ୍ଥାନ ରେ ପ୍ରଶଂସା ମିଳିବ। ପତ୍ନୀଙ୍କ କଥା ମନି ଚାଲିଲେ ଦିନଟି ଅଧିକ ଭଲ ହେବ। ବାକି ଥିବା କାର୍ଯ୍ୟ  କାଲି ସଂପୂର୍ଣ୍ଣ ହେବ। ବ୍ୟବସାୟରେ କିଛି ନୂଆ କରିବା ର ଆଶା ରେ ରହିବେ। ଛାତ୍ରଛାତ୍ରୀ ମାନେ ଉନ୍ନତି ପଥ ଅନୁସରଣ କରିବେ।

କର୍କଟ:~ କୌଣସି ସ୍ଥାନ ରୁ ଶୁଭ ଖବର ପ୍ରାପ୍ତ ହେବ। କର୍ମ କ୍ଷେତ୍ରରେ ଏତେ ଭଲ ପ୍ରଦର୍ଶନ କରିବେ ନାହିଁ। ରୋଜଗାର ଅପେକ୍ଷା ରେ ଥିବା ବ୍ୟକ୍ତିଙ୍କୁ ଧନ ପ୍ରାପ୍ତିର ସମ୍ଭାବନା ରହିଛି। କ୍ୟାରିୟରକୁ ନେଇ ଛାତ୍ରଛାତ୍ରୀମାନେ ଚିନ୍ତା ରେ ରହିବେ। ବ୍ୟବସାୟୀ ଦୂର ଯାତ୍ରାକରିପାରନ୍ତି।

ସିଂହ:~ ହଠାତ୍ ଧନ ପ୍ରାପ୍ତିର ଯୋଗ ଆପଣଙ୍କର ରହିଛି। ଚାକିରି କ୍ଷେତ୍ର ରେ ପ୍ରଶଂସା ମିଳିବ। ଦେହ ମନ ସୁସ୍ଥ ରହିବ। ବ୍ୟବସାୟ ରେ ବାକି ରହିଥିବା କାର୍ଯ୍ୟ ର ଆରମ୍ଭ ହେବ। ପାରିବାରିକ ଜୀବନ ସୁଖ ମୟ ହେବ। ଛାତ୍ର ଛାତ୍ରୀ ମାନେ ଖେଳକୁଦରେ ବିଜୟ ହାସଲ କରିବେ।

କନ୍ୟା:~ ନୂତନ କିମ୍ବା ପୁରୁଣା କାର୍ଯ୍ୟ ରେ ହାନି ଘଟି ପାରେ। ଶତ୍ରୁ ମାନଙ୍କ ଠାରୁ ଦୂରେଇ ରୁହନ୍ତୁ। ମାଲି ମାକୋଦ୍ଦମା କୁ କାଲି ସମୂର୍ଣା କରିବାକୁ ଚେଷ୍ଟା କରନ୍ତୁ। ବ୍ୟବସାୟ ରେ ମଧ୍ୟମ ଫଳ ପ୍ରାପ୍ତ ହେବ। ଜୀବନ ସାଥି ଙ୍କ ସଂପୂର୍ଣ୍ଣ ସହଯୋଗ ମିଳିବ। ଛାତ୍ରଛାତ୍ରୀ ପାଠରେ ଯଥେଷ୍ଟ ମନଯୋଗ ଦେବେ।

ତୁଳା:~ ନିଜର କାର୍ଯ୍ୟ ଦକ୍ଷତା ଯୋଗୁଁ ଅନେକ ସମ୍ମାନ ପ୍ରାପ୍ତି କରିବେ। ଆର୍ଥିକ ବ୍ୟୟ ହେବ। ବ୍ୟବସାୟରେ ଉନ୍ନତି ଦେଖିବାକୁ ମିଳିବ ବଡ଼ ସଫଳତା ମିଳିପାରେ। ସ୍ବାସ୍ଥ୍ୟାବସ୍ଥା ମଧ୍ୟମ ରହିବ। ଅଧିକ ପରିଶ୍ରମରେ ଦିନଟି କାଟିବ। ଛାତ୍ରଛାତ୍ରୀ ସମୟ ନଷ୍ଟ କରିବେ।

ବିଛା:~ ଅନ୍ୟ ସ୍ଥାନକୁ ଭ୍ରମଣର ଯୋଗ ରହିଛି ପତ୍ନୀଙ୍କ ସହଯୋଗ ମିଳିବ। ପୁରୁଣା ବନ୍ଧୁଙ୍କୁ ପାଇ ଖୁସି ହେବେ। ଆର୍ଥିକ ସ୍ଥିତି ମଧ୍ୟମ ରହିବ। ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ସ୍ଥାନ ପ୍ରାପ୍ତି ହୋଇପାରେ। ପରିଶ୍ରମ ସମୟ ଅଧିକ ରହିବ।

ଧନୁ:~ ଶାରୀରିକ ସମସ୍ୟା ଦେଖା ଦେବ। ତଳିପେଟରେ ଯନ୍ତ୍ରଣା ଦେଖା ଦେବ। ଦିନଟି ଏତେ ଉତ୍ତମ ଫଳ ଦେବ ନାହିଁ। ବହୁ ପରିଶ୍ରମରେ ଅଳ୍ପ ଲାଭ। ଚାଲୁଥିବ କାର୍ଯ୍ୟ ଅଧାରୁ ଅଟକି ଯାଇପାରେ। ବିଦ୍ୟାର୍ଥୀ ଅଳସୁଆ ହେବେ।

ମକର:~ ଶ୍ରୀ ଚନ୍ଦ୍ର ରହିଥିବାରୁ ପରିବାରରେ ସୁଖ ସମ୍ମାନ ବୃଦ୍ଧି ହେବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବା ସହିତ ,ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଚାକିରି କ୍ଷେତ୍ରରେ ଉନ୍ନତି ଘଟିବ। ମିତ୍ରଙ୍କ ଠାରୁ ସାହାଯ୍ୟ ମିଳିବ। ଧନ ପ୍ରାପ୍ତିର ସମ୍ଭାବନା ରହିଛି। କିଛି ନୂଆ କରିବାକୁ ପ୍ରେରଣା ମିଳିବ।

କୁମ୍ଭ:~ ବ୍ୟୟ ବୃଦ୍ଧି ହେବ। ନିଜ କ୍ରୋଧ କୁ ନିଜ ଆୟତ୍ତ ରେ ରଖନ୍ତୁ। ନହେଲେ ଅସୁବିଧାରେ ସମ୍ମୁଖୀନ ହେବେ। ଚାକିରି କ୍ଷେତ୍ର ରେ ଉନ୍ନତି ଘଟିବ। ମିତ୍ରଙ୍କ ଠାରୁ ସାହାଯ୍ୟ ମିଳିବ। ଧନ ପ୍ରାପ୍ତିର ସମ୍ଭାବନା ରହିଛି।କିଛି ନୂଆ କରିବାକୁ ପ୍ରେରଣା ମିଳିବ। ମନ ପ୍ରଫୁଳିତ ରହିବ।

ମୀନ:~ ଆୟର ଯୋଗ ରହିଛି। ଛଳନା ଓ ଛନ୍ଦ କପଟର ଶିକାର ହୋଇପାରନ୍ତି। ଲାଗି ରହିଥିବା ମାଲି ମକୋଦ୍ଦମାର କାଲି ଅନ୍ତ ଘଟିବ। ସରକାରୀ ଯୋଜନାର ସଂପୂର୍ଣ୍ଣ ଲାଭ ମିଳିବ। ଛାତ୍ରଛାତ୍ରୀ କ୍ୟାରିୟର ପ୍ରତି ଅଧିକ ଯତ୍ନବାନ ହେବେ। ମନରେ ବିଷାଦ ଭାବ ରହିବ।

ଜ୍ୟୋତିର୍ବିଦ:~ ସିଦ୍ଧାର୍ଥ ଶେଖର ନାୟକ (ଯାଜପୁର)

   Related Posts