ଜୁନ୍ ୦୬ ତାରିଖ, ମଙ୍ଗଳବାର : ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ
6/06/2023 at 7:12 AM

ମେଷ:~ ଶରୀର କଷ୍ଟ ହେବ। ଚିନ୍ତା କରିଥିବା ବିଷୟରେ ପରିବର୍ତ୍ତନ ଆଣି ପାରନ୍ତି। ଅହଙ୍କାରର ବଶବର୍ତ୍ତୀ ହୋଇ କିଛି ଭୁଲ ନିଷ୍ପତି ନେବେ। ମନରେ ବିଷାଦ ଭାବ ରହିବ। ଛାତ୍ରଛାତ୍ରୀ ନୂଆ ଚିନ୍ତାଧାରାର ବଶବର୍ତ୍ତୀ ହେବେ।
ବୃଷ:~ ସହକର୍ମୀଙ୍କ ସହ ବିଶେଷ ଆଲୋଚନା କରିବେ। ବ୍ୟବସାୟରେ ମଧ୍ୟମ ଫଳ ପ୍ରାପ୍ତି ହେବ। ପତିପତ୍ନୀଙ୍କ ପାଇଁ ଦିନଟି ଏତେ ଖାସ ହେବ ନାହିଁ। କୌଣସି କାର୍ଯ୍ୟକୁ ନେଇ ମନସ୍ତାପ କରିନପାରନ୍ତି। ଛାତ୍ରଛାତ୍ରୀ ଭବିଷ୍ୟତ ଚିନ୍ତାରେ ରହିବେ।
ମିଥୁନ:~ ସବୁକର୍ମରେ ଆପଣ ସଂପୂର୍ଣ୍ଣ ଯୋଗ ଦାନ ଦେବେ। ଅନେକ ବାଧାବିଘ୍ନର ସାମ୍ନା କରିବାକୁ ପଡ଼ିବ। ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟମ ଫଳ ପ୍ରାପ୍ତ ହେବ। ଉଚ୍ଚ ପଦବୀ ମିଳିବାର ଯୋଗ ଅଛି। ଦମ୍ପତି ମାନେ ଖୁସିରେ ଦିନଟି କାଟିବେ।
କର୍କଟ:~ ଚାକିରି ରେ ସଫଳତା ମିଳିବ। ଦିନଟିରେ ଉନ୍ନତି ଆଶାନୁରୂପ ହେବ। ବିଦେଶ ଯାତ୍ରା ଆପଣଙ୍କ ମୟ ଲାଭଦାୟକ ସାବ୍ୟସ୍ତ ହେବ। କିଛି ଲୁଚି ରହିଥିବା ମିଥ୍ୟା ଆଜି ସର୍ବ ସମ୍ମୁଖକୁ ଆସି ପାରେ। ସନ୍ତାନଙ୍କ ସହ ମନମାଳୀନ୍ୟ ହୋଇପାରେ।
ସିଂହ:~ ଆଜି ଦିନଟି ରେ ଆପଣ ଚିନ୍ତା ରେ ପଡ଼ିବେ। ଜୀବନ ସାଥିଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଦେଖା ଦେବ। ମିତ୍ରଙ୍କ ଠାରୁ ଉପହାର ମିଳିବ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିବେ। ବିଦ୍ୟାର୍ଥୀ ଅସଫଳ ହେବେ।
କନ୍ୟା:~ ଦିନଟି ବାଦବିବାଦ ଦେଇ ଗତି କରିବ। କର୍ମକ୍ଷେତ୍ରରେ ମାନହାନି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ସନ୍ତାନଙ୍କ ସ୍ଵାସ୍ଥ୍ୟଗତ ସମସ୍ୟା କୁ ନେଇ ଚିନ୍ତାରେ ରହିବେ। ପୈତୃକ ସମ୍ପତି କୁ ନେଇ ବିବାଦ ଲାଗି ପାରେ। ବନ୍ଧୁ ମିଳନର ଯୋଗ ରହିଛି।
ତୁଳା:~ ତୁଳା ରାଶି କୁ ଆଜି ଘାତ ଚନ୍ଦ୍ର। ମନରେ ସାଧାରଣତଃ ଅଶାନ୍ତି ସୃଷ୍ଟି ହୋଇ ପାରେ। କାର୍ଯ୍ୟ କ୍ଷେତ୍ରରେ ବାଧା ସୃଷ୍ଟିହେବ। ଅଟକି ଥିବା କାର୍ଯ୍ୟ ଆଜି ସଂପୂର୍ଣ୍ଣ ହେବ। ଚାକିରିରେ ଉନ୍ନତି ହେବ। ବିଦ୍ୟାର୍ଥୀ ମାନେ ପାଠ ରେ ମନଯୋଗ ଦେବେ ନାହିଁ।
ବିଛା:~ ଦିନଟି ରେ ଅର୍ଥ ବ୍ୟୟ ର ଯୋଗ ରହିଛି। ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚ ହୋଇପାରେ। କାର୍ଯ୍ୟ ସଂପୂର୍ଣ୍ଣ କରିବାରେ ସାମାନ୍ୟ ବିଳମ୍ବ ହେବ। ଛାତ୍ର ଛାତ୍ରୀ ମାନେ ପରୀକ୍ଷା ରେ ସଫଳତା ପ୍ରାପ୍ତ କରିବେ। ବ୍ୟବସାୟରେ ସାମାନ୍ୟ ଅର୍ଥାଭାବ ଦେଖାଦେବ।
ଧନୁ:~ ରାଶି କୁ ଆଜି ଶ୍ରୀ ଚନ୍ଦ୍ର ଯୋଗ ରହିଛି। ଦିନଟି ଉତ୍ତମ ଫଳ ଦେବ। ବ୍ୟବସାୟରେ ଆଶାନୁରୂପ ଫଳ ପ୍ରାପ୍ତ ହେବ। ଚାକିରି କ୍ଷେତ୍ରରେ ନିରବତା ରକ୍ଷା କରିବା ଆଜି ନିହାତି ଆବଶ୍ୟକ। ଦମ୍ପତି ମାନଙ୍କର ଦୂର ଯାତ୍ରାର ଯୋଗ ରହିଛି। ବିଦ୍ୟାର୍ଥୀ ମାନେ ପାଠ କୁ ଅଧିକ ଗୁରୁତ୍ଵ ଦେବେ।
ମକର:~ ଦିନଟି ଶୁଭ ରେ କଟିବ। ଦାମ୍ପତ୍ୟ ଜୀବନରେ ଶାନ୍ତି ଦେଖା ଦେବ। ଧାର୍ମିକ ସ୍ଥାନକୁ ଭ୍ରମଣ ରେ ଯାଇ ପାରନ୍ତି। ଆୟର ଯୋଗ ରହିଛି। ବ୍ୟବସାୟରେ ଅଟକି ଥିବା କାର୍ଯ୍ୟ ପୁଣି ଆରମ୍ଭ ହେବ। ଚାକିରୀରେ ପଦୋନ୍ନତି ର ଯୋଗ ରହିଛି।
କୁମ୍ଭ:~ ଅଟକି ଥିବା ଧନ କୁ ପାଇ ଖୁସି ହେବେ। କାର୍ଯ୍ୟ କ୍ଷେତ୍ର ରେ ପ୍ରଶଂସା ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବ୍ୟବସାୟ ରେ ଜଗିରଖି କାର୍ଯ୍ୟ କଲେ ଆୟ ଉତ୍ତମ ହେବ। ବିଦ୍ୟାର୍ଥୀ ଙ୍କ ପରିଶ୍ରମ ସଫଳତା ଦେବ।
ମୀନ:~ ଦିନଟି ବହୁତ୍ ଖୁସି ଖବର ଦେବ। ଆର୍ଥିକ ସ୍ଥିତି ରେ ସୁଧାର ଆସିବ। ଶତ୍ରୁ ଙ୍କ ପରାଜୟ ହେବ। କର୍ମକ୍ଷେତ୍ର ରେ ନୂତନ ପଦ ପଦବୀ ରେ ଯୋଗଦାନ କରିବେ। ବ୍ୟବସାୟ ଖୁବ୍ ଭଲ ହେବ। ଆଶା କରିଥିବା ଜିନିଷ ସହଜ ରେ ପ୍ରାପ୍ତି ହେବ।
ଜ୍ୟୋତିର୍ବିଦ:~ ସିଦ୍ଧାର୍ଥ ଶେଖର ନାୟକ (ଯାଜପୁର)