ମେ’ ୩୧ ତାରିଖ, ବୁଧବାର : ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | May 31, 2023 IST

ମେଷ - ମନରେ ଗର୍ବ ଭାବ ସୃଷ୍ଟି ହେବ । କର୍ମ କ୍ଷେତ୍ରରେ ଚିନ୍ତା ଜନକ ପରିସ୍ଥିତି ସୃଷ୍ଟି ହେବ । ବୈବାହିକ ସୁଖ ବୃଦ୍ଧି ପାଇବ । ମା ଙ୍କ ସାଥୀ ପାଇବେ ।ବ୍ୟବସାୟରେ ଅସୁବିଧା ହୋଇପାରେ । ପିତାଙ୍କଠାରୁ ଅର୍ଥ ପ୍ରାପ୍ତି କରି ପାରନ୍ତି ।

ବୃଷ - ବୃଷ ରାଶି ପାଇଁ ଆଜି ଘାତ ଚନ୍ଦ୍ର । ଆଳସ୍ୟର ବଶବର୍ତ୍ତୀ ହୋଇ ସମସ୍ୟା ରେ ପଡ଼ି ପାରନ୍ତି।ମନ ଅସୁବିଧାରେ ପଡ଼ିବ । ଚାକିରିରେ କାର୍ଯ୍ୟଭାରରେ ବୃଦ୍ଧି ହୋଇପାରେ । ଆୟ ମଧ୍ୟ ବୃଦ୍ଧି ପାଇବ । ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁ କ୍ରୟ କରିବା ଦ୍ଵାରା ଖର୍ଚ୍ଚ ବୃଦ୍ଧି ପାଇବ।

ମିଥୁନ - ଶାରୀରିକ କଷ୍ଟ ଅନୁଭବ କରିବେ ।ଆତ୍ମନିର୍ଭରଶୀଳ ହୁଅନ୍ତୁ ଧର୍ଯ୍ୟ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ଚାକିରିରେ ପଦୋନ୍ନତି ପାଇଁ ସୁଯୋଗ ହୋଇପାରେ । ଆୟ ବୃଦ୍ଧି ପାଇବ।ପରିଶ୍ରମ ଅଧିକ ହେବ | କର୍ମକ୍ଷେତ୍ରରେ ସଫଳତା ମିଳିବାରେ ବିଳମ୍ବ ହେବ ।

କର୍କଟ - ସମ୍ମାନ ଲାଭ କରିବେ । ମନ ପ୍ରସନ୍ନ ରହିବ ଆତ୍ମବିଶ୍ୱାସରେ ବୃଦ୍ଧି ଘଟିବ । ଚାକିରି ପରିବର୍ତ୍ତନ ପାଇଁ ସୁଯୋଗ ମିଳିପାରେ । କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଆସିବ । କାର୍ଯ୍ୟାଳୟରେ ଉଚ୍ଚ ପଦାଧିକାରୀଙ୍କ ସହଯୋଗ ହେବ। ବିଦ୍ୟାର୍ଥୀ ଙ୍କ ପାଇଁ ଦିନଟି ଶୁଭ ଦାୟକ ।

ସିଂହ - ଆଜି ଆପଣଙ୍କର ମନ ଅଶାନ୍ତ ରହିପାରେ ।କିଛି କଥାକୁନେଇ।ଆଶାବାଦୀ ହୋଇ ରହିବେ। ଅଯଥା ଚିନ୍ତା ରେ ପଡ଼ିବେ। ଅନାବଶ୍ୟକ କ୍ରୋଧ ଏବଂ ବିତର୍କରୁ ଦୂରେଇ ରୁହନ୍ତୁ।ପୈତୃକ ସମ୍ପତ୍ତିରୁ ଟଙ୍କା ହାସଲ କରି ପାରନ୍ତି ।ବନ୍ଧୁ ଙ୍କ ସାହାଯ୍ୟରେ ଚାକିରିର ସୁଯୋଗ ପାଇପାରିବେ ।

କନ୍ୟା - ମନ ଖୁସି ରହିବ । ସୁଖ ସମ୍ମାନ ମିଳିବ। ପରିବାରର ସମର୍ଥନ ପାଇବେ । କିଛି ପୁରୁଣା ବନ୍ଧୁଙ୍କୁ ଭେଟିପାରନ୍ତି । ସୁସ୍ୱାଦୁ ଖାଦ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ । ଛାତ୍ରଛାତ୍ରୀ ମାନେ ଲାଭବାନ ହେବେ । ପତ୍ନୀ ଙ୍କ ସହ ସମୟ ଅତିବାହିତ କରିବେ ।

ଜ୍ୟୋତିଷ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ, ଯାଜପୁର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.