ଜୁନ୍ ୦୫ ତାରିଖ, ସୋମବାର : ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | June 05, 2023 IST

ମେଷ - ଆଜି ଆପଣଙ୍କ ପାଇଁ ସମୟ ଟିକେ ଦୁର୍ବଳ ହେବ । ସ୍ୱାସ୍ଥ୍ୟ ଖରାପ ହୋଇପାରେ ଏବଂ ଆପଣ ଅସୁସ୍ଥ ହୋଇପାରନ୍ତି । ଆୟରେ ହ୍ରାସ ହୋଇପାରେ ବ୍ୟବସାୟରେ ଭଲ ଫଳାଫଳ ଆସିବ ଏବଂ ଟଙ୍କା ମଧ୍ୟ କିଛି ମାଧ୍ୟମ ମାଧ୍ୟମରେ ଆସିବ, ତଥାପି ମନ ସନ୍ତୁଷ୍ଟ ହେବ ନାହିଁ ।

ବୃଷ - ଦିନଟି ଆଜି ଆପଣଙ୍କ ପାଇଁ ସ୍ୱାଭାବିକ ହେବ । ଉତ୍ତମ ସ୍ୱାସ୍ଥ୍ୟ ହେତୁ ମନ ଖୁସି ହେବ, କିନ୍ତୁ ଖର୍ଚ୍ଚ ଅଧିକ ହେବ । ଦାମ୍ପତ୍ୟ ଜୀବନ ଦୃଷ୍ଟିରୁ ଦିନଟି ଦୁର୍ବଳ ହେବ ଏବଂ ଯଦି ଆପଣ ପ୍ରେମ ଜୀବନରେ ଅଛନ୍ତି, ତେବେ ଆଜି ବହୁତ ଆକର୍ଷଣୀୟ ହେବ ।

ମିଥୁନ - ଆଜି ଆପଣଙ୍କ ଜୀବନରେ ପରିବର୍ତ୍ତନ ଆପଣଙ୍କ ସପକ୍ଷରେ ରହିବ । ଆଜି ଛାତ୍ରମାନଙ୍କ ପାଇଁ ଏକ ଅନୁକୂଳ ଦିନ ହେବ । ଆପଣ ଏକ ନୂତନ ପାଠ୍ୟକ୍ରମରେ ଆଡମିଶନ ନେବାକୁ ଚିନ୍ତା କରିବେ । କିଛି ଆୟର ଉତ୍ସ ମିଳିବ । ବନ୍ଧୁ ମିଳନ ର ଯୋଗ ରହିଛି ।

କର୍କଟ - ଆଜି, କର୍ମକ୍ଷେତ୍ରରେ ସମସ୍ୟାର ସମାଧାନ କରି, ଆପଣ ନିଜ କାର୍ଯ୍ୟରେ ଧ୍ୟାନ ଦେବାକୁ ସମର୍ଥ ହେବେ । ବ୍ୟବସାୟ ରେ ଲାଭଜନକ କାରବାର ହାତରେ ରହିବ । ଜୀବନସାଥୀ ଏବଂ ପରିବାର ସହିତ ସମୟ ବିତାଇବେ । ଚାକିରିରେ ସମ୍ମାନ ବୃଦ୍ଧି ପାଇବ ।

ସିଂହ - ଆଜି ଆପଣଙ୍କ ପାଇଁ ଦିନଟି ଏତେ ଭଲ ରହିବ ନାହିଁ । ଅର୍ଥ ବିଷୟକ ଚିନ୍ତା ଲାଗି ରହିବ । ମାନସିକ ଓ ଶାରିରୀକ ସ୍ତର ରେ ନିଜକୁ ଦୁର୍ବଳ ମନେ କରିବେ । କାର୍ଯ୍ୟ ସହିତ ଆପଣଙ୍କ ପ୍ରୟାସ ଫଳପ୍ରଦ ହେବାକୁ ସମୟ ଲାଗିବ । ଯାନ ବାହାନ ରେ ସତର୍କତା ଅବଲମ୍ବନ କରନ୍ତୁ ।

କନ୍ୟା - ଆଜି ଆପଣ ଆଶା କରିଥିବା ବ୍ୟକ୍ତିଙ୍କଠାରୁ ଅଧିକ ଲାଭ ପାଇବେ । କୌଣସି ଘରୋଇ କାର୍ଯ୍ୟ ସମାପ୍ତ କରିବାରେ ଗୁରୁଜନ ଙ୍କ ମତ ଆପଣଙ୍କ ପାଇଁ ପ୍ରଭାବଶାଳୀ ହେବ । ଏହି ରାଶିର ପ୍ରେମୀ ଯୁଗଳଙ୍କ ପାଇଁ ଆଜି ଏକ ବିଶେଷ ଦିନ ।

ତୁଳା - ଆଜି କୌଣସି ଭୁଲ ପଦକ୍ଷେପ ନିଅ ନାହିଁ । ଟଙ୍କା ଚିନ୍ତା ଶେଷ ହେବ । ବ୍ୟବସାୟ କ୍ଷେତ୍ରରେ ବହୁତ ଅଗ୍ରଗତି ହେବ । ସିନେମା ଏବଂ ମିଡିଆ ସହ ଜଡିତ କ୍ଷେତ୍ରର ଲୋକମାନେ ନିଜକୁ ବ୍ୟସ୍ତ ରଖିବା ପାଇଁ ପର୍ଯ୍ୟାପ୍ତ ପରିଶ୍ରମ କରିବେ ।

ବିଛା - ମନରେ ଉଦବେଗ ପ୍ରକାଶ ପାଇବ । ଆର୍ଥିକ ସ୍ଥିତି ଏବେ ପ୍ରଭାବଶାଳୀ ରହିବ ନାହିଁ । ପରିବାରରେ ଚାଲିଥିବା ସମସ୍ୟାର ସମାଧାନ ପାଇଁ ଅଧିକାଂଶ ସମୟ ବିତାଇବେ । ଆପଣଙ୍କୁ ଅତି ଯତ୍ନର ସହିତ ଏବଂ ବହୁତ କଠିନ ପରିଶ୍ରମ କରିବାକୁ ପଡିବ ।

ଧନୁ - ଧନୁ ରାଶି କୁ ଆଜି ଶ୍ରୀ ଚନ୍ଦ୍ର । ଆଜି ଆପଣ ନିଜ ପିତାମାତାଙ୍କ ସହିତ ଭ୍ରମଣ ରେ ଯିବେ ।ଯେଉଁମାନେ ପର୍ଯ୍ୟଟନ ସହିତ ଜଡିତ, ସେମାନଙ୍କର ଆୟ ବୃଦ୍ଧି ପାଇବ । ଆପଣ ପରିବାରରେ କିଛି ବଡ କାମର ପୁନଆରମ୍ଭ କରିବେ । ବିଦ୍ୟାର୍ଥୀ ଉପଯୋଗୀ ହେବେ ।

ମକର - କୃଷ୍ଣ ପକ୍ଷ ଦ୍ଵାଦଶ ଚନ୍ଦ୍ର ହେତୁ ଛାତ୍ର ଛାତ୍ରୀ ମାନେ ସେମାନଙ୍କ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇବେ | ରାଜନୀତି କିମ୍ବା ସାମାଜିକ କାର୍ଯ୍ୟ ସହିତ ଜଡିତ ଲୋକମାନେ ନିଜକୁ ଦୃଢ଼ ଭାବରେ ପ୍ରତିଷ୍ଠିତ କରିବେ ।ପିତାଙ୍କର ସ୍ୱାସ୍ଥ୍ୟଗତ ଅସୁବିଧା ହୋଇପାରେ ।

କୁମ୍ଭ - ଆଜି ଜଣେ ଅତି ପ୍ରିୟ ବ୍ୟକ୍ତି ଆପଣଙ୍କ ଘରକୁ ଆସି ପାରନ୍ତି । ଆପଣ ଦିନସାରା ନିଜ କର୍ମ ରେ ବ୍ୟସ୍ତ ରହିବେ ।ବକ୍ତବ୍ୟ ଉପରେ ନିୟନ୍ତ୍ରଣ ରଖନ୍ତୁ ନଚେତ୍ କ୍ଷତି ହୋଇପାରେ । ପରିବାରରେ କୌଣସି ଶୁଭ କାର୍ଯ୍ୟ ସମ୍ପାଦନ ହେବ ।

ମୀନ - ଆଜି ଆପଣ ନିଜ କର୍ମକ୍ଷେତ୍ରରେ ଭଲ କାମ କରିବେ । ଆପଣ କିଛି ସାମାଜିକ କାର୍ଯ୍ୟରେ ଜଡିତ ହେବାର ସୁଯୋଗ ପାଇବେ । ଆପଣ କଠିନ ପରିଶ୍ରମରେ ସଫଳତା ପାଇବେ । ଆଜି ଆପଣ ବନ୍ଧୁ ମାନଙ୍କର ସପୂର୍ଣ୍ଣ ସହଯୋଗ ପାଇବେ । ସର୍ବଦା କର୍ମ ଚଞ୍ଚଳ ରହିବେ।

wp:paragraph {"align":"center"}

ଜ୍ୟୋତିଷ:~ ସିଦ୍ଧାର୍ଥ ଶେଖର ନାୟକ (ଯାଜପୁର)

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.