ଜୁନ୍ ୦୩ ତାରିଖ, ଶନିବାର : ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ
3/06/2023 at 6:11 AM

ମେଷ:~ ଆର୍ଥିକ ବ୍ୟୟ ଅଧିକ ହେବ। ପରିବାରରେ ଚାହୁଁ ନଥିଲେ ମଧ୍ୟ ବାହ୍ୟ ସମସ୍ୟା ଆସି ପହଞ୍ଚିବ। କାର୍ଯ୍ୟ କ୍ଷେତ୍ରରେ ପରିଶ୍ରମ ଅନୁଯାୟୀ ଫଳ ପ୍ରାପ୍ତି ହୋଇ ନପାରେ। ଅଙ୍ଗରେ କ୍ଳେଶ ଓ ଆଘାତ ଲାଗିବାର ଯଥେଷ୍ଟ ସମ୍ଭାବନା ରହିଛି।
ବୃଷ:~ ଆଜିର ଦିନଟି ଆପଣଙ୍କ ପାଇଁ ବିଶେଷ ଭଲ ରହିଛି। ମନ ପ୍ରଫୁଲ୍ଲିତ ରହିବା ସହ ଶରୀର ସୁସ୍ଥ ରହିବ। ସର୍ବ କାର୍ଯ୍ୟରେ ସିଦ୍ଧି ଘଟିବ। ଧାର ଦେଇଥିବା ପଇସା ଆଜି ଆପଣ ଫେରସ୍ତ ପାଇବେ। ନୂତନ ବସ୍ତୁ କ୍ରୟ କରିବେ। ଛାତ୍ରଛାତ୍ରୀମାନେ ଉପକୃତ ହେବେ।
ମିଥୁନ:~ ଧନ ପ୍ରାପ୍ତିର ଯୋଗ ରହିଛି। କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ। ନୂତନ ବନ୍ଧୁଙ୍କୁ ପାଇଁ ଖୁସି ଅନୁଭବ କରିବେ। ମାଲି ମକୋଦ୍ଦମାରେ ଜୟ ଯୁକ୍ତ ହେବେ। ମାତାପିତାଙ୍କ ସ୍ଵାସ୍ଥ୍ୟଗତ ସମସ୍ୟା ଦେଖା ଦେଇ ପାରେ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ।
କର୍କଟ:~ ପରିଶ୍ରମ ଅଧିକ ରହିବ। ଧନ ପ୍ରାପ୍ତି ଯୋଗ ରହିଛି। ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ଦେଇଥିବା ପରୀକ୍ଷା ଉତ୍ତୀର୍ଣ୍ଣ ହେବାର ଯୋଗ ଅଛି। ପ୍ରେମ ସମ୍ପର୍କ ନିବିଡ଼ ହେବ। ଭ୍ରମଣର ଯୋଗ ରହିଛି। ବାହ୍ୟସ୍ଥାନରୁ ସମ୍ମାନ ପ୍ରାପ୍ତି ହେବ।
ସିଂହ:~ ସମ୍ମାନରେ ହାନି ଘଟିବ। ଘରେ କିମ୍ବା ବାହାରେ ଅପଦସ୍ତ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇ ପାରେ। ଯାନବାହାନରେ ଯାତ୍ରା କରୁଥିଲେ ଯଥେଷ୍ଟ ସତର୍କତା ଅବଲମ୍ବନ କରନ୍ତୁ। କିଛି ନୂତନ ସମ୍ପତ୍ତି ଅର୍ଜନ ହେତୁ ଆଜିର ପରିବେଶ ସୁଖଦ ହେବ।
କନ୍ୟା:~ ଭ୍ରମଣ ର ଯୋଗ ରହିବ। ମନରେ ଉଚ୍ଚ ଆଶା ଭରି ରହିବ। ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ। ନିଜ ସାଥୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଯାନର ରକ୍ଷଣାବେକ୍ଷଣ ପାଇଁ ଖର୍ଚ୍ଚ ବଢିପାରେ। ବ୍ୟବସାୟରେ ଲାଭ ସୁଯୋଗ ମିଳିବ।
ତୁଳା:~ ଆଜି ଆପଣଙ୍କ ପ୍ରତିଷ୍ଠା ବୃଦ୍ଧି ପାଇବ। ଶାରୀରିକ ଓ ମାନସିକ ଶାନ୍ତି ମିଳିବ। ବ୍ୟକ୍ତିଗତ ସମସ୍ୟାର ସମାଧାନ ହେବ। ସାନ ଭାଇଭଉଣୀଙ୍କ ସହିତ ସମନ୍ୱୟ ରହିବ। ଭାବନାକୁ ନିଜ ନିୟନ୍ତ୍ରଣରେ ରଖନ୍ତୁ। ବିଦ୍ୟାର୍ଥୀମାନେ ଖୁସି ଖବର ପାଇବେ।
ବିଛା:~ ଜୀବନରେ କରିଥିବା ଭଲ କର୍ମ ଗୁଡ଼ିକର ଫଳ ଆଜି ପ୍ରାପ୍ତ ହେବ। ବେପାରରେ ଅଧିକ ଲାଭ ଯୋଗ ରହିଛି। ପୁରୁଣା ଋଣକୁ ଆଜି ଆପଣ ପରିଶୋଧ କରିବାକୁ ସକ୍ଷମ ହେବେ। ଅଟକି ରହିଥିବା ଧନ ଆଜି ପ୍ରାପ୍ତ ହେବ।
ଧନୁ:~ ଆଜି ଆପଣ ବିନା କାରଣରେ ଚିନ୍ତିତ ହେବେ। ବ୍ୟବସାୟରେ ସାବଧାନ ରୁହନ୍ତୁ। ବିପଦପୂର୍ଣ୍ଣ କାର୍ଯ୍ୟକଳାପରୁ ଦୂରରେ ରୁହନ୍ତୁ। ଭଲ ସୁଯୋଗର ଲାଭ ଉଠାଇବାକୁ ଚେଷ୍ଟା କରନ୍ତୁ। ପାରିବାରିକ ସୁଖ ଏବଂ ସନ୍ତୁଷ୍ଟ ହେବ।
ମକର:~ ଅଜି ସନ୍ଧ୍ୟାରେ ଖୁସି ଖବର ପାଇ ଆତ୍ମ ସନ୍ତୋଷ ଲାଭ କରିବେ। କର୍ମକ୍ଷେତ୍ରରେ ସଫଳତାର ସମ୍ଭାବନା ଅଛି। ଆଜି ହଠାତ୍ ଧନ ପ୍ରାପ୍ତିର ଯୋଗ ଅଛି। ବ୍ୟବସାୟରେ ଲାଭର ବିଶେଷ ସମ୍ଭାବନା ରହିଛି। ବିଦ୍ୟାର୍ଥୀମାନେ ଦୂର ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି।
କୁମ୍ଭ:~ ଦିନଟି ଭଲ ଫଳ ଦେବ। ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ। ଖର୍ଚ୍ଚ ଅଧିକ ହେବାର ସମ୍ଭାବନା ହେବ। ଆୟର ଯୋଗ ରହିଛି। କାହାକୁ ଉଧାର ଦିଅନ୍ତୁ ନାହିଁ। ଉଚ୍ଚ ସ୍ଥାନରୁ ଖୁସିର ବାର୍ତ୍ତା ମିଳିବ।
ମୀନ:~ ବାକି ଥିବା କାର୍ଯ୍ୟ ଆଜି ସଫଳତାର ସହ ସମ୍ପୂର୍ଣ୍ଣ ହେବ। ପରୋପକାର କରି ଖୁସି ଅନୁଭବ କରିବେ। ସ୍ବାସ୍ଥ୍ୟ ଅବସ୍ଥାରେ ଅବନତି ଦେଖା ଦେବ। ପରିବାରରେ ଶୁଭ କର୍ମ ହେବ। ବ୍ୟବସାୟୀମାନେ ଲାଭବାନ ହେବେ।
ଜ୍ୟୋତିଷ:~ ସିଦ୍ଧାର୍ଥ ଶେଖର ନାୟକ (ଯାଜପୁର), ଯୋଗାଯୋଗ-୮୨୪୯୮୨୬୬୮୨