ମେ’ ୩୦ ତାରିଖ, ମଙ୍ଗଳବାର : ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ
30/05/2023 at 7:03 AM

ମେଷ:~ କାଲି ମେଷ ରାଶି ପାଇଁ ଷଷ୍ଠ ଚନ୍ଦ୍ର। ଦିନଟିରେ ବହୁତ୍ ଭଲ ଯୋଗ ରହିଛି। ରାଜନୀତିରେ ସଫଳତା ପ୍ରାପ୍ତି ହେବ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପ୍ରାପ୍ତ କରିବେ। ବ୍ୟବସାୟରେ ଅଟକି ଥିବା କାର୍ଯ୍ୟ ଆଗକୁ ବଢିବ।
ବୃଷ:~ ଶୁକ୍ଳ ପକ୍ଷ ପଞ୍ଚମ ଚନ୍ଦ୍ର ରହିଥିବାରୁ ଦିନଟି ଉତ୍ତମ ଫଳ ଦେବ। ବ୍ୟବସାୟ ରେ ଆଶାନୁରୂପ ଫଳ ପ୍ରାପ୍ତ ହେବ। ଚାକିରି କ୍ଷେତ୍ରରେ ନିରବତା ରକ୍ଷା କରିବା ଆଜି ନିହାତି ଆବଶ୍ୟକ। ଦମ୍ପତିମାନଙ୍କର ଦୂର ଯାତ୍ରାର ଯୋଗ ରହିଛି।
ମିଥୁନ:~ ଦିନଟି ଆଶାନୁରୂପ ଫଳ ଦେବ ନାହିଁ। ଚାକିରି କ୍ଷେତ୍ରରେ ମନ ହାନି ହୋଇପାରେ। ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ଛାତ୍ରଛାତ୍ରୀମାନେ ସଫଳତା ପ୍ରାପ୍ତ କରିବେ। କିଛି ଖୁସି ଖବର ମିଳିବ। ଯାନ ବାହାନରେ ସତର୍କତା ନିହାତି ଆବଶ୍ୟକ।
କର୍କଟ:~ ତୃତୀୟ ଚନ୍ଦ୍ର କାଳ ଭୋଗ ହେତୁ ଦିନଟି ଶୁଭରେ କଟିବ। ଦାମ୍ପତ୍ୟ ଜୀବନରେ ଶାନ୍ତି ଦେଖା ଦେବ। ଧାର୍ମିକ ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି। ଆୟର ଯୋଗ ରହିଛି। ବ୍ୟବସାୟରେ ଅଟକି ଥିବା କାର୍ଯ୍ୟ ପୁଣି ଆରମ୍ଭ ହେବ।
ସିଂହ:~ ଶୁକ୍ଳ ପକ୍ଷରେ ଦ୍ଵିତୀୟ ଚନ୍ଦ୍ର ଶୁଭ ତେଣୁ ଅଟକିଥିବା ଧନ ପାଇ ଖୁସି ହେବେ। କାର୍ଯ୍ୟ କ୍ଷେତ୍ରରେ ପ୍ରଶଂସା ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବ୍ୟବସାୟରେ ଜଗି ରଖି କାର୍ଯ୍ୟକଲେ ଆୟ ଉତ୍ତମ ହେବ। ବିଦ୍ୟାର୍ଥୀଙ୍କ ପରିଶ୍ରମ ସଫଳତା ଦେବ।
କନ୍ୟା:~ ଶ୍ରୀ ଚନ୍ଦ୍ର ରହିଥିବାରୁ ଦିନଟି ବହୁତ୍ ଖୁସି ଖବର ଦେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଶତ୍ରୁଙ୍କ ପରାଜୟ ହେବ। କର୍ମକ୍ଷେତ୍ରରେ ନୂତନ ପଦ ପଦବୀରେ ଯୋଗଦାନ କରିବେ। ବ୍ୟବସାୟ ଖୁବ୍ ଭଲ ହେବ।
ତୁଳା:~ ଅର୍ଥ ନିବେଶ ପାଇଁ ଦିନଟି ଅଶୁଭ ଅଟେ। ସନ୍ତାନଙ୍କ ପାଇଁ ସାମାନ୍ୟ ଚିନ୍ତା ରେ ରହିବେ। ପ୍ରେମ ସମ୍ପର୍କରେ ତୁତନ ଆଶା ଉଜୀବିତ ହେବ। କିଛି ଗୁରୁତ୍ଵପୂର୍ଣ୍ଣ ନିଷ୍ପତି ନେଇ ପାରନ୍ତି। ବ୍ୟୟର ପରିମାଣ ଅଧିକ ରହିବ।
ବିଛା:~ ଏକାଦଶ ଚନ୍ଦ୍ର ହେତୁ ଦିନଟି ଭଲ ଫଳ ଦେବ। ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଦିନଟି ଶୁଭ ରହିଛି। ରାଜନୀତି ସମ୍ମାନିତ ହେବାର ଯୋଗ ଅଛି। କାର୍ଯ୍ୟ କ୍ଷେତ୍ରରେ ଦାୟିତ୍ବବାନ ହେବେ। ଗୃହରେ ପୂଜା ପାଠର ଆୟୋଜନ ହେବ।
ଧନୁ:~ ଦଶମ ଚନ୍ଦ୍ର କାଳ ଭୋଗ ହେତୁ ଚାକିରି କ୍ଷେତ୍ରରେ ନିଶ୍ଚିନ୍ତ ଶୁଭ ଖବର ମିଳିବ। ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଅତି ଉତ୍ତମ ରହିଛି। ବ୍ୟବସାୟରେ ଧନ ପ୍ରାପ୍ତିର ଯୋଗ ରହିଛି। ବନ୍ଧୁଙ୍କ ଦ୍ଵାରା ଆୟ ର ଅବସର ପ୍ରାପ୍ତ ହେବ। ବିବାହ ପ୍ରସ୍ତାବ ଆସିବ।
ମକର:~ ସ୍ବାସ୍ଥ୍ୟ କ୍ଷେତ୍ର ରେ ସମସ୍ୟା ଦେଖା ଦେବ। ଭ୍ରମଣର ଯୋଗ ରହିଛି। ଚାକିରିରେ ସ୍ଥାନ ପରିବର୍ତ୍ତନ ହେବ। ପୁରୁଣା ବନ୍ଧୁଙ୍କ ସହ ମିଳନ ହେବ। ବ୍ୟବସାୟ ମଧ୍ୟମ ଫଳ ଦେବ। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ।
କୁମ୍ଭ:~ ଭାଗ୍ୟର ସାଥ ମିଳିବ। ଦୂର ଯାତ୍ରା କରିପାରନ୍ତି। ଯେକୌଣସି କ୍ଷେତ୍ରରୁ ଶିବ ସମାଚାର ମିଳିବ। ଜୀବନ ସାଥିଙ୍କ ସହଯୋଗ ମିଳିବ। ମାଲି ମକୋଦମାରେ ଜୟଯୁକ୍ତ ହେବେ। ବିଦ୍ୟାର୍ଥୀ ମାନେ ପ୍ରଗତି କରିବେ।
ମୀନ:~ ପରିବାରରେ ଖୁସି ଦେଖିବାକୁ ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଅନିଚ୍ଛା ସତ୍ତ୍ୱେ ଖର୍ଚ୍ଚ ବୃଦ୍ଧି ହେବ। ନିଜ ସ୍ବାସ୍ଥ୍ୟର ଧ୍ୟାନ ରଖନ୍ତୁ। ଦୂର ଯାତ୍ରା କରିବେ। ଗୃହରେ ଧାର୍ମିକ କାର୍ଯ୍ୟର ଆୟୋଜନ ହେବ।
ଜ୍ୟୋତିଷ:~ ସିଦ୍ଧାର୍ଥ ଶେଖର ନାୟକ (ଯାଜପୁର)