ମେ’ ୨୮ ତାରିଖ, ରବିବାର : ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | May 28, 2023 IST

ମେଷ:~ ଆଜି ଆପଣଙ୍କ ଦିନଟି ବହୁତ୍ ଭଲ ରହିଛି। ଅନ୍ୟକୁ ସାହାଯ୍ୟ କରିବେ। ସମୟ ସହିତ ତାଳ ଦେଇ ଚଳିବେ। କିଛି ଜରୁରୀ କାର୍ଯ୍ୟ ଆଜି ପୂର୍ଣ୍ଣ ହେବ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ବିଶେଷ ଭଲ ରହିଛି।

ବୃଷ:~ ବନ୍ଧୁ ଓ ପରିବାର ବର୍ଗଙ୍କ ସହ ସମୟ ଅତିବାହିତ କରିବେ। କର୍ମ କ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି। ବ୍ୟବସାୟରେ ସଫଳତା ମିଳିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ମାନସିକ ସ୍ତରରେ କିଛି ମାତ୍ରାରେ ଦ୍ୱେଷ ଦେଖା ଦେବ।

ମିଥୁନ:~ କାର୍ଯ୍ୟକ୍ଷେତ୍ରରେ ନିଜକୁ ବ୍ୟସ୍ତ ରଖିବେ। ଅଟକି ଥିବା କାର୍ଯ୍ୟର ଆଜି ପୁନରାରମ୍ଭ କରିବେ। ଛାତ୍ରଛାତ୍ରୀ ମାନେ ନିଜ କାର୍ଯ୍ୟରେ ମନୋନିବେଶ କରିବେ। ଦମ୍ପତିଙ୍କ ପାଇଁ ଦିନଟି ବ୍ୟସ୍ତ ବହୁଳ ରହିବ।

କର୍କଟ:~ ଆଜି କର୍କଟ ରାଶିର ଘାତଚନ୍ଦ୍ର। ଆଜିର ଦିନଟି ଆପଣଙ୍କୁ ମଧ୍ୟମ ଫଳ ଦେବ। ଚିନ୍ତାକୁ ମନରୁ ଦୂର କରନ୍ତୁ। ଧନ ଲାଭର ସଂଯୋଗ ରହିଛି।ଖର୍ଚ୍ଚ ମଧ୍ୟ ଅଧିକ ହୋଇ ପାରେ। ଛାତ୍ର ଛାତ୍ରୀ ମାନେ ଭବିଷ୍ୟତ ଚିନ୍ତାରେ ରହିବେ।

ସିଂହ:~ ଭାଗ୍ୟ ଆଜି ଆପଣଙ୍କ ସାଥ ଦେବ। ଶ୍ରୀ ଚନ୍ଦ୍ର ରହିଥିବାରୁ ଧନ ପ୍ରାପ୍ତି ଯୋଗ ରହିଛି। ବୈବାହିକ ସମ୍ପର୍କ ରେ ମନ ମଳିନ୍ୟା ଦେଖିବାକୁ ମିଳିପାରେ। ଅଯଥା ଖର୍ଚ୍ଚରୁ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରନ୍ତୁ। ବିଦ୍ୟାର୍ଥୀମାନେ ଆଶାୟୀ ହେବେ।

କନ୍ୟା:~ କିଛି ମାନସିକ ସମସ୍ୟା ଦେଖା ଦେଇ ପାରେ । ମନୋବଳ ଦୃଢ଼ ରହିବେ ।କାର୍ଯ୍ୟ ରେ ସଫଳତା ଡେରିରେ ମିଳିବ । ବିଦ୍ୟାର୍ଥୀ ମାନେ ପାଠ ରେ ମନୋନିବେଶ କରିବେ । ପରିବାର ରେ ମନ ମାଳିନ୍ୟା ଲାଗି ରହିବ ।

ତୁଳା:~ କାର୍ଯ୍ୟ କ୍ଷେତ୍ର ରେ କିଛି ବଡ଼ ନିଷ୍ପତି ନେଇ ପାରନ୍ତି ।ଆର୍ଥିକ ସ୍ଥିତି ଦୁର୍ବଳ ହେବ । ବନ୍ଧୁ ମାନଙ୍କ ସହଯୋଗ ମିଳିବ । ପରିବାରରେ ଚାଲିଥିବା ସମସ୍ୟା ର ସମାଧାନ ହୋଇ ଯିବ ।

ବିଛା:~ ବିରୋଧୀ ମାନେ ହଇରାଣ କରିବାକୁ ପ୍ରୟାସ କରିବେ । କର୍ମ କ୍ଷେତ୍ର ରେ ସାବଧାନ ଅବଲମ୍ବନ କରନ୍ତୁ । ଆର୍ଥିକ ଅନଟନ ଦେଖା ଦେଇ ପାରେ ।ବିଦ୍ୟାର୍ଥୀ ମାନେ ଅବହେଳିତ ହେବେ ।

ଧନୁ:~ ଇଚ୍ଛା କରିଥିବା ଜିନିଷ କୁ ପ୍ରାପ୍ତ କରି ପାରନ୍ତି । ମନ ଧ୍ୟାନ ଦେଇ କାର୍ଯ କଲେ ଆଜି ନିତ୍ସ୍ୟ ସଫଳତା ମିଳିବ ।ବିଦେଶ ଯାତ୍ରା ର ଯୋଗ ରହିଛି ।ଛାତ୍ର ଛାତ୍ରୀ ମାନେ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହେବେ ।

ମକର:~ ଦିନରେ କିଛି ବାଧା ବିଘ୍ନ ଦେଖା ଦେଇ ପାରେ । କରିଥିବା ଆର୍ଥିକ ଯୋଜନା ରୁ ଲାଭ ପ୍ରାପ୍ତ ହେବ ।ବିଦ୍ୟାର୍ଥୀ ମାନେ ପାଠ ରେ ମନୋନିବେଶ କରିବେ ନାହିଁ ।ବ୍ୟବସାୟ ରେ ମଧ୍ୟମ ଫଳ ମିଳିବ ।

କୁମ୍ଭ:~ ଧର୍ମ କାର୍ଯ୍ୟ ରେ ନିଜକୁ ନିୟୋଜିତ କରିବେ । ଚାକିରି ରେ ପଦୋନ୍ନତି ଘଟିବ ।ବ୍ୟବସାୟ ରେ ଅଧିକ ଅର୍ଥ ଲାଭ ର ଯୋଗ ର ହିଛି ।ମନ ସମ୍ମାନ ମିଳିବ । ଭାବିଚିନ୍ତି କାର୍ଯ୍ୟ ନିଷ୍ପତି ନିଅନ୍ତୁ ।

ମୀନ:~ ଆଜି ଦିନଟି ଆପଣଙ୍କୁ ମଧ୍ୟମ ଫଳ ପ୍ରାପ୍ତ କରାଇବ।ନିର୍ଣ୍ଣୟ ଆପଣଙ୍କ ପକ୍ଷ ରେ ରହିବ । ସାମାନ୍ୟ ମାନସିକ ଅଶାନ୍ତି ଦେଖା ଦେବ । କିନ୍ତୁ ନିଜ ନିଅନ୍ତ୍ରଣ ଯୋଗୁଁ ତାହା ଆପଣ ସମାଧାନ କରିବାକୁ ସକ୍ଷମ ହେବେ ।ବ୍ୟବସାୟ ରେ ଲାଭ କ୍ଷତି ଲାଗି ରହିବ ।

wp:paragraph {"align":"center"}

ଜ୍ୟୋତିଷ:~ ସିଦ୍ଧାର୍ଥ ଶେଖର ନାୟକ (ଯାଜପୁର)

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.