Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଜୁନ୍ ୦୧ ତାରିଖ, ଗୁରୁବାର : ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

1/06/2023 at 7:21 AM

ମେଷ:~ ସପ୍ତମ ଚନ୍ଦ୍ର ଯୋଗୁଁ ବିବିଧ ପ୍ରପକର ର ସୁଖପ୍ରାପ୍ତି ହେବ। ମିତ୍ର ଲାଭର ଯୋଗ ରହିଛି। ଆଜି ସମସ୍ତ ସମସ୍ୟାକୁ ପଛରେ ପକାଇ ଆଗକୁ ବଢ଼ିବାକୁ ମନସ୍ଥ ହେବେ। କାର୍ଯ୍ୟ କ୍ଷେତ୍ରରେ ନିଜକୁ ପ୍ରଭାବଶାଳୀ ମନେ କରିବେ। ଛାତ୍ର ଛାତ୍ରୀ ମାନେ ନୂତନ ପନ୍ଥା ଅବଲମ୍ବନ କରିବେ।

ବୃଷ:~ ସୁଖ ସୌଭାଗ୍ୟ ଲାଭ କରିବେ। ଶତ୍ରୁଙ୍କ ହାନି ହେବ। ଆଜି ଦିନଟି ଆତ୍ମବିଶ୍ବାସ ରେ ପୁରି ରହିବ।ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ଆସିବ। କର୍ମ କ୍ଷେତ୍ରରେ ନିଜ କର୍ମରେ ଧ୍ୟାନ ଦିଅନ୍ତୁ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଛାତ୍ରଛାତ୍ରୀଙ୍କ ମନୋବଳ ଦୃଢ଼ ହେବ।

ମିଥୁନ:~ ଆଜି ଦିନଟି ମଧ୍ୟମ ଫଳ ଦେବ। ସ୍ବାସ୍ଥ୍ୟ ସମସ୍ୟା କୁ ନେଇ ସାମାନ୍ୟ ଚିନ୍ତା ରେ ରହିବେ। ମଲିମାକୋଦ୍ଦମା ଆପଣଙ୍କ ସପକ୍ଷରେ ରହିବ। ପରିଶ୍ରମ ଅଧିକ ରହିବ। ଗୃହକୁ ଅତିଥିଙ୍କ ଆଗମନ ହେବ। ଆର୍ଥିକ ସ୍ଥିତି ରେ ଉନ୍ନତି ହେବ। ବିଦ୍ୟାର୍ଥୀମାନେ ପରିଶ୍ରମୀ ହେବେ।

କର୍କଟ:~ ଦିନଟି ମିଶ୍ର ଫଳ ପ୍ରଦାନ କରିବ। ପରିବାର ରେ କଳହ ହେବାର ସମ୍ଭାବନା ରହିଛି। ଚାକିରି କ୍ଷେତ୍ରରେ ସହଯୋଗୀଙ୍କ ସହ ମତଭେଦ ସୃଷ୍ଟି ହେବ। ବ୍ୟବସାୟ ରେ ନେଣ ଦେଣ ଲାଗିରହିବ। ଚିନ୍ତାଗ୍ରସ୍ତ ହେବ। ବିଦ୍ୟାର୍ଥୀମାନେ ବିଳମ୍ବ ରେ ସଫଳତା ପ୍ରାପ୍ତ କରିବେ।

ସିଂହ:~ ରାଜ ସମ୍ମାନ ପ୍ରାପ୍ତି ର ଯୋଗ ରହିଛି। ପରିବାରରେ ସୁଖ ଶାନ୍ତି ଲାଗି ରହିବ। ମନ ପ୍ରଫୁଲ୍ଲ ରହିବ। ବ୍ୟବସାୟରରେ ଉତ୍ତମ ଫଳ ପ୍ରାପ୍ତ ହେବ। ଆଧ୍ୟାତ୍ମିକ ଚିନ୍ତା ଧାରା ରେ ବିଶ୍ୱାସ ରଖିବେ। ନୂଆ ଚାକିରି ମିଳିପାରେ। ଯାନ ବାହାନ କ୍ରୟ ପାଇଁ ଦିନଟି ଭଲ ରହିଛି।

କନ୍ୟା:~ ଦିନଟି ଉତ୍ତମ ଫଳ ଦେବେ। ବାହ୍ୟ ସ୍ଥାନ ରୁ ପ୍ରଶଂସା ମିଳିବ। ଅଟକିଥିବା ସରକାରୀ କାର୍ଯ୍ୟ କାଲି ଆଗକୁ ବଢିବ। ବ୍ୟବସାୟରେ ଆଶା ଅନୁସାରେ ଲାଭପ୍ରାପ୍ତି ହେବ। ଯାନବାହାନ କ୍ରୟ କରିବେ। ବିଦ୍ୟାର୍ଥୀମାନେ ଗୃଜନନଙ୍କ ଆଶୀର୍ବାଦ ନିଅନ୍ତୁ।

ତୁଳା:~ କାଲି ରାଶିକୁ ଶ୍ରୀ ଚନ୍ଦ୍ର ଯୋଗରହିଛି। ଚାକିରୀରେ ନିଶ୍ଚିନ୍ତ ପଦୋନ୍ନତି ଯୋଗ ରହିଛି। ଆୟର ପରିମାଣ ବୃଦ୍ଧି ପାଇବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ ବିଦ୍ୟାର୍ଥୀ ଲାଭବାନ ହେବେ। ବ୍ୟବସାୟ ଆଗକୁ ବଢ଼ିବ। ପଶୁ କ୍ରୟ କରିବା ନିଷେଧ।

ବିଛା:~ ଦ୍ଵାଦଶ ଚନ୍ଦ୍ର ହେତୁ ବ୍ୟୟ ବୃଦ୍ଧି ହେବ।ଦିନଟି ମିଶ୍ର ଫଳ ଦେବ। କର୍ମ କ୍ଷେତ୍ର ରେ ସମସ୍ୟା ଦେଖା ଦେବ। ବ୍ୟବସାୟରେ କ୍ଷତି ହେବାର ଯୋଗ ରହିଛି। ପତିପତ୍ନ ଙ୍କ ଭିତରେ ମନୋମାଳୀନ୍ୟ ଦେଖା ଦେବ। ବିଦ୍ୟାର୍ଥୀ ମାନେ ଅଳସୁଆ ହେବେ।

ଧନୁ:~ ଗୃହ ରେ ମାଙ୍ଗଳିକ କାର୍ଯ୍ୟ ହେବ। ଗୃହକୁ ବନ୍ଧୁଙ୍କ ଗମନ ହେବ। କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯିବାରୁ ମନ ପ୍ରଫୁଲ୍ଲ ରହିବ। ଧନ ଆଗମନର ସୂଚନା ରହିଛି। ବ୍ୟବସାୟ ଆଗକୁ ବଢିବ। କର୍ମକ୍ଷେତ୍ରରେ ସହଯୋଗ ଓ ଶିକ୍ଷା କ୍ଷେତ୍ରରେ ସଫଳତାର ଯୋଗ ରହିଛି।

ମକର:~ ଆର୍ଥିକ ସ୍ଥିତି ରେ ସୁଧାର ଦେଖାଦେବ। ବ୍ୟବସାୟରେ ଆଶାଠାରୁ ଅଧିକ ଲାଭ ପାଇ ଖୁସି ହେବେ। ପରିବାରର ସହଯୋଗ ମିଳିବ। ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ହୋଇପାରନ୍ତି। ଅଟକିଥିବା କାର୍ଯ୍ୟ ର ପୁନ ଆରମ୍ଭ ହେବ। ଗୃହସ୍ଥ ଜୀବନ ସୁଖମୟ ହେବ।

କୁମ୍ଭ:~ ଦିନଟି ଖୁସି ରେ କଟିବ। ରାଜନୀତି ରେ ପଦୋନ୍ନତି ର ଯୋଗ ରହିଛି। ନୂଆ ଚାକିରି ଆଜି ଆପଣଙ୍କ ହାତ ପାଖରେ ପହଞ୍ଚିବ। ଅଧିକ ପରିଶ୍ରମ ହେଲେ ମଧ୍ୟ ଆଜି ସମସ୍ତ କାର୍ଯ୍ୟ ସଫଳ ହେବ। କର୍ମକ୍ଷେତ୍ରରେ ପ୍ରଶଂସା ମିଳିବ। ବିଦ୍ୟାର୍ଥୀ ସଫଳ ହେବ।

ମୀନ:~ ଶାରୀରିକ ପୀଡା ଅନୁଭବ କରିବେ। ବନ୍ଧନର ଭୟ ଲାଗି ରହିବ। ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହୋଇପାରେ। ପରିବାରରେ ସାଧାରଣ ସମସ୍ୟାକୁ ନେଇ ବିବାଦ ସୃଷ୍ଟି ହେବ। ଛାତ୍ରଛାତ୍ରୀ ଅଧ୍ୟୟନରେ ସମୟ ନିବେଶ କରିବାକୁ ଇଚ୍ଛା ପ୍ରକାଶ କରିବେ ନାହିଁ।

ଜ୍ୟୋତିଷ:~ ସିଦ୍ଧାର୍ଥ ଶେଖର ନାୟକ (ଯାଜପୁର), ଯୋଗାଯୋଗ-୮୨୪୯୮୨୬୬୮୨

   Related Posts