ଜୁନ୍ ୦୨ ତାରିଖ, ଶୁକ୍ରବାର : ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | June 02, 2023 IST

ମେଷ:~ ଭ୍ରମଣ ଯୋଗ ରହିଛି। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି ଯାହା ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିବ। ଯାହାବି କର୍ମ ଆଜି କରିଛନ୍ତି ତାର ଫଳ ଆଜି ଆପଣଙ୍କୁ ନିଶ୍ଚୟ ପ୍ରାପ୍ତ ହେବ। ବ୍ୟବସାୟରେ ଯାତ୍ରା ଯୋଗ। ଚାକିରିରେ ଉଚ୍ଚସ୍ଥାନ ପ୍ରାପ୍ତି ହେବ।

ବୃଷ:~ ସେବା ପୂଜା ରେ ମନୋ ନିବେଶ କରିବେ। ଚିନ୍ତା ଧାରାର ବିକାଶ ଘଟିବ। କିଛି କଥାକୁ ନେଇ ମନରେ ବିଷାଦ ଭାବ ସୃଷ୍ଟି ହେବାର ସମ୍ଭାବନା ରହିଛି। ବ୍ୟବସାୟରେ ସାମାନ୍ୟ କ୍ଷତି ହୋଇପାରେ। ବିଦ୍ୟାର୍ଥୀମାନେ ଅମନଯୋଗି ହେବେ।

ମିଥୁନ:~ ଅଙ୍ଗ ରେ ଆଘାତ ଲାଗିଲା ଭଳି ସମସ୍ୟା ଦେଖା ଦେବ। ଦେହ ପୀଡ଼ା ଯୋଗୁଁ ଅଳସୁଆ ହେବେ। ଅଯଥା ବ୍ୟୟର ଯୋଗ ରହିଛି। କର୍ମ କ୍ଷେତ୍ରରେ ମନସ୍ତାପ କରିବେ। ପ୍ରେମସମ୍ପର୍କରେ ମନୋମାଳିନ୍ୟ ଦେଖା ଦେଇପାରେ। ବିଦ୍ୟାର୍ଥୀ ଅମନଯୋଗି ହେବେ।

କର୍କଟ:~ ନିଜ ବନ୍ଧୁ ଙ୍କୁ ଭେଟି ଖୁସି ଅନୁଭବ କରିବେ। ଗୃହକୁ ଅତିଥିଙ୍କ ଆଗମନ ହେବ। କର୍ମ କ୍ଷେତ୍ରରେ ସର୍ବ କାର୍ଯ୍ୟରେ ସିଦ୍ଧି ହେବ। ସାଙ୍ଗଙ୍କ ସାହାଯ୍ୟରେ ଚାକିରିରେ ସୁଯୋଗ ମିଳିବ। ପୂର୍ବ ସମସ୍ୟାର ସମାଧାନ ହେବ।

ସିଂହ:~ ଆଜି ଦିନଟି ରେ ସଂପୂଣ୍ଣ ସମୟ ଶୁଭ ରହିଛି। ନୂତନ ଚାକିରିର ଯୋଗ ରହିଛି। କର୍ମକ୍ଷେତ୍ରରେ ସମ୍ମାନ ପ୍ରାପ୍ତି ହେବ। ଗୃହରେ ଶୁଭ କର୍ମ ହୋଇପାରେ। ସ୍ବାସ୍ଥ୍ୟାବସ୍ଥା ଉତ୍ତମ ରହିବ। ବ୍ୟବସାୟରେ ଭ୍ରମଣ ଯୋଗ ରହିଛି ଯାହା ଉତ୍ତମ ଫଳ ପ୍ରଦାନ କରିବ।

କନ୍ୟା:~ କିଛି ଅତ୍ୟାବଶ୍ୟକ ଦ୍ରବ୍ୟ ବା ଧାତୁକୁ ଆଜି ହରାଇ ପାରନ୍ତି। ଗୃହରେ କଳହ ଯୋଗ ରହିଛି। ମାନସିକ ଅଶାନ୍ତି ଦେଖା ଦେଇପାରେ। ଦାମ୍ପତ୍ୟ ଜୀବନ ଏତେ ଭଲ ରହିବ ନାହିଁ। ଅର୍ଥ ସ୍ଥିତିରେ ଅବନତି ଘଟିବ। 

ତୁଳା:~ ପରିବାର ରେ ବାଦ ବିବାଦ ଲାଗି ରହିବ। ମନ ହାନି ହେବାର ସମ୍ଭାବନା ରହିଛି। ଦାମ୍ପତ୍ୟ ଜୀବନ ରେ ଦୁଃଖ ଆସିବ। ସନ୍ତାନଙ୍କୁ ନେଇ ଚିନ୍ତାରେ ରହିବେ। ଯାନ ବାହାନରେ ସତର୍କତା ଅବଲମ୍ବନ କରନ୍ତୁ। ଅଙ୍ଗରେ ଆଘାତ ଲାଗିପାରେ।

ବିଛା:~ ଦୂର ଯାତ୍ରାର ଯୋଗ ରହିଛି। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। କର୍ମକ୍ଷେତ୍ରରେ ସମ୍ମାନ ପ୍ରାପ୍ତି ହେବ। ଅଧିକାରୀଙ୍କ ଠାରୁ ସମ୍ମାନ ମିଳିବ। ହେଲେ ମଧ୍ୟ ପରିଶ୍ରମର ପରିମାଣ ଅଧିକ ରହିବ। ମୁଣ୍ଡ ବ୍ୟଥା ଭଳି ସମସ୍ୟା ଦେଖା ଦେଇପାରେ।

ଧନୁ:~ ଆଶା କରି ଥିବା ଦ୍ରବ୍ୟ କିମ୍ବା କର୍ମ ଆଜି ପ୍ରାପ୍ତ ହେବ ନାହିଁ। ଅଯଥା ଅର୍ଥ ବ୍ୟୟ ହେବାର ସମ୍ଭାବନା ରହିଛି ଏକାଗ୍ରତାର ଅଭାବ ରହିବ ଏବଂ ମନ କୌଣସି କାର୍ଯ୍ୟରେ ନିୟୋଜିତ ହୋଇପାରିବ ନାହିଁ। କିଛି ଅଘଟଣ ଘଟିବାର ସମ୍ଭାବନା ମଧ୍ୟ ଅଛି।

ମକର:~ କର୍ମ ର ଫଳ ଆଜି ନିଶ୍ଚୟ ପ୍ରାପ୍ତ କରିବେ। ଆଶଠାରୁ ଅଧିକ ଧନ ଉପାର୍ଜନ ହେବ। କର୍ମ କ୍ଷେତ୍ରରେ ଚଞ୍ଚଳ ହେବେ। ସମ୍ମାନ ପାଇବାର ଯୋଗ ମଧ୍ୟ ରହିଛି। ପ୍ରେମ ସମ୍ପର୍କ ନିବିଡ଼ ହେବେ। ବିଦ୍ୟାର୍ଥୀମାନେ ଲାଭବାନ ହେବେ।

କୁମ୍ଭ:~ ରୋଜଗାର ଠାରୁ ଅଧିକ ଖର୍ଚ୍ଚ ହେବ। ମନ ସାମାନ୍ୟ ଚଞ୍ଚଳ ରହିବ। ଭ୍ରମଣ ଯୋଗ ରହିଛି। ଧାର୍ମିକ ସ୍ଥାନ କୁ ଯାତ୍ରା କରି ପାରନ୍ତି। ମାତାପିତାଙ୍କ ଆଶୀର୍ବାଦ ମିଳିବ। ଆଣ୍ଠୁଗଣ୍ଠି ଯନ୍ତ୍ରଣା ଦ୍ୱାରା ଅସୁବିଧା ହୋଇପାରେ। ବିଦ୍ୟାର୍ଥୀମାନେ କମ ଫଳ ପ୍ରାପ୍ତ କରିବେ।

ମୀନ:~ ବିଭିନ୍ନ ପ୍ରକାର ର ଆୟ ର ଉତ୍ସ ମିଳିବ। ଦିନଟି ମଧ୍ୟମ ଫଳ ଦେବ। ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି। ପରିବାରରେ ଖୁସି ଲାଗି ରହିବ। ବ୍ୟବସାୟରେ ନୂତନ ଆଶା ଦେଖାଯିବ। ଭ୍ରମଣ ଯୋଗ ଶୁଭ ହେବ। ବିଦ୍ୟାର୍ଥୀ କର୍ମ ଫଳ ପ୍ରାପ୍ତ କରିବେ।

wp:heading {"level":3}

ଜ୍ୟୋତିଷ:~ସିଦ୍ଧାର୍ଥ ଶେଖର ନାୟକ (ଯାଜପୁର) 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.